Cricket / ପ୍ରଥମ ଆସେସ୍ ଟେଷ୍ଟକୁ ୮ ୱିକେଟରେ ଜିତିନେଲା ଅଷ୍ଟ୍ରେଲିଆ; ୨ ଦିନରେ ସରିଗଲା ମ୍ୟାଚ୍
·4 months ago·2 min read

Key Points
ଆସେସ୍ ସିରିଜ୍ ୨୦୨୫ର ପ୍ରଥମ ମ୍ୟାଚ୍କୁ ଜିତି ନେଇଛି ଅଷ୍ଟ୍ରେଲିଆ । ମ୍ୟାଚ୍ର ଦ୍ଵିତୀୟ ଦିନରେ ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୮ ୱିକେଟ୍ରେ ହରାଇ ବିଜୟୀ ହୋଇଛି ।
ନୂଆଦିଲ୍ଲୀ: ଆସେସ୍ ସିରିଜ୍ ୨୦୨୫ର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳା ଯାଇଥିବା ବେଳେ ବାଜିମାତ୍ କରିଛି ଅଷ୍ଟ୍ରେଲିଆ । ମ୍ୟାଚ୍ର ଦ୍ଵିତୀୟ ଦିନରେ ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୮ ୱିକେଟ୍ରେ ହରାଇ ବିଜୟୀ ହୋଇଛି । ଘରୋଇ ତଥା ଆୟୋଜନକାରୀ ଅଷ୍ଟ୍ରେଲିଆ ଆଗରେ ଇଂଲଣ୍ଡ ୨୦୫ ରନ୍ର ଟାର୍ଗେଟ୍ ରଖିଥିଲା ।
ଯାହାର ଜବାବରେ ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେବିସ୍ ହେଡ୍ ଧୁଆଁଧାର ବ୍ୟାଟିଂ କରି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ । ଫଳରେ ୫ ଟିକିଆ ବିଶିଷ୍ଟ ଆସେସ୍ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ହେଡ୍ ୬୯ ବଲ୍ରେ ଶତକ ମାରିବା ସହ ଆସେସ୍ ଇତିହାସରେ ଦ୍ଵିତୀୟ ଦ୍ରୁତ ଶତକରେ ନିଜ ନାଁ ଲେଖିଛନ୍ତି ।
ଏଥିସହ ପଢ଼ନ୍ତୁ: ସାମ୍ନାକୁ ଆସିଲା ତାରିଖ, ଏହି ଦିନ ଟି-୨୦ ବିଶ୍ବକପ୍ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ !
୧୬ ଚଉକା, ୪ ଛକା
ଟ୍ରେବିସ୍ ହେଡ୍ ଦ୍ଵିତୀୟ ପାଳିରେ ୮୩ ବଲ୍ରେ ୧୨୩ ରନ୍ କରିଛନ୍ତି । ଯେଉଁଥିରେ ୧୬ଟି ଚଉକା ସହ ୪ଟି ଛକା ରହିଛି । ଇଂଲଣ୍ଡର ବ୍ୟାଜବଲ୍ରୁ ପବନ ବାହାର କରି ଦେଇଛି ଅଷ୍ଟ୍ରେଲିଆ । ହେଡ୍ ୬୯ ବଲ୍ରେ ଶତକ ହାସଲ କରିଛନ୍ତି । ଯାହାକି ଆସେସ୍ ଇତିହାସରେ ଦ୍ଵିତୀୟ ଦ୍ରୁତତମ ଶତକ । ହେଡ୍ଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୨୦୫ ରନ୍ର ଟାର୍ଗେଟକୁ ସହଜରେ ହାସଲ କରି ନେଇଛି ।
୨୦୫ ରନ୍ର ପିଛା କରି ଅଷ୍ଟ୍ରେଲିଆ ଦ୍ଵିତୀୟ ପାଳିରେ କ୍ରିଜ୍କୁ ଓହ୍ଲାଇଥିଲା । ସେତେବେଳେ ପ୍ରଥମ ପାଳିକୁ ନଜରରେ ରଖି ଅଷ୍ଟ୍ରେଲିଆ ବିଜୟ ମୁସ୍କିଲ୍ ବୋଲି କୁହାଯାଉଥିଲା । କିନ୍ତୁ ଟ୍ରେବିସ୍ ହେଡ୍ଙ୍କ ବିସ୍ଫୋରକ ବ୍ୟାଟିଂ ସବୁ ଆକଳନକୁ ଭୁଲ୍ କରିଦେଲା । ଆରମ୍ଭରୁ ହେଡ୍ଙ୍କ ଆଟାକିଂ ସଟ୍ସ ୱେଦରଲାଣ୍ଡଙ୍କ ସହ ୭୫ ରନ୍ର ପାର୍ଟନରସିପ୍ କରିବାରେ ସଫଳ ହୋଇଥିଲା ।
ଲାବୁଶେନ ମଧ୍ୟ ଭଳ ଖେଳିଥିଲେ । ହେଡ୍ ୧୨୩ ରନ୍ କରି ଆଉଟ୍ ହେବା ପରେ ବ୍ୟାଟିଂ ଭାର ସମ୍ଭାଳିଥିଲେ ଲାବୁଶେନ । ମାର୍ନସ ଲାବୁଶେନ୍ ୪୯ ବଲ୍ରେ ଅପରାଜିତ ରନ୍ କରି ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଦ୍ବିତୀୟ ଟେଷ୍ଟରେ ନୂଆ ବ୍ୟବସ୍ଥା, ଖେଳାଳିଙ୍କୁ ୨ ଘଣ୍ଟା ବିଳମ୍ବରେ ମିଳିବ ଲଞ୍ଚ !
ପର୍ଥ ଟେଷ୍ଟରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ ପ୍ରଥମ ଇନିଂସରେ ଇଂଲଣ୍ଡ ମାତ୍ର ୧୭୨ ରନ୍ରେ ଅଲଆଉଟ୍ ହୋଇଥିଲା । ଏହାପରେ ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ମାତ୍ର ୧୩୨ ରନ୍ କରିବାରେ ସମର୍ଥ ହୋଇଥିଲା ।
ପ୍ରଥମ ଇନିଂସରେ ୪୦ ରନ୍ରେ ଆଗୁଆ ଥିବା ଇଂଲଣ୍ଡ ଦ୍ଵିତୀୟ ପାଳିରେ ବଡ଼ କରିସ୍ମା ଦେଖାଇ ପାରି ନଥିଲା । ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ମାତ୍ର ୧୬୪ ରନ୍ରେ ଅଲଆଉଟ୍ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବୋଲାଣ୍ଡ ୪ଟି, ମିଚେଲ ଷ୍ଟାର୍କ ୩ ଓ ଡଗେଟ୍ ୩ଟି ୱିକେଟ୍ ନେଇଛନ୍ତି । ଫଳରେ ୨୦୫ ରନ୍ର ଟାର୍ଗେଟ୍କୁ ନେଇ ଦମ୍ର ସହ ଖେଳିଥିବା ଅଷ୍ଟ୍ରେଲିଆ ୮ ୱିକେଟ୍ରେ ବିଜୟୀ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories