ଆମେରିକା ଫାଇନାଲ ମ୍ୟାଚରେ ଆହତ ହେଲେ ଆର୍ଜେଣ୍ଟିନାର ଲିଓନେଲ ମେସି
·2 years ago

ଅର୍ଗସ ବ୍ୟୁରୋ: ରକ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା କୋପା ଆମେରିକା ଫାଇନାଲ ମ୍ୟାଚରେ ଆହତ ହୋଇଛନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି। ଫାଇନାଲ ମ୍ୟାଚ ପୂର୍ବରୁ ଘାସରେ ଅଧିକ ପାଣି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଫଳରେ ମ୍ୟାଚ ସମୟରେ ଦୌଡ଼ିବାକୁ ଖେଳାଳିଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମ୍ୟାଚର ୬୪ ମିନିଟରେ ଆର୍ଜେଣ୍ଟିନା ଅଧିନାୟକ ମେସି କୌଣସି ଖେଳାଳିଙ୍କ କଣ୍ଟାକ୍ଟରେ ନ ଆସି ମଧ୍ୟ ପଡ଼ିଯାଇଥିଲେ।
ଟି-୨୦ ପରେ ଦିନିକିଆ ଓ ଟେଷ୍ଟ ମ୍ୟାଚରୁ ଅବସର ନେବେ ରୋହିତ!
ଜୋତା ମାଟିରେ ଲାଖିଯାଇଥିବା ବେଳେ ସେ ମୁହଁ ମାଡ଼ି ତଳେ ପଡ଼ିଯାଇଥିଲେ। ପରେ ସେ ପଡ଼ିଆ ଡଗ୍ଆଉଟରେ ବସିଥିଲେ। ତେବେ ଅତିରିକ୍ତ ସମୟରେ ଲଉଟାରୋ ମାର୍ଟିନେଜ ସ୍କୋର କରିବାପରେ ଡଗଆଉଟରେ ବସିଥିବା ମେସିଙ୍କୁ ଆଲିଙ୍ଗନ କରିଥିଲେ। ଆର୍ଜେଣ୍ଟିନା ପାଇଁ ଶେଷ ମ୍ୟାଚ ଖେଳୁଥିବାରୁ ଆଞ୍ଜେଲ ଡି ମାରିଆ, ନିକୋଲାସ ଓଟ୍ଟୋମୋଣ୍ଡି ଭାବବିହ୍ବଳ ହୋଇପଡ଼ିଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: