Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଂଲାଦେଶ ବିପକ୍ଷ ଟେଷ୍ଟ ଦମ୍ ଦେଖାଇଲେ ଅଶ୍ବିନ-ଜାଡେଜା,କମବ୍ୟାକ କଲା ଭାରତ

Sports

ବାଂଲାଦେଶ ବିପକ୍ଷ ଟେଷ୍ଟ ଦମ୍ ଦେଖାଇଲେ ଅଶ୍ବିନ-ଜାଡେଜା,କମବ୍ୟାକ କଲା ଭାରତ

Sangram Tripathy
Browse all articles by Sangram Tripathy
·1 year ago·1 min read
ବାଂଲାଦେଶ ବିପକ୍ଷ ଟେଷ୍ଟ ଦମ୍ ଦେଖାଇଲେ ଅଶ୍ବିନ-ଜାଡେଜା,କମବ୍ୟାକ କଲା ଭାରତ

ଅଗର୍ସ ବ୍ୟୁରୋ:ବାଂଲାଦେଶ ବିପକ୍ଷ ଟେଷ୍ଟ କମବ୍ୟାକ କଲା ଟିମ୍ ଇଣ୍ଡିଆ, ଦମ୍ ଦେଖାଇଲେ ଅଶ୍ବିନ-ଜାଡେଜା ଯୋଡି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୩୩୯ ରନ୍ ସଂଗ୍ରହ କରିଛି ଭାରତ, ଅଶ୍ବିନ ୧୦୨,ଜାଡେଜା ୮୬ ରନ୍ କରି ଅପରାଜିତ ରହିଛନ୍ତି । ଅଶ୍ୱିନ ୧୦୮ ବଲରେ ନିଜର ଶତକ ହାସଲ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୬ଷ୍ଠ ଶତକ। ସେହିପରି ଘରୋଇ ମାଟିରେ ଦ୍ୱିତୀୟ ସେଞ୍ଚୁରୀ। ଶତକୀୟ ଇନିଂସରେ ଅଶ୍ୱିନ ୧୦ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପର୍ତ୍ତି ନେଇଥିଲା ଭାରତ,ଜୟସ୍ୱାଲ ୫୬ ରନ୍ କରି ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ପରେ ପରେ ଦମଦାର ପାରି ଖେଳି ବାଂଲାଦେଶ ବୋଲରଙ୍କ ନିଦ ହଜାଇ ଦେଇଥିଲେ ଭାରତର ଦୁଇ ଅଲରାଉଣ୍ଡର,ଫଳରେ ଭାରତ ଏବେ ପ୍ରଥମ ଟେଷ୍ଟକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଥିଲେ କିନ୍ତୁ ତାପୂର୍ବରୁ ଭାରତ ୩୪ ରନରେ ୩ଟି ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଋଷଭ ପନ୍ତଙ୍କୁ ସାଥୀ କରି ଯଶସ୍ୱୀ ଜୈସୱାଲ ସ୍ଥିତି ସମ୍ଭାଳିଥିଲେ। କିନ୍ତୁ ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲଙ୍କ ଭଳି ବଡ଼ବଡ଼ ବ୍ୟାଟର ଯେଉଁ ବାଂଲାଦେଶ ବୋଲିଂ ଆଗରେ ତିଷ୍ଟି ପାରି ନଥିଲେ, ସେଠାରେ ଅଶ୍ୱିନ ଓ ଜାଡେଜା ନିଜର ବ୍ୟାଟି ଯାଦୁ ଦେଖାଇଛନ୍ତି। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳାଯିବ,୨ଟିରୁ ୨ଟି ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ। ଫଳରେ ଡବ୍‌ଲ୍ୟୁଟିସି ପଏଣ୍ଟକୁ ଅଧିକ ଦୃଢ଼କରିପାରିବ


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ashwin-Jadeja showed his strength in the Test against Bangladesh, India made a comeback | Argus News