Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟେଷ୍ଟରେ ଅଶ୍ବିନ ରାଜ୍,ଭାଙ୍ଗିଲେ କୁମ୍ବଲେଙ୍କ ରେକର୍ଡ,ଏସିଆରେ ଦ୍ବିତୀୟ 

Sports

ଟେଷ୍ଟରେ ଅଶ୍ବିନ ରାଜ୍,ଭାଙ୍ଗିଲେ କୁମ୍ବଲେଙ୍କ ରେକର୍ଡ,ଏସିଆରେ ଦ୍ବିତୀୟ 

Sangram Tripathy
Browse all articles by Sangram Tripathy
·1 year ago·2 min read
ଟେଷ୍ଟରେ ଅଶ୍ବିନ ରାଜ୍,ଭାଙ୍ଗିଲେ କୁମ୍ବଲେଙ୍କ ରେକର୍ଡ,ଏସିଆରେ ଦ୍ବିତୀୟ 

ଅର୍ଗସ ବ୍ୟୁରୋ:ବିଶ୍ବ କ୍ରିକେଟରେ ଟେଷ୍ଟରେ ରାଜ୍ କରୁଛନ୍ତି ଆର.ଅଶ୍ବିନ,ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ କରୁଛନ୍ତି କମାଲ୍ । କାନପୁର ଟେଷ୍ଟରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କୁ ଆଉଟ୍ କରି ଏସିଆ ମହାଦେଶରେ ୪୨୦ଟି ୱିକେଟ ନେବାର ରେକର୍ଡ କରିଛନ୍ତି ଅଶ୍ବିନ। ଏସିଆ ମହାଦେଶରେ ସର୍ବାଧିକ ୱିକେଟ୍ ଦଖଲ କରିଥିବା ଭାରତୀୟ ବୋଲର ହୋଇପାରିଛନ୍ତି। କିମ୍ବଦନ୍ତୀ କ୍ରିକେଟର ଅନୀଲ କୁମ୍ବଲେଙ୍କ ୪୧୯ ୱିକେଟ  ରେକର୍ଡ ଭାଙ୍ଗିଛନ୍ତି ଅଶ୍ବିନ ।ଏସିଆରେ ସର୍ବାଧିକ ୱିକେଟ ନେଇଥିବା ତାଲିକାରେ ଶ୍ରୀଲଙ୍କାର ମୁରଲୀଧରନ ୧ନଂ ରହିଛନ୍ତି,ସେ ଟେଷ୍ଟ କ୍ରିକେଟରେ ମୋଟ ୮୦୦ ୱିକେଟ ନେଇଥିବା ବେଳେ କେବଳ ଏସିଆରେ ଏହି ସଂଖ୍ୟା ୬୧୨ ରହିଛି।  ପ୍ରଥମରେ ମୁରଲୀଧରନ ରହିଥିବାବେଳେ ଦ୍ୱିତୀୟରେ ଅଶ୍ୱିନ ଓ ତୃତୀୟରେ ରହିଛନ୍ତି କୁମ୍ବଲେ

 ସବୁଠୁ ବଡ଼ କଥା ହେଉଛିଏସିଆରେ ସର୍ବାଧିକ ୱିକେଟ ନେଇଥିବା ୫ ଜଣ ଯାକ ସ୍ପିନ ବୋଲରଙ୍କ ମଧ୍ୟରୁ ୪ ଜଣ ଅବସର ନେଇ ସାରିଥିବାବେଳେ ଅଶ୍ୱିନ କିନ୍ତୁ ଏବେ ବି ଟେଷ୍ଟ ଖେଳିବା ଜାରି ରଖିଛନ୍ତି। ଏଯାଏ ୧୦୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୫୨୩ଟି ୱିକେଟ୍ ନେଇଛନ୍ତି। କେବଳ ସେତିକି ନୁହେଁ ଅଶ୍ବିନ ସାଣ୍ଟୋଙ୍କୁ  ଏଲବିଡବ୍ଲୁ ଆଉଟ୍ କରି ଟେଷ୍ଟରେ ସବୁଠୁ ଅଧିକ ଏଲବିଡବ୍ଲୁ ଅଧିକ ୱିକେଟ୍ ନେବାରେ ୫ମ ବୋଲର ସାଜିଛନ୍ତି। ପ୍ରଥମରେ ରହିଛନ୍ତି ଭାରତୀୟ ସ୍ପିନର କିମ୍ବଦନ୍ତି ଅନିଲ କୁମ୍ବଲେ । ଭାରତୀୟ ବୋଲର ଭାବେ ସେ ଟେଷ୍ଟରେ ଗୋଟିଏ ଇନିଂସରେ ସର୍ବାଧିକ ୩୭ ଥର ୫ଟି ୱିକେଟ ନେଇଛନ୍ତି,ଏଥିସହ ଅନ୍ୟତମ ପ୍ରସିଦ୍ଧ ସ୍ପିନର ଶେନ ୱାର୍ଣ୍ଣଙ୍କ ସମକକ୍ଷ ହୋଇଛନ୍ତି ଅଶ୍ବିନ। ମାଷ୍ଟର ବାଷ୍ଟରଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଶ୍ବିନ । ଟେଷ୍ଟରେ ୧୦ ଆୱାର୍ଡ ଜିତିଥିବାବେଳେ ସଚିନ, ଅଶ୍ବିନ କିନ୍ତୁ ୧୦ ଥର ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ୧୦ ଥର ପ୍ଲେୟାର ଅଫ୍ ଦ ସିରିଜ୍ ଜିତିଛନ୍ତି । କାନପୁରରେ  ଖେଳାଯାଉଥିବା ଭାରତ-ବାଂଲାଦେଶ ମଧ୍ୟରେ ଦ୍ବିତୀୟ ମ୍ୟାଚରେ ବର୍ଷା ସାଜିଛି ବାଧକ । ବାଂଲାଦେଶ ୩୫ ଓଭର ଖେଳି ୩ ୱିକେଟ୍ ବିନିମୟରେ ୧୦୭ ରନ୍ କରିଛି,ଭାରତ ପକ୍ଷରୁ ଅଶଦୀପ ୨ଟି ଅଶ୍ବିନଙ୍କୁ ମିଳିଛି ଗୋଟିଏ ୱିକେଟ୍ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Ashwin Raj broke Kumble's record in Tests, second in Asia | Argus News