Videos
|
Sports

Arshdeep Singh / "ଭାଇ, ମୁଁ ଆପଣଙ୍କୁ ପର୍ସନାଲ ମେସେଜ କରି କ୍ଷମା ମାଗିବି," କାହିଁକି ଅର୍ଶଦୀପ ଅଶ୍ୱିନଙ୍କୁ ଏମିତି କହିଲେ…?

Ritu Das
Browse all articles by Ritu Das
·2 weeks ago·2 min read
"ଭାଇ, ମୁଁ ଆପଣଙ୍କୁ ପର୍ସନାଲ ମେସେଜ କରି କ୍ଷମା ମାଗିବି," କାହିଁକି ଅର୍ଶଦୀପ ଅଶ୍ୱିନଙ୍କୁ ଏମିତି କହିଲେ…?
Cricket

Key Points

ବାମହାତୀ ଦ୍ରୂତ ବୋଲର ଅର୍ଶଦୀପ ସିଂ ନିଜ ବିନଦାସ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି
ଆଜି ଅଶ୍ବିନଙ୍କ ହାତ ଯୋଡ଼ି କ୍ଷମା କରିବାକୁ କହିଛନ୍ତି...
ଭାରତୀୟ କ୍ରିକେଟ ଟିମର ବାମହାତୀ ଦ୍ରୂତ ବୋଲର ଅର୍ଶଦୀପ ସିଂ ନିଜ ବିନଦାସ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିଜର ଚୁଲବୁଲ ଅନ୍ଦାଜ ପାଇଁ ମଧ୍ୟ ସୋସିଆଲ ମିଡିଆରେ ପ୍ରାୟତଃ ତାଙ୍କ ରିଲ ଦେଖିବାକୁ ମିଳିଥାଏ। ଏବେ କିନ୍ତୁ ଅଶ୍ବିନଙ୍କୁ ଏକ ମନ୍ତବ୍ୟ ଦେଇ ଟ୍ରୋଲ ହେବାରେ ଲାଗିଛନ୍ତି।

ନିକଟରେ ଭାରତୀୟ ଦଳର ଷ୍ଟାର୍ ବୋଲର ଅର୍ଶଦୀପ ସିଂ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ । ଏଠାରେ ସେ ୫ ଜଣ ଟପ୍ ବୋଲରଙ୍କୁ ବାଛିଥିଲେ । ଅର୍ଶଦୀପ ଭୁବନେଶ୍ୱର କୁମାର, ମହମ୍ମଦ ଶାମି, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଏବଂ ଆର ଅଶ୍ୱୀନଙ୍କ ନାଁ କହିଥିଲେ । ତେବେ ପୂରା ଶେଷରେ ସେ ଅଶ୍ୱୀନଙ୍କ ନାଁ ନେଇଥିଲେ । ଏଥିପାଇଁ ଅଶ୍ୱୀନଙ୍କୁ କ୍ଷମା ମାଗିଛନ୍ତି ଅର୍ଶଦୀପ । ଏହାସହ ସେ ପୂର୍ବତନ ସ୍ପିନରଙ୍କୁ ବ୍ୟକ୍ତିଗତ ଭାବେ ମେସେଜ୍ କରି କଥା ହେବେ ବୋଲି ମଧ୍ୟ ସେ କହିଛନ୍ତି। 

ଏହାସହ ପଢ଼ନ୍ତୁ: ଗୌତମ ଗମ୍ଭୀରଙ୍କ ଚାକିରି ବିପଦରେ…ଡ୍ରେସିଂ ରୁମରେ ବଢ଼ୁଛି ଅସନ୍ତୋଷ, ଶ୍ରୀଲଙ୍କା ସିରିଜ୍ ହେବ ଅଗ୍ନିପରୀକ୍ଷା


ଅର୍ଶଦୀପ କହିଛନ୍ତି ଯେ, ବୋଲର ଭାବେ ସେ ଭୁବନେଶ୍ୱର କୁମାରଙ୍କୁ ସବୁଠୁ ଉପରେ ରଖିବେ । ସେ ବ୍ୟକ୍ତିଗତ ଭାବେ ଭୁବିଙ୍କୁ ପସନ୍ଦ କରନ୍ତି । ଦ୍ୱିତୀୟରେ ସେ ମହମ୍ମଦ ଶାମିଙ୍କୁ ରଖିବେ । କାରଣ ଶାମି ଯେକୌଣସି ଓ୍ୱିକେଟରେ ଭଲ ବୋଲିଂ କରିପାରିବେ । ତାଙ୍କ ବିପକ୍ଷ ବ୍ୟାଟରଙ୍କୁ ସମସ୍ୟାରେ ପକାଇଥାଏ। ତୃତୀୟରେ କୂଲଦୀପ ଯାଦବ ରହିବେ । ତାଙ୍କ ପାଖରେ ବିରଳ ସ୍କିଲ୍ ରହିଛି । ସେହିପରି ଚତୁର୍ଥରେ ଯୁଜବେନ୍ଦ୍ର ଚହଲଙ୍କୁ ସେ ରଛନ୍ତି । ପଞ୍ଜାବ ଟିମରେ ଚହଲ ତାଙ୍କର ଟିମମେଟ୍। ସେ ଅନେକ ଓ୍ୱିକେଟ୍ ନେଇଛନ୍ତି। ତେବେ ସେ ଅଶ୍ୱୀନଙ୍କୁ ଶେଷରେ ରଖିବା ପାଇଁ ଚାହାଁନ୍ତି ନାହିଁ । କିନ୍ତୁ କୌଣସି ପୋଜିସନ୍ ଖାଲି ନାହିଁ।

ଅର୍ଶଦୀପ ଆହୁରି କହିଛନ୍ତି ଯେ, ଅଶ୍ୱୀନ ଜଣେ ମହାନ ବୋଲର। ସେ ଆଇପିଏଲରେ ତାଙ୍କର ପ୍ରଥମ ଅଧିନାୟକ ଅଟନ୍ତି। ଅଶ୍ୱୀନଙ୍କୁ ଶେଷରେ ରଖିଥିବାରୁ କ୍ଷମା ମାଗିଛନ୍ତି ଅର୍ଶଦୀପ। ଏହାସହ ବ୍ୟକ୍ତିଗତ ଭାବେ ମେସେଜ୍ କରିବେ ବୋଲି ମଧ୍ୟ କହିଛନ୍ତି ।
ସୂଚନାଯୋଗ୍ୟ, ଅର୍ଶଦୀପ ଭାରତ ପାଇଁ ଦିନିକିଆ ଏବଂ ଟି୨୦ କ୍ରିକେଟ୍ ଖେଳୁଛନ୍ତି। ଇଂଲଣ୍ଡ ବିପକ୍ଷ ତିନି ଟିକିଆ ଦିନିକିଆ ସିରିଜରେ ସେ ଶେଷ ଥର ନଜର ଆସିଥିଲେ। ଯେଉଁଥିରେ ଭାରତ ୨-୧ରେ ପରାସ୍ତ ହୋଇଥିଲା। ଶେଷ ମ୍ୟାଚରେ ଅର୍ଶଦୀପ ବିନା କୌଣସି ଓ୍ୱିକେଟ୍ ନନେଇ ବିପକ୍ଷ ଟିମକୁ ୭୨ ରନର ବୋନସ ଦେଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Arshdeep Singh apologises to Ravichandran Ashwin over unexpected bowling rankings comment | Argus News