WorldCup Controversy / T20 ବିଶ୍ଵକପ୍ ଜିତିବା ପରେ ଅର୍ଶଦୀପ ସିଂଙ୍କୁ ବଡ଼ ଝଟକା: ଆକ୍ସନ ନେଲା ICC… ମ୍ୟାଚ୍ ଫି’ର ୧୫% କଟିଲା
·6 months ago·2 min read

Key Points
ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଏକ ଘଟଣା ପାଇଁ ତାଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ କଟାଯାଇଛି।
ଟି-୨୦ ବିଶ୍ୱକପ୍ ୨୦୨୬ର ଟାଇଟଲ୍ ଜିତି ଭାରତୀୟ ଦଳ ଇତିହାସ ରଚିଥିବା ବେଳେ, ଦଳର ତାରକା ବୋଲର ଅର୍ଶଦୀପ ସିଂଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଇସିସି (ICC) ର 'ଆଚରଣ ବିଧି' ଉଲ୍ଲଂଘନ କରିଥିବାରୁ ଅର୍ଶଦୀପଙ୍କ ଉପରେ ଜରିମାନା ଲଗାଯାଇଛି। ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଏକ ଘଟଣା ପାଇଁ ତାଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ କଟାଯାଇଛି।
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଅର୍ଶଦୀପ ଆଇସିସି ଆଚରଣ ବିଧିର 'ଲେଭଲ-୧' (Article 2.9) ଉଲ୍ଲଂଘନ କରିଛନ୍ତି। ଏହି ନିୟମ ଅନୁଯାୟୀ, କୌଣସି ଖେଳାଳିଙ୍କ ଆଡ଼କୁ ଅସୁରକ୍ଷିତ ବା ଅନୁଚିତ ଭାବେ ବଲ୍ ଫିଙ୍ଗିବା ଏକ ଅପରାଧ।
ନ୍ୟୁଜିଲାଣ୍ଡ ଇନିଂସର ୧୧ତମ ଓଭର ଚାଲିଥିବା ବେଳେ ଅର୍ଶଦୀପଙ୍କ ଦ୍ୱାରା ଫିଙ୍ଗାଯାଇଥିବା ଏକ ବଲ୍ କିୱି ବ୍ୟାଟର ଡାରିଲ୍ ମିଚେଲଙ୍କ ଶରୀରରେ ବାଜିଥିଲା। ଏହାକୁ ନେଇ ମୈଦାନରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ ପରେ ଉଭୟ ଖେଳାଳି ପରସ୍ପର ସହ ହାତ ମିଳାଇଥିଲେ।
ମ୍ୟାଚ୍ ପରେ ଅର୍ଶଦୀପ ନିଜେ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ। ସେ କହିଛନ୍ତି, "ମୁଁ ମିଚେଲଙ୍କୁ କ୍ଷମା ମାଗିବାକୁ ଯାଇଥିଲି। ବଲଟି ଅଧିକ ରିଭର୍ସ ସୁଇଙ୍ଗ୍ ହୋଇଯିବାରୁ ତାଙ୍କ ଦେହରେ ବାଜିଥିଲା। ମୁଁ ଜାଣିଶୁଣି ତାଙ୍କୁ ଆଘାତ ଦେବାକୁ ଚାହୁଁ ନ ଥିଲି।" ପରେ ଉଭୟ ଖେଳାଳିଙ୍କୁ ହସଖୁସିରେ କଥା ହେବାର ମଧ୍ୟ ଦେଖିବାକୁ ମିଳିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାଯୋଗ୍ୟ ଯେ, ରବିବାର ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି ବିଶ୍ୱକପ୍ ଟ୍ରଫି ହାତେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୫ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ମାତ୍ର ୧୫୯ ରନରେ ଅଲଆଉଟ୍ ହୋଇଯାଇଥିଲା। ଅର୍ଶଦୀପ ଏହି ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ବୋଲିଂ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ଏହାସହ ପଢ଼ନ୍ତୁ: ଭାରତର ଦ୍ରୂତ ବୋଲର ଅର୍ଶଦୀପଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା: ବିସିସିଆଇ ନେବ କଡ଼ା ଆକ୍ସନ
ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ତୃତୀୟ ଥର ବିଶ୍ୱ ବିଜେତା ହୋଇଛି । ୯୬ ରନରେ ବିଜୟ ହାସଲ କରି ଲଗାତାର ଟ୍ରଫି ହାତେଇଛି ଇଣ୍ଡିଆ । ୨୦୦୭ ଏବଂ ୨୦୨୪ ଟ୍ରଫି ନିଜ ନାମରେ କରିଥିଲା ଭାରତ । ଏହି ଦମଦାର ବିଜୟ ଭିତରେ ଟିମ୍ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ଅର୍ଶଦୀପ ସିଂହ ଚର୍ଚ୍ଚାରେ ରହିଛନ୍ତି । ଫାଇନାଲ ମ୍ୟାଚରେ ତାଙ୍କର ବ୍ୟବହାର ପାଇଁ ତାଙ୍କ ମୁଣ୍ଡରେ ଆଇସିସି ଆକ୍ସନ ଖଣ୍ଡା ଝୁଲୁଛି । ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ମ୍ୟାଚରେ ଅର୍ଶଦୀପ ସିଂହ ରାଗି ଯାଇଥିବା ଦେଖିବାକୁ ମିଳିଥିଲା । ସେ ଫିଙ୍ଗିଥିବା ବଲ୍ କିୱି ବ୍ୟାଟରଙ୍କ ଜଙ୍ଘରେ ବାଜିଥିଲା । ଆଇସିସି ଏହି ଘଟଣାର ସମୀକ୍ଷା କରିପାରେ। ଅର୍ଶଦୀପଙ୍କ ଉପରେ ଆକ୍ସନ ନେଇପାରେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଂଲ। ତେବେ କଣ କାର୍ଯ୍ୟାନୁଷ୍ଠାନ ନେବ ଆଇସିସି ?
ଏମିତି ମାମଲା ଲେବଲ-୧ ଅଧୀନରେ ଆସେ । ଏବେ ଅର୍ଶଦୀପ ସିଂହଙ୍କ ଉପରେ ମ୍ୟାଚ ଫିସର ସର୍ବାଧିକ ୫୦ ପ୍ରତିଶତ ଜରିମାନା ଲାଗିପାରେ । ଏହା ସହିତ ତାଙ୍କ ଖାତାରେ ଗୋଟିଏ କିମ୍ବା ୨ଟି ଡିମେରିଟ୍ ପଏଣ୍ଟ ଯୋଡା ଯାଇପାରେ । ଯଦି ଜଣେ ଖେଳାଳି ଗତ ୨୪ ମାସରେ ୪ଟି ଡିମେରିଟ୍ ପଏଣ୍ଟ ଯୋଡା ଯାଏ ତେବେ ତାଙ୍କୁ ଗୋଟିଏ ଟେଷ୍ଟ କିମ୍ବା ୨ଟି ହ୍ୱାଇଟ୍ ବଲ୍ ମ୍ୟାଚରୁ ବାସନ୍ଦ କରାଯାଇପାରେ । ଯଦିଓ ଅର୍ଶଦୀପ ସିହଂ ଖେଳପ୍ରେମୀ ମନୋଭାବ ଦେଖାଇ ମିଚେଲଙ୍କୁ କ୍ଷମା ମାଗିଥିଲେ ଏବଂ ଡାରିଲ ମିଚେଲ ତାଙ୍କ କ୍ଷମା ଗ୍ରହଣ ବି କରିଥିଲେ । କିନ୍ତୁ ଆଇସିସି ସମ୍ପୂର୍ଣ୍ଣ ଘଟଣାର ସମୀକ୍ଷା କରିପାରେ ।

Related Topics
Explore more stories