Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବାଂଲାଦେଶର ବାଜା ବଜାଇଦେଲେ ଜୈସୱାଲ,ମୁରଲୀଧରନଙ୍କ ରେକର୍ଡ ସହ ଅଶ୍ବିନ ସମକକ୍ଷ

Sangram Tripathy
Browse all articles by Sangram Tripathy
·1 year ago·2 min read
ବାଂଲାଦେଶର ବାଜା ବଜାଇଦେଲେ ଜୈସୱାଲ,ମୁରଲୀଧରନଙ୍କ ରେକର୍ଡ ସହ ଅଶ୍ବିନ ସମକକ୍ଷ

ଅର୍ଗସ ବ୍ୟୁରୋ: ଜୈସୱାଲ ଜଲୱା ଦେଖିଲା ସାରା ବିଶ୍ବ। ବେସ ବଲର ରାଜା ବଜାଇଲେ ବାଂଲାଦେଶର ବାଜା। ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୦ରେ ହାତେଇଛି ଭାରତ। ରେକର୍ଡ କରିଛନ୍ତି ଜୈସୱାଲ,ଭାଙ୍ଗିଛନ୍ତି ଗାଭାସ୍କରଙ୍କ ରେକର୍ଡ,ସେହୱାଗଙ୍କ ରେକର୍ଡ ସହ ହୋଇଛନ୍ତି ସମକକ୍ଷ। ବାଂଲାଦେଶ ବିପକ୍ଷରେ ପ୍ରଥମ ଇନିଂସରେ ୫୧ ବଲରେ ୭୨,ଦ୍ୱିତୀୟ ଇନିଂସରେ ୪୫ ବଲରେ ୫୧ ରନର ପାରି ଖେଳି ବାଂଲା ବୋଲରଙ୍କ ନିଦ ହଜାଇଦେଇଥିଲେ କାନପୁର ଟେଷ୍ଟରେ ଜବରଦସ୍ତ ପାରି ଲାଗି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ହାତେଇଛନ୍ତି । 
କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ନାଁରେ ଲମ୍ବା ସମୟ ଧରି ରହିଥିବା ରେକର୍ଡକୁ ଅତିକ୍ରମ କରିଛନ୍ତି ଜୈସୱାଲ।୧୯୭୧ ମସିହା ସୁନୀଲ ଗାଭାସ୍କର ୯୧୮ ରନ କରିଥିଲେ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଆଜି ଯାଏ ତାଙ୍କ ଠାରୁ କୌଣସି ଭାରତୀୟ ବ୍ୟାଟର ଅଧିକ ରନ କରିପାରି ନଥିଲେ। ୨୩ ବର୍ଷ ହେବା ପୂର୍ବରୁ ଗାଭାସ୍କର ଏପରି ରେକର୍ଡ କରିଥିଲେ। ତେବେ ୨୨ ବର୍ଷ ଓ ୨୭୮ ଦିନ ବୟସରେ ଜୈସୱାଲ ତାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ୨୦୨୪ରେ ମାତ୍ର ୮ଟି ଟେଷ୍ଟ ଖେଳି ୯୨୯ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୬୬.୩୫ ରହିଛି। ଏଥିରେ ୨ଟି ଶତକ ଓ ୬ଟି ଅର୍ଦ୍ଧଶତକ ରହିଛି।

ଏଥିସହ ବାଂଲାଦେଶ ବିପକ୍ଷ କାନୁପର ଟେଷ୍ଟରେ ଜୈସୱାଲ ଦ୍ୱିତୀୟ ଭାରତୀୟ ଭାବେ ଉଭୟ ଇନିଂସରେ ୧୦୦ କିମ୍ବା ତା’ଠାରୁ ଅଧିକ ଷ୍ଟ୍ରାଇକ ରେଟରେ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ଜୈସୱାଲ ବୀରେନ୍ଦ୍ର ସେହୱାଗଙ୍କ ନାଁରେ ଥିବା ରେକର୍ଡ ସହ ହୋଇଛନ୍ତି ସମକକ୍ଷ । ୨୦୧୧ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟରେ ସେହୱାଗ ଏପରି ସଫଳତା ହାସଲ କରିଥିଲେ। ସେହୱାଗ ପ୍ରଥମ ଇଂନିସରେ ୪୬ ବଲରେ ୫୫ ଓ ଦ୍ୱିତୀୟ ଇଂନିସରେ ସେ ୫୫ ବଲରେ ୫୫ ରନର ପାରି ଖେଳିଥିଲେ। ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ୍ ଟେଷ୍ଟ କ୍ରିକେଟରେ ୧୧ଥର ଶୃଙ୍ଖଳାର  ସର୍ବାଧିକ ଥର ପ୍ଲେୟାର ଅଫ ଦି ସିରିଜ୍ ଜିତିବାରେ ଯୁଗ୍ମଭାବେ ଶୀର୍ଷରେ ରହିଛନ୍ତି,ଅଶ୍ବିନ୍ ମୁଥେୟା ମୁରଲୀଧରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

ଅଶ୍ବିନ୍ ଏହି ସିରିଜରେ ଗୋଟିଏ ଶତକ ସହ ୧୧୪ କରିଥିବାବେଳେ ୧୧ ୱିକେଟ୍ ନେଇଥିଲେ। ଚେନ୍ନାଇରେ ଟେଷ୍ଟରେ ୬ ୱିକେଟ୍ ନେଇଥିଲେ। ଭାରତର କ୍ଲିନ୍‌ସୁଇପ୍‌ ପରେ ଡବ୍ଲୁଟିସି ପଏଣ୍ଟ ଟେବୁଲ୍‌ରେ ଶୀର୍ଷରେ ରହିଛି। ୧୧ଟି ମ୍ୟାଚରେ ୮ଟି ବିଜୟ ସହିତ ଭାରତର ପଏଣ୍ଟ ପ୍ରତିଶତ ବର୍ତ୍ତମାନ ୭୪.୨୪ ରହିଛି। ବର୍ତ୍ତମାନ ରୋହିତ ଶର୍ମାଙ୍କ ସେନାକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିବାକୁ ୮ଟି ମ୍ୟାଚ ମଧ୍ୟରୁ ଚାରିଟି ଜିତିବାକୁ ପଡ଼ିବ। ବର୍ତ୍ତମାନ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଥିବାବେଳେ ଚଳିତ ବର୍ଷ ଶେଷରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ashwin equals Jaiswal, Muralidharan's record in batting for Bangladesh | Argus News