ଧୋନୀଙ୍କ ଟିମ୍କୁ ଫେରିବା ନେଇ ଦେଲେ ବଡ଼ ସଙ୍କେତ

ଅର୍ଗସ ବ୍ୟୁରୋ: ଟିମ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଆଇପିଏଲରେ ଏବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି। ଏହାପୂର୍ବରୁ ଅନେକ ବର୍ଷ ଯାଏ ସେ ମହେନ୍ଦ୍ର ସିଂ ଧୋନୀଙ୍କ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିଲେ। ଚଳିତବର୍ଷ ଶେଷରେ ଆଇପିଏଲରେ ମେଗା ଅକ୍ସନ ହେବାକୁ ଯାଉଛି। ତା' ପୂର୍ବରୁ ସେ ପୁଣିଥରେ ଚେନ୍ନାଇ ଫେରିବାର ସଙ୍କେତ ଦେଇଛନ୍ତି। ନିକଟରେ ସେ ତାମିଲନାଡ଼ୁୀ ସେଲମରେ ଥିବା CSK ଏକାଡେମୀ ଗସ୍ତ କରିଥିଲେ। ସେ ଏକାଡେମୀର ପିଲାଙ୍କ ସହ ଆଲୋଚନାର ଭିଡିଓ ଶେୟାର କରିଛନ୍ତି। ଏଣୁ ସେ ଫେରିବାନେଇ ଚର୍ଚ୍ଚା ଜୋର ଧରିଛି।
Shy kid 🤝 jolly legend
— Super Kings Academy (@SuperKingsAcad) July 5, 2024
Ash Anna at Super Kings Academy, Salem 😍#SuperKingsAcademy🏏#TrainLikeASuperKing 💪 pic.twitter.com/5kavTBl2e3
ଚେନ୍ନାଇ ସୁପର କିଙ୍ଗ୍ସ ତାମିଲନାଡ଼ୁ ସମେତ ବିଦେଶରେ ଥିବା ପିଲାମାନଙ୍କ ଲାଗି ଅନେକ ହାଇ ପର୍ଫମାନ୍ସ ସେଣ୍ଟର କରିଛି। ଏହି ଏକାଡେମୀରେ ଯୁବ କ୍ରିକେଟରମାନଙ୍କୁ ତାଲିମ ଦିଆଯାଉଛି। ଗତମାସରେ ସିଏସକେ ସିଇଓ କାଶୀ ବିଶ୍ବନାଥନ ଅଶ୍ବିନଙ୍କୁ ଏହାର ହେଡ କରିଥିଲେ। ସେବେଠାରୁ ତାଙ୍କର ପୁନର୍ବାର ଦଳକୁ ଫେରିବା ନେଇ ଆଲୋଚନା ହେଉଛି।
📱 Get Argus News App
✨ଅପରପକ୍ଷେ ଖୁବଶୀଘ୍ର ମେଗା ଅକ୍ସନ ହେବ। ଏଥିରେ ଅଶ୍ବୀିନଙ୍କ ରିଟେନ ହେବାର ସମ୍ଭାବନା କମ ରହିଛି। ଏଣୁ ଯଦି ରାଜସ୍ଥାନ ତାଙ୍କୁ ଅକ୍ସନକୁ ଛାଡ଼ିଦିଏ ତେବେ ସିଏସକେ ପାଇଁ ତାଙ୍କୁ କିଣିବା ସହଜ ହେବ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର