Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସଚିନ-କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ଵିନ,ଶେନ ୱାର୍ଣ୍ଣଙ୍କ ସହ ହେଲେ ସମକକ୍ଷ 

Sangram Tripathy
Browse all articles by Sangram Tripathy
·1 year ago·2 min read
ସଚିନ-କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ଵିନ,ଶେନ ୱାର୍ଣ୍ଣଙ୍କ ସହ ହେଲେ ସମକକ୍ଷ 

ଅର୍ଗସ ବ୍ୟୁରୋ:ରେକର୍ଡ କଲା ଭାରତ,ଇତିହାସ ରଚିଲେ ଅଶ୍ବିନ। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ୨୮୦ ରନ୍‌ରେ ବିଜୟ ହାସଲ କରିଛି ରୋହିତ ସେନା । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ନାଁରେ ଯୋଡିହୋଇଛି ଅନେକ ରେକର୍ଡ। ଉଭୟ ବୋଲିଂ ବ୍ୟାଟିରେ ଜବରଦସ୍ତ ପ୍ରଦର୍ଶନ କରି ମ୍ୟାନ୍ ଅଫ ଦ ମ୍ୟାଚ୍ ପୁରସ୍କାର ହାତେଇଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଟେଷ୍ଟରେ ୧୧୩  ଷଷ୍ଠତମ ଶତକ ହାସଲ କରିବା ସହ ବାଂଲାଦେଶ ବିପକ୍ଷରେ ନେଇଛନ୍ତି ୬ ୱିକେଟ୍ । 

ନଜର ପକାନ୍ତୁ ଅଶ୍ୱିନଙ୍କ ରେକର୍ଡ ଉପରେ.....
ଟେଷ୍ଟର ରାଜା ପାଲଟିଛନ୍ତି ଭାରତର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ । ଟେଷ୍ଟରେ ଭାରତର ଦ୍ୱିତୀୟ ସର୍ବାଧିକ ୱିକେଟ ନେଇଥିବା ବୋଲର ହୋଇଛନ୍ତି ଅଶ୍ବିନ। ୧୦୧ ଟେଷ୍ଟରୁ ୫୨୨ଟି ୱିକେଟ୍ ନେଇଛନ୍ତି। ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଅନୀଲ କୁମ୍ବଲେ। ସେ ୧୩୨ଟି ମ୍ୟାଚ୍‌ରୁ ୬୧୯ଟି ୱିକେଟ୍ ନେଇଛନ୍ତି। ଅଶ୍ବିନ ଭାଙ୍ଗିଛନ୍ତି ସଚିନ-କୁମ୍ବଲେଙ୍କ ରେକର୍ଡ,ଶେନ ୱାର୍ଣ୍ଣଙ୍କ ରେକର୍ଡ ସହ ହୋଇଛନ୍ତି ସମକକ୍ଷ । ଭାରତୀୟ ବୋଲର ଭାବେ ସେ ଟେଷ୍ଟରେ ଗୋଟିଏ ଇନିଂସରେ ସର୍ବାଧିକ ୩୭ ଥର ୫ଟି ୱିକେଟ ନେଇଛନ୍ତି,ଏଥିସହ ଅନ୍ୟତମ ପ୍ରସିଦ୍ଧ ସ୍ପିନର ଶେନ ୱାର୍ଣ୍ଣଙ୍କ ସମକକ୍ଷ ହୋଇଛନ୍ତି ଅଶ୍ବିନ। ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ ଟେଷ୍ଟରେ ସର୍ବାଧିକ ୬୭ ଥର ଗୋଟିଏ ଇନିଂସରେ ୫ଟି ୱିକେଟ ନେଇଛନ୍ତି। ତାଙ୍କ ତଳକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ ଶେନ ୱାର୍ଣ୍ଣ ଏବଂ ତାଲିକାରେ  ଯୋଡି ହୋଇଛନ୍ତି ଅଶ୍ୱିନ । ମାଷ୍ଟର ବାଷ୍ଟରଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଶ୍ବିନ । ଟେଷ୍ଟରେ ୧୦ ଆୱାର୍ଡ ଜିତିଥିବାବେଳେ ସଚିନ, ଅଶ୍ବିନ କିନ୍ତୁ ୧୦ ଥର ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ୧୦ ଥର ପ୍ଲେୟାର ଅଫ୍ ଦ ସିରିଜ୍ ଜିତିଛନ୍ତି । 


ଟେଷ୍ଟରେ ଗୋଟିଏ ମ୍ୟାଚ୍‌ରେ ୧୦ଟି ୱିକେଟ ନେବାରେ ଅନୀଲ କୁମ୍ବଲେ ସହିତ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି ଅଶ୍ବିନ। ଉଭୟ ୮ ଥର ଲେଖାଏଁ ୧୦ଟି ୱିକେଟ ନେଇଛନ୍ତି। ସାରା ବିଶ୍ୱରେ ଟେଷ୍ଟରେ ଦ୍ରୁତ ୨୫୦, ୩୦୦ ଓ ୩୫୦ ୱିକେଟ ନେବାର ଗୌରବ ହାସଲ କରିଛନ୍ତି ଅଶ୍ୱିନ। ଟେଷ୍ଟ କ୍ରିକେଟରେ ନମ୍ବର ୮ କିମ୍ବା ତା  ତଳ ନମ୍ବରଗୁଡ଼ିକରେ ବ୍ୟାଟିଂ କରିବାକୁ ଆସି ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଶ୍ୱିନ। ୧୦୧ଟି ଟେଷ୍ଟରୁ ସେ ୫୨୨ଟି ୱିକେଟ୍ ନେଇ ଟେଷ୍ଟରେ ସେ ଭାରତର ଦ୍ୱିତୀୟ ସର୍ବାଧିକ ୱିକେଟ ନେଇଥିବା ବୋଲର ହୋଇଛନ୍ତି। ୧୩୨ଟି ମ୍ୟାଚ୍‌ରୁ ୬୧୯ଟି ୱିକେଟ୍ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି ଅନୀଲ କୁମ୍ବଲେ। ଅଶ୍ବିନ ଟେଷ୍ଟରେ ଅଧିକ ବୟସରେ ୫ ୱିକେଟ୍ ନେବାରେ ଉପଲବ୍ଧି ହାସଲ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଶ୍ବିନ ଜିତିଥିବା ମ୍ୟାଚରେ ସର୍ବାଧିକ ୱିକେଟ୍ ନେବାରେ ୫ମ ସ୍ଥାନରେ ରହିଛନ୍ତି ପ୍ରଥମ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ମୁଥେୟା ମୁରଲୀଧରଣ । ଅନ୍ୟପଟେ ଭାରତ ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୮୦ ରନ୍‌ରେ ହରାଇ ଭାରତୀୟ କ୍ରିକେଟ ଦଳର ୯୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି,ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଦଳର ବିଜୟୀ ମ୍ୟାଚ୍‌ ସଂଖ୍ୟା ପରାଜିତ ମ୍ୟାଚ୍‌ ସଂଖ୍ୟାଠାରୁ ଅଧିକ ରହିଛି। ବାଂଲାଦେଶକୁ ପରାସ୍ତ କରି ଭାରତ ୧୭୯ତମ ଟେଷ୍ଟ ମ୍ୟାଚ୍ ଜିତିଛି। ଦଳ ଏଯାବତ୍ ୫୮୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୧୭୯ଟିରେ ବିଜୟ ହାସଲ କରିଛି ଓ ୧୭୮ଟିରେ ହୋଇଛି ପରାଜିତ। ବାଂଲାଦେଶ ବିପକ୍ଷରେ ଭାରତ ୨ ଟେଷ୍ଟ ମ୍ୟାଚରୁ ଦୁଇ ଜିତିବା ଲକ୍ଷ୍ୟରେ ରହିଛି 

Sponsored
Ashwin broke the record of Shane-Kumble, equaled with Shane Warne | Argus News