Videos
|
Sports

ଅର୍ଗସ ପକ୍ଷରୁ ଆୟୋଜିତ ପ୍ରଥମ କ୍ରିକେଟ୍ ଲିଗ୍‌ର ଚାମ୍ପିଅନ ଅର୍ଗସ ୱାରିଅର

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଅର୍ଗସ ପକ୍ଷରୁ ଆୟୋଜିତ ପ୍ରଥମ କ୍ରିକେଟ୍ ଲିଗ୍‌ର ଚାମ୍ପିଅନ ଅର୍ଗସ ୱାରିଅର

ଭୁବନେଶ୍ଵର: ଅର୍ଗସ ପକ୍ଷରୁ ଆୟୋଜିତ ପ୍ରଥମ କ୍ରିକେଟ୍ ଲିଗର ଚାମ୍ପିଅନ ହୋଇଛି ଅର୍ଗସ ୱାରିଅର ଟିମ୍ । ଏକ ରୋମାଞ୍ଚକର ଫାଇନାଲ ମ୍ୟାଚରେ ଅର୍ଗସ ଷ୍ଟ୍ରାଇକ୍ ଫୋର୍ସକୁ ୩ ରନରେ ହରାଇ ଟ୍ରଫି ହାତେଇଛି ଅର୍ଗସ ୱାରିଅର । ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଅର୍ଗସ ୱାରିଅର, ଅର୍ଗସ ଷ୍ଟ୍ରାଇକ୍ ଫୋର୍ସ ଆଗରେ ୭୦ ରନର ବିଜୟ ଲକ୍ଷ୍ୟ ରଖିଥିଲା ।


୭୧ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଅର୍ଗସ ଷ୍ଟ୍ରାଇକ୍ ଫୋର୍ସ ନିର୍ଦ୍ଧାରିତ ୧୦ ଓଭରରେ ୮ ୱିକେଟ୍ ହରାଇ ୬୮ ରନ କରିବାରେ ସକ୍ଷମ ହୋଇଥିଲା । ଖେଳ ଶେଷରେ ଅର୍ଗସ ନ୍ୟୁଜର ଏଡିଟର ଇନ୍ ଚିଫ୍ ସଞ୍ଜୟ ଜେନା ବିଜୟୀ ଓ ରନର୍ସ ଅଫ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଭଳି କ୍ରିକେଟ୍ ଲିଗର ଆୟୋଜନ ପାଇଁ ବିଜୟୀ ଟିମର କ୍ୟାପଟେନ ତଥା ଅର୍ଗସ ନ୍ୟୁଜର ଏକଜିକ୍ୟୁଟିଭ୍ ଏଡିଟର ଦୁର୍ଗାଶିଷ ମ୍ୟାନେଜମେଣ୍ଟ ସହ ସମସ୍ତ ଟିମର ଖେଳାଳିଙ୍କୁ ଧନ୍ୟବାଦ ଜଣାଇଥିଲେ । ଅର୍ଗସ ଷ୍ଟ୍ରାଇକ୍ ଫୋର୍ସ ପକ୍ଷରୁ ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିବା କରନ ଦୁବେଙ୍କୁ ପ୍ଲେୟାର ଅଫ ଦ ସିରିଜି ଟ୍ରଫି ସହ ପୁରସ୍କାର ରାଶି ଦିଆଯାଇଥିଲା ।


ପଡ଼ିଆରେ ଶୃଙ୍ଖଳିତ ଖେଳ ପ୍ରଦର୍ଶନ ପାଇଁ ଅର୍ଗସ ଷ୍ଟ୍ରାଇକ୍ ଫୋର୍ସକୁ ଫେୟାର ପ୍ଲେ ପୁରସ୍କାର ମଧ୍ୟ ମିଳିଥିଲା । ନହରକଣ୍ଟା ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ସମସ୍ତ ଲିଗ ଓ ଫାଇନାଲ ମ୍ୟାଚ୍ । ଏଥିରେ ଅର୍ଗସ ନ୍ୟୁଜ୍ ଓ ଅର୍ଗସ ଡିଜିଟାଲ ପକ୍ଷରୁ ୪ଟି ଟିମ୍ ଭାଗ ନେଇଥିଲେ ।


ଅର୍ଗସ ୱାରିଅର, ଅର୍ଗସ ଷ୍ଟ୍ରାଇକ୍ ଫୋର୍ସ, ଅର୍ଗସ ୱାଇଲ୍ଡ ଡଗ୍ ଓ ଅର୍ଗସ ଫାଇଟର ମଧ୍ୟରେ ହୋଇଥିଲା ରୋମାଞ୍ଚକର ମୁକାବିଲା । ଅର୍ଗସ ଏଚଆର ହେଡ ରତିକାନ୍ତ ସାହୁ ପୂରା ଲିଗର ଆୟୋଜନରେ ମୁଖ୍ୟ ଭୂମିକା ନିଭାଇଥିଲେ । ପବିତ୍ର ପ୍ରଧାନ ଏବଂ ଚଣ୍ଡିପ୍ରସନ୍ନ ମହାପାତ୍ର ଅମ୍ପାୟାର ଦାୟିତ୍ଵ ତୁଲାଇଥିଲେ ।