Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଅଶ୍ଵିନ-ଜାଡ଼େଜା

Sangram Tripathy
Browse all articles by Sangram Tripathy
·1 year ago·2 min read
ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଅଶ୍ଵିନ-ଜାଡ଼େଜା

ଅର୍ଗସ ବ୍ୟୁରୋ:ରେକର୍ଡ କଲେ ହୃଦୟ ଜିତିଲେ ରବି ଯୋଡି, ଟେଷ୍ଟରେ କମବ୍ୟାକ କଲା ଟିମ୍ ଇଣ୍ଡିଆ,ଭାଙ୍ଗିଲେ ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ,ଚେନ୍ନାଇରେ ଧମାଲ୍ କଲେ ଟିମ୍ ଇଣ୍ଡିଆର ଷ୍ଟାର-ଅଲରାଉଣ୍ଡ ରବିଚନ୍ଦ୍ରନ ଅଶ୍ବିନ୍-ରବିନ୍ଦ୍ର ଜାଡେଜା,ଭେଟିଦେଲେ ଅର୍ଦ୍ଧଶତକ ପରେ ଶତକୀୟ ପାରି,ବାଂଲାଦେଶ ବୋଲରଙ୍କ ନିଦ ହଜାଇଦେଲେ,ସଭିଏଁ କହିଲେ ସାବାସ୍ ରବି ଯୋଡି,ସେଥିପାଇଁ ତ ଭାରତର ଷ୍ଟାର ଅଲରାଉଣ୍ଡର ଅଶ୍ବିନ୍-ଜାଡେଜା।

ବାଂଲାଦେଶ ବିପକ୍ଷ ଟେଷ୍ଟ ଦମ୍ ଦେଖାଇଛନ୍ତି ଅଶ୍ବିନ-ଜାଡେଜା ଯୋଡି। ଯାହା ରନ୍ ମେସିନ ବିରାଟ କୋହଲି, ଏବଂ ହିଟ୍ ମ୍ୟାନ୍ ରୋହିତ ଶର୍ମା,ଗିଲ୍,କରିପାରିଲେନି ତାହା କରିଦେଖାଇଲେ ରବି ଯୋଡି ରବି। ଅଶ୍ବିନଙ୍କ ୧୩୩ ବଲରୁ ୧୧୩ ରନ୍ ,୧୧ ଚୌକା,୨ ଛକା,୮୪.୯୬ ଷ୍ଟ୍ରାଇକ୍ ରେଟ୍ ଜବରଦସ୍ତ ପାରି,ଆଉ ତା ସାଙ୍ଗକୁ ଜାଡେଜାଙ୍କ ୧୨୪ ବଲରୁ ୮୬ ରନ୍ ,୧୦ ଚୌକା,୨ ଛକା,୬୯.୩୫ ଷ୍ଟ୍ରାଇକ୍ ରେଟ୍ । ସପ୍ତମ ୱିକେଟ୍ ପାଇଁ ୧୯୫ ରନର ଭାଗିଦାରୀ କରିଥିଲେ ଅଶ୍ବିନ-ଜାଡେଜା ଯୋଡ।ଯାହା ବାଂଲାଦେଶ ବିପକ୍ଷରେ ଶ୍ରେଷ୍ଠ ଭାଗିଦାରି। ଯାହା ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି,କିମ୍ବଦନ୍ତି ଖେଳାଳି ,ସଚିନ ତେନ୍ଦୁଲକର ଏବଂ ଜାହିର ଖାନ ୨୦୦୪ରେ ୧୦ ୱିକେଟ୍ ରେ ୧୩୩ ରନ ଯୋଡିଥିଲେ। ଏହି ମ୍ୟାଚରେ ସଚିନ୍ ନିଜ କ୍ୟାରିୟରର ଶ୍ରେଷ୍ଠ ୨୪୮ ରନ କରିଥିଲେ। ଯେତେବେଳେ ଟିମ୍ ଇଣ୍ଡିଆର ସ୍କୋର ୩୪ରେ ୩ ,୧୪୪ରେ ୬ ୱିକେଟ୍ ପଡିଥିଲା ସେତେବେଳେ ବାଂଲାଦେଶକୁ ଲାଗିଥିଲା ପାକିସ୍ତାନ ଗସ୍ତର ରିପିଟ୍ ହେବ କିନ୍ତୁ ପରେ ମଇଦାନକୁ ଆସିଥିଲେ ଅଶ୍ବିନ-ଜାଡେଜାଙ୍କଯୋଡି ବାଲାଂ ବୋଲରଙ୍କ ନିଦ ହଜାଇଦେଲେ ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ୩୩୯ ରନ୍ ୬ ୱିକେଟ୍ ବିନିମୟରେ କରିଥିଲା ଭାରତ,ଦ୍ବିତୀୟ ଦିନରେ ବାଂଲାଦେଶ  ବିପକ୍ଷ ଟେଷ୍ଟ ୩୭୬ ରନରେ ଅଟକିଲା ରୋହିତ ସେନା,ଭାରତର ୯୧.୨ ଓଭରରେ ସମସ୍ତ ୱିକେଟ ହରାଇ ୩୭୬ ରନ୍ କରିଥିଲା। ଅଶ୍ବିନଙ୍କ ୧୧୩, ଜାଡେଜାଙ୍କ ୮୬, ଜୟସ୍ୱାଲ ୫୬, ପନ୍ତ ୩୯ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ସୂଚନା ଅନୁସାରେ ଖବର ଲେଖା ହେବା ସୁଦ୍ଧା ବାଂଲାଦେଶ ୯ ଓଭରରେ ୩ ୱିକେଟ୍ ହରାଇ ୨୬ ରନ୍ ସଂଗ୍ରହ କରିଥିଲା

ଅଶ୍ବିନଙ୍କ ରେକର୍ଡ ଉପରେ ନଜର ପକାନ୍ତୁ..
ଚେନ୍ନାଇରେ ଅଶ୍ବିନ ୬ତମ ଶତକ ହାସଲ କରିଥିଲେ ୧୦୮ବଲରୁ ଶତକ ପୂରଣ କରିଥିଲେ ପରେ ୧୧୩ କରି ପ୍ୟାଭିଲିୟନକୁ ଫେରିଥିଲେ। ଏହା ପୂର୍ବରୁ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୦୩ ରନର ଶତକୀୟ ପାରି ଖେଳିଥିଲେ,ଟେଷ୍ଟରେ ମୋଟ ୬ ଶତକରୁ ୪ଟି ୱେଷ୍ଟଇଣ୍ଡିଜ ବିପକ୍ଷରେ,ଇଂଲଣ୍ଡ ବାଂଲାଦେଶ ବିପକ୍ଷରେ ଦୁଇଟି ଶତକ ହାସଲ କରିଛନ୍ତି। ସପ୍ତମ ୱିକେଟ୍ ପାଇଁ ୧୯୫ ରନର ଭାଗିଦାରୀ କରିଥିଲେ ଅଶ୍ବିନ-ଜାଡେଜା ଯୋଡ।ଯାହା ବାଂଲାଦେଶ ବିପକ୍ଷରେ ଶ୍ରେଷ୍ଠ ଭାଗିଦାରି। କିଛି ବର୍ଷ ହେଲା ଟେଷ୍ଟରେ ଉପରେ ରୋହିତ-ଜୟସ୍ବାଲ  ମିଡିଲଅର୍ଡରରେ ଅଶ୍ବିନ ଜାଡେଜା ବୋଲିଂ ବ୍ୟାଟିଂ ରେ ଭାରତକୁ ଜିତାଇ ଆସିଛନ୍ତି।  ଅଶ୍ବିନ ଜାଡେଜାଙ୍କ ପାଖରେ ଟେଷ୍ଟରେ ୮ଶହର ଅଧିକ ଟେଷ୍ଟ ୱିକେଟ୍ ରହିଛି,୬ହଜାରରୁ ଅଧିକ ରନ୍ ମଧ୍ୟ ରହିଛି। ଅଶ୍ବିନଙ୍କ ଚେନ୍ନାଇରେ ୧୦୧ ମ୍ୟାଚ୍ ରହିଥିଲା ଏଥିରେ ୫ଶହରୁ ଅଧିକ ୱିକେଟ୍ ଅଶ୍ବିନଙ୍କର ନାଁରେ ରହିଛି,୩୬ଥର ୫ ୱିକେଟ୍ ନେଇସାରିଛନ୍ତି,
୮ଥର ୧୦ ୱିକେଟ୍ ନେଇସାରିଛନ୍ତି,ବ୍ୟାଟିଂରେ ୧୪ ଅର୍ଦ୍ଧଶତକ ୬ ଶତକ ମାରିସାରିଛନ୍ତି,ଏକଥା ପ୍ରମାଣ କରୁଛି ବିଶ୍ବ ଟେଷ୍ଟ ଇତିହାସରେ ଅଶ୍ବିନ୍ ମହାନ୍ ଖେଳାଳି । ଅଶ୍ବିନ-ଜାଡେଜାଙ୍କ ଯୋଡି ବିଶ୍ବରେ ଆପଣଙ୍କୁ ଆଉ କେଉଁନଜର ଆସିବେନି,ଯେଉଁଠି ୬ ହଜାରରୁ ଅଧିକ ରନ୍ ୮ଶହରୁ ଅଧିକ ୱିକେଟ୍ ନେଇଥିବେ।ଯେତେବେଳେ ଅଶ୍ବିନ ଟେଷ୍ଟକୁ ବାଏ ବାଏ କରିବେ ସେତେବେଳେ କିଏ ନେବ ଅଶ୍ବିନଙ୍କ ସ୍ଥାନ।

ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳାଯିବ,୨ଟିରୁ ୨ଟି ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ। ଫଳରେ ଡବ୍‌ଲ୍ୟୁଟିସି ପଏଣ୍ଟକୁ ଅଧିକ ଦୃଢ଼କରିପାରିବ। ଭାରତ ବାଂଲାଦେଶ ମଧ୍ୟରେ୮ ଶୃଙ୍ଖଳାରେ ମୋଟ୍‌ ୧୩ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯାଇଛି, ପ୍ରତ୍ୟେକ ଥର ଭାରତ ହିଁ ବାଜି ମାରିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ashwin-Zadeja broke the 20-year-old record of Sahin-Zahir | Argus News