Arshdeep Singh Proposal / ଆଣ୍ଠୁମାଡ଼ି ବସି ସମରୀନଙ୍କୁ ପ୍ରପୋଜ୍ କଲେ ଅର୍ଶଦୀପ… ରୋମାଣ୍ଟିକ୍ ଫଟୋ ଭାଇରାଲ୍
·1 hour ago·2 min read

Key Points
ଷ୍ଟାର୍ ବୋଲର୍ ଅର୍ଶଦୀପ ସିଂହ ନ୍ୟୁଜିଲାଣ୍ଡରେ ଗର୍ଲଫ୍ରେଣ୍ଡ ସମରୀନ କୌରଙ୍କୁ ଫିଲ୍ମ ଷ୍ଟାଇଲ୍ରେ ପ୍ରପୋଜ୍ କରିଛନ୍ତି
ଅର୍ଶଦୀପ-ସମରୀନଙ୍କ ରୋମାଣ୍ଟିକ୍ ଫଟୋ ଭାଇରାଲ୍
୧୧.୧୧.୨୦୨୬ରେ ଜୀବନସାଥୀ ହେବାର ଘୋଷଣା କରିଛନ୍ତି

ଗୋଟିଏ ଦିନରେ ଦୁଇଟି ବଡ଼ ଖବର। ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନ ନିଜର ବନ୍ଧୁ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କୁ ବିବାହ କରିଛନ୍ତି। ଗ୍ରୀସରେ ଧୁମଧାମରେ ବିବାହ କରିଛନ୍ତି। ଆଇପିଏଲରେ କାବ୍ୟାଙ୍କର ଜବରଦସ୍ତ କ୍ରେଜ ରହିଛି। ସେପଟେ ଭାରତୀୟ କ୍ରିକେଟ ଟିମର ଷ୍ଟାର ଦ୍ରୁତ ବୋଲର ଅର୍ଶଦୀପ ସିଂହ ଆଜି ମାନେ ୧୧.୧ରେ ସମିରନଙ୍କୁ ନିଜର ଜୀବନସାଥୀ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅର୍ଶଦୀନ ଗତ କିଛିଦିନ ହେଲା ଚର୍ଚ୍ଚାରେ ମଧ୍ୟ ଅଛନ୍ତି।
ନିକଟରେ ଟ୍ରେଡ ଡିଲ୍ ମାଧ୍ୟମରେ ଅର୍ଶଦୀପ ସିଂହ ପଞ୍ଜାବ କିଙ୍ଗ୍ସର ହାତ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସରେ ଚାଲି ଯାଇଛନ୍ତି । କିନ୍ତୁ ବୁଧବାର ଅଚାନକ ସେ ନିଜ ପର୍ସନାଲ ଲାଇଫ କାରଣରୁ ଚର୍ଚ୍ଚାକୁ ଆସି ଯାଇଛନ୍ତି । ପ୍ରକାଶ ଯେ, ଅର୍ଶଦୀପ ସିଂହ ବୁଧବାର ୧୧ନଭେମ୍ବର ଫିଲ୍ମ ଅନ୍ଦାଜରେ ଗର୍ଲଫ୍ରେଣ୍ଡ ସମରୀନ କୌରଙ୍କୁ ପ୍ରପୋଜ କରିଛନ୍ତି । ସେ ସମରୀନଙ୍କୁ ରିଙ୍ଗ୍ ବି ପିନ୍ଧାଇଛନ୍ତି, ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଫଟୋରେ ଅର୍ଶଦୀପ ସିଂହ ଆଣ୍ଠୁମାଡ଼ି ବସି ସମରୀନ କୌରଙ୍କୁ ପ୍ରପୋଜ କରୁଥିବା ଦେଖାଯାଉଛନ୍ତି। ସେ ସମରୀନଙ୍କୁ ଅଙ୍ଗୁଠି ପିନ୍ଧାଇ ବହୁ ରୋମାଣ୍ଟିକ ମୁଡ଼ରେ ନଜର ଆସୁଛନ୍ତି । ଅର୍ଶଦୀପ ନ୍ୟୁଜିଲାଣ୍ଡରେ ନିଜ ଜୀବନର ସୁନ୍ଦର ମୁହୁର୍ତ୍ତକୁ କ୍ରିଏଟ କରିଛନ୍ତି । ଅର୍ଶଦୀପ ଏବଂ ସମରୀନ ସୋସିଆଲ ମିଡ଼ିଆରେ ଏହି ରୋମାଣ୍ଟିକ୍ ଫଟୋକୁ ସେୟାର କରିଛନ୍ତି ।
ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଅର୍ଶଦୀପ ଏବଂ ସମରୀନ ଲେଖିଛନ୍ତି କି, ଜୀବନ ଆମକୁ ଯେତେ କିଛି ଦେଇପାରିଥାନ୍ତା, ସେଥିମଧ୍ୟରୁ ସବୁଠାରୁ ବଡ଼ ଆନନ୍ଦ ହେଉଛି ଏହା ସେ ଆମକୁ ପରସ୍ପରକୁ ଦେଇଛି । ଜୀବନସାରାର ଏହି ସାଥର ନାମ ୧୧.୧୧.୨୦୨୬ (ହାଏ ମଙ୍ଗେତର)।
ପ୍ରକାଶ ଯେ, ଅର୍ଶଦୀପ ଏବଂ ସମରୀନ ଜଣେ ଅନ୍ୟ ଜଣଙ୍କୁ ଲମ୍ବା ସମୟରୁ ଡେଟ୍ କରୁଛନ୍ତି । ସମରୀନଙ୍କୁ କେତେକ ପଞ୍ଜାବୀ ମ୍ୟୁଜିକ ଭିଡ଼ିଓରେ ଦେଖାଯାଇଛି । ତାଙ୍କ ଗ୍ଲାମରସ ଲୁକ୍ ଫ୍ୟାନ୍ସଙ୍କୁ ବହୁ ପସନ୍ଦ ଆସିଥାଏ । ସମରୀନ ବଲିଉଡ଼ ଫିଲ୍ମ ‘୮୩’ରେ ବ ଦେଖାଯାଇଥିଲେ। ତାଙ୍କ ଚରିତ୍ର ଛୋଟ ଥିଲା, କିନ୍ତୁ ସ୍ମୃତି ହୋଇରହିଗଲା। ଏହା ବ୍ୟତୀତ ସମରୀନ ନେଲ ପଲିଶ ଭଳି ଓ୍ବେବ ଫିଲ୍ମ ଏବଂ କେତେକ ହିଟ୍ ପଞ୍ଜାବୀ ଗୀତରେ କାମ କରିଛନ୍ତି । ସମରୀନ ମିସ ଇଣ୍ଡିଆ ଜମ୍ମୁ – କଶ୍ମୀର ବି ରହି ସାରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: