Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Sports News / 'ମୁଁ ଗଲେ ହାରିଯିବ !' ଏହି ଭୟରେ ଫାଇନାଲ ଦେଖିବାକୁ ଯାଉନାହାନ୍ତି ଆର୍ଜେଣ୍ଟିନା ରାଷ୍ଟ୍ରପତି ?

Rashmita Mishra
Browse all articles by Rashmita Mishra
·22 hours ago·2 min read
'ମୁଁ ଗଲେ ହାରିଯିବ !' ଏହି ଭୟରେ ଫାଇନାଲ ଦେଖିବାକୁ ଯାଉନାହାନ୍ତି ଆର୍ଜେଣ୍ଟିନା ରାଷ୍ଟ୍ରପତି ?
Sports News

Key Points

‘ଲକି ଜ୍ୟାକେଟ୍’ ପାଇଁ ଫାଇନାଲକୁ ଯିବେନି ରାଷ୍ଟ୍ରପତି
ଆର୍ଜେଣ୍ଟିନା ଜିତିବ ବୋଲି ଷ୍ଟାଡିୟମ୍‌କୁ ଯିବେନି ମିଲେଇ
ରାଷ୍ଟ୍ରପତିଙ୍କ ଅଜବ ବିଶ୍ୱାସ ଜ୍ୟାକେଟ୍ ଆଣିବ ବିଜୟ !
ଫାଇନାଲଠୁ ବଡ଼ ମିଲେଇଙ୍କ ‘ଲକି ଜ୍ୟାକେଟ୍’ 

ଆଜି ଫୁଟବଲ ବିଶ୍ବକପ୍‌ରେ ହେବ ମହାଲଢ଼େଇ । ବିଶ୍ବକପ୍‌ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା-ସ୍ପେନ । କିନ୍ତୁ ଏହି ମ୍ୟାଚ୍‌ ପୂର୍ବରୁ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ଆର୍ଜେଣ୍ଟିନା ରାଷ୍ଟ୍ରପତି । ସେ ତାଙ୍କ ଅନ୍ଧବିଶ୍ବାସ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । 

ବିଜ୍ଞାନ ଓ ଆଧୁନିକତାର ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ପ୍ରଭାବ କେତେ ଗଭୀର, ତାହାର ଏକ ଚର୍ଚ୍ଚିତ ଉଦାହରଣ ହେଉଛନ୍ତି ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିୟର ମିଲେଇ । ଫିଫା ବିଶ୍ୱକପ୍ ଫାଇନାଲରେ ଦେଶକୁ ସମର୍ଥନ କରିବା ପାଇଁ ଷ୍ଟାଡିୟମକୁ ନଯାଇ, ‘ଲକି ଜ୍ୟାକେଟ୍’ ଓ ପୂର୍ବରୁ ଚାଲିଆସୁଥିବା ବିଶ୍ୱାସକୁ ଅଟୁଟ ରଖିବାକୁ ସେ ନେଇଥିବା ନିଷ୍ପତ୍ତି ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମାନବ ସମାଜ ଯେତେ ଆଧୁନିକ ହେଲେ ମଧ୍ୟ ଅନ୍ଧବିଶ୍ଵାସରୁ ମୁକୁଳିପାରି ନାହାନ୍ତି  ଆର୍ଜେଣ୍ଟିନା ରାଷ୍ଟ୍ରପତି । ନୁୟର୍କ-ନ୍ୟୁ ଜର୍ସିର ମେଟଲାଇଫ୍ ଷ୍ଟାଡିୟମ୍‌ରେ ରବିବାର ସ୍ପେନ୍ ସହ ଆର୍ଜେଣ୍ଟିନା ଚଳିତଥରର ଫିଫା ବିଶ୍ବକପ୍ ଫାଇନାଲ ଖେଳିବ । ଏହି ମ୍ୟାଚ୍ ଦେଖ‌ିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍‌ଙ୍କ ସହ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଳେଇ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନଚେଜଙ୍କୁ ଫିଫା ସଭାପତି ନିମନ୍ତ୍ରଣ କରିଛନ୍ତି ।


କିନ୍ତୁ ଟ୍ରମ୍ପଙ୍କ ସହ ସମ୍ପର୍କ ଭଲ ସତ୍ତ୍ବେ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାକୁ ମନା କରିଦେଇଛନ୍ତି ଆର୍ଜେଣ୍ଟିନା ରାଷ୍ଟ୍ରପତି । କିନ୍ତୁ ସମ୍ପର୍କ ଖରାପ ଥିଲେ ମଧ୍ୟ ଟ୍ରମ୍ପଙ୍କ ସହ ବସି ଖେଳ ଦେଖିବାକୁ ରାଜି ହୋଇଛନ୍ତି ସ୍ପେନ୍ ରାଷ୍ଟ୍ରପତି । 

କାହିଁକି ଆସିବେନି ଆର୍ଜେଣ୍ଟିନା ରାଷ୍ଟ୍ରପତି

ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାମିୟର ମିଲେଇ ନ ଆସିବାର କାରଣକୁ ନେଇ ସେ ଆର୍ଜେଣ୍ଟିନା ରେଡିଓରେ ମୁହଁ ଖୋଲିଛନ୍ତି । ସେ ଦେଇଥ‌ିବା ସାକ୍ଷାତକାରରେ କହିଛନ୍ତି, ସେ ତାଙ୍କ ପ୍ରେସିଡେନ୍ସିଲ ସୁଇଟ୍‌ରେ ଆର୍ଜେଣ୍ଟିନା ଖେଳିଥିବା ୭ଟି ଯାକ ମ୍ୟାଚ୍ ଗୋଟିଏ ନିର୍ଦ୍ଦିଷ୍ଟ ଜ୍ୟାକେଟ୍ ପିନ୍ଧି ଦେଖୁଥିଲେ । ଏହି ସବୁ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି । ଏଣୁ ବିଜୟ ଧାରା ଜାରି ରଖିବା ପାଇଁ ମିଲେଇ ତାଙ୍କ ସ୍ଵତନ୍ତ୍ର ଜ୍ୟାକେଟ ପିନ୍ଧି ପ୍ରେସିଡେନ୍ସିଆଲ ସୁଇଟ୍‌ରେ ଫାଇନାଲ ଖେଳ ଦେଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏଣୁ ସେ ଫିଫା ସଭାପତିଙ୍କ ନିମନ୍ତ୍ରଣ ରକ୍ଷା କରିପାରିବେ ନାହିଁ ବୋଲି କହିଛନ୍ତି । 




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sports News | Argentina President Skips Stadium Hoping for World Cup Win | Argus News