Asia Cup / ବର୍ଷା ପାଇଁ ଫାଇନାଲ୍ ମ୍ୟାଚ୍ ବାତିଲ୍ ହେଲେ କାହାକୁ ମିଳିବ ଟ୍ରଫି ?

Key Points
କ୍ରିକେଟ ପ୍ରେମୀଙ୍କ ପ୍ରଶ୍ନ ଯଦି ଫାଇନାଲ୍ ମୁକାବିଲାରେ ବର୍ଷା ହୁଏ ଅଥବା ଅନ୍ୟ କୌଣସି କାରଣରୁ ମ୍ୟାଚ୍ ବାତିଲ୍ ହୋଇଯାଏ ତ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ କରି ହେବ ? ଯଦି ଆପଣଙ୍କ ମନରେ ବି ଏହି ପ୍ରଶ୍ନ ଅଛି ତ ଉତ୍ତର ଆମେ ନେଇ ଆସିଛୁ ।
ଦୁବାଇ: ଏସିଆ କପ୍-୨୦୨୫ ଫାଇନାଲ୍ ମୁକାବିଲରେ ଆଜି ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବେ । କ୍ରିକେଟ୍ ଇତିହାସରେ ପ୍ରଥମଥର ପାଇଁ ଭାରତ-ପାକିସ୍ତାନରେ ଏସିଆ କପ୍ର ଫାଇନାଲ୍ ମୁକାବିଲା ହେବାକୁ ଯାଉଛି । ନିର୍ଣ୍ଣାୟକ ମୁକାବିଲା ପୂର୍ବରୁ ଦୁଇ ଦଳ ଏକାଧିକ ମ୍ୟାଚ୍ ଖେଳିଥିବା ବେଳେ ଭାରତର ପଲ୍ଲା ଭାରି ରହିଛି ।
ଏଥିସହ ପଢ଼ନ୍ତୁ: ଏସିଆ କପ୍ ବିଜେତା ଦଳକୁ ମିଳିବ କେତେ ଟଙ୍କା ? ହାରିବା ଟିମକୁ ମିଳେ କେତେ ଟଙ୍କା...
ଫାଇନାଲ୍ ମୁକାବିଲା ପୂର୍ବରୁ ଲିଗ୍ ମ୍ୟାଚ୍ ହେଉ ଅବା ସୁପର୍-୪ ସବୁଠି ଭାରତୀୟ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ଜଲୱା ଦେଖିବାକୁ ମିଳିଛି । ଲିଗ୍ ଓ ସୁପର୍-୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ୨ଟି ମ୍ୟାଚ୍ ଖେଳା ଯାଇଥିଲା । ୨ଟି ଯାକ ମୁକାବିଲା ଭାରତ ଜିତିଛି ।
ଫାଇନାଲ୍ରେ ବର୍ଷା ହେଲେ କ'ଣ ହେବ ?
ଏସିଆ କପ୍-୨୦୨୫ର କୌଣସି ମୁକାବିଲାରେ ଏବେ ସୁଦ୍ଧା ବର୍ଷା ବାଧକ ସାଜି ନାହିଁ । କିନ୍ତୁ କିଛି କ୍ରିକେଟ ପ୍ରେମୀଙ୍କ ପ୍ରଶ୍ନ ଯଦି ଫାଇନାଲ୍ ମୁକାବିଲାରେ ବର୍ଷା ହୁଏ ଅଥବା ଅନ୍ୟ କୌଣସି କାରଣରୁ ମ୍ୟାଚ୍ ବାତିଲ୍ ହୋଇଯାଏ ତ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ କରି ହେବ ? ଯଦି ଆପଣଙ୍କ ମନରେ ବି ଏହି ପ୍ରଶ୍ନ ଅଛି ତ ଉତ୍ତର ଆମେ ନେଇ ଆସିଛୁ । ଏସିଆ କ୍ରିକେଟ୍ ପରିଷଦର ନିୟମ ଅନୁସାରେ, ଯଦି ପାଣିପାଗ ଅଥବା ଅନ୍ୟ କୌଣସି କାରଣରୁ ମ୍ୟାଚ୍ର ପରିଣାମ ନ ଆସେ ତ ଟ୍ରଫିକୁ ଦୁଇ ଫାଇନାଲିଷ୍ଟ ମଧ୍ୟରେ ବାଣ୍ଟି ଦିଆଯିବ ।
ଫାଇନାଲ୍ ପାଇଁ ରିଜର୍ଭ ଡେ
📱 Get Argus News App
✨
ଏସିଆ କପ୍ର ଫାଇନାଲ୍ ମ୍ୟାଚ୍ ପାଇଁ ଏକ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଏହାର ଅର୍ଥ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ଯଦି ଫାଇନାଲ୍ ମୁକାବିଲା ପ୍ରଭାବିତ ହୁଏ ତାହେଲେ ତା' ପରଦିନ ପୁଣି ମ୍ୟାଚ୍ ଖେଳାଯିବ ।
୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚକୁ ଜିତି ନବମ ଥର ପାଇଁ ଏସିଆ କପ୍ ଟାଇଟଲ ଜିତିବାକୁ ଚେଷ୍ଟା କରିବ ଭାରତ । ରିପୋର୍ଟ ଅନୁସାରେ, ଏଥର ଏସିଆ କପର ପୁରସ୍କାର ରାଶି ଯଥେଷ୍ଟ ବୃଦ୍ଧି କରାଯାଇଛି । ଭାରତ ବନାମ ପାକିସ୍ତାନ ଫାଇନାଲର ବିଜେତା ଦଳକୁ ୨.୬ କୋଟି ଟଙ୍କା ପୁରସ୍କାର ମିଳିବ । ସେହିପରି ରନର୍ସ ଅଫ୍ ଦଳକୁ ୧.୩ କୋଟି ଟଙ୍କା ମିଳିବ ।
ଏଥିସହ ପଢ଼ନ୍ତୁ: ଫାଇନାଲ ଜିତିବା ପରେ ଟ୍ରଫି ନେବ ତ ଭାରତ ? ନା ପିସିବି ଅଧ୍ୟକ୍ଷଙ୍କୁ ଅଣଦେଖା କରିବେ ସୂର୍ଯ୍ୟକୁମାର
ସମ୍ଭାବ୍ୟ ଦଳ ଭାରତ: ଅଭିଷେକ ଶର୍ମା, ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ
ସମ୍ଭାବ୍ୟ ଦଳ ପାକିସ୍ତାନ: ସାହିବଜାଦା ଫରହାନ, ଫକର ଜମାନ, ସାଏମ୍ ଆୟୁବ, ସଲମାନ ଅଲି ଆଘା (ଅଧିନାୟକ), ହୁସେନ ତଲତ, ମହମ୍ମଦ ନଓ୍ବାଜ, ମହମ୍ମଦ ହାରିସ, ଫହିମ ଅଶରଫ, ସାହିନ ଆଫ୍ରିଦି, ହ୍ୟାରିସ ରୈଫ, ଅବରାର ଅହମ୍ମଦ
Related Topics
Explore more stories