Asia Cup / ଓମାନ୍ ବିପକ୍ଷ ମ୍ୟାଚ୍କୁ ୨୧ ରନ୍ରେ ଜିତିଲା ଭାରତ, ଏବେ ସୁପର୍-୪ରେ ପାକିସ୍ତାନ ସହ ଲଢ଼େଇ

Key Points
ଓମାନ ବିପକ୍ଷ ମ୍ୟାଚ୍କୁ ଭାରତୀୟ ଦଳ ୨୧ ରନ୍ରେ ଜିତି ନେଇ ଏସିଆ କପ୍ରେ ହାସଲ କରିଛି କ୍ରମାଗତ ତୃତୀୟ ବିଜୟ । ଶୁକ୍ରବାର ଆବୁଧାବିରେ ଟସ୍ ଜିତି ଓମାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦେଇଥିଲା ୧୮୯ ରନ୍ର ଟାର୍ଗେଟ୍ ।
ଦୁବାଇ: ଏସିଆ କପ୍-୨୦୨୫ର ଶେଷ ଗ୍ରୁପ୍ ଷ୍ଟେଜ୍ ମୁକାବିଲାରେ ବିଜୟୀ ହୋଇଛି ଭାରତ । ଓମାନ ବିପକ୍ଷ ମ୍ୟାଚ୍କୁ ଭାରତୀୟ ଦଳ ୨୧ ରନ୍ରେ ଜିତି ନେଇ ଏସିଆ କପ୍ରେ ହାସଲ କରିଛି କ୍ରମାଗତ ତୃତୀୟ ବିଜୟ । ଶୁକ୍ରବାର ଆବୁଧାବିରେ ଟସ୍ ଜିତି ଓମାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦେଇଥିଲା ୧୮୯ ରନ୍ର ଟାର୍ଗେଟ୍ । ଆଉ ୧୮୯ ରନ୍ର ପିଛା କରି ବ୍ୟାଟିଂ କରୁଥିବା ଓମାନ ୧୬୭ ରନ୍ କରିବାରେ ସକ୍ଷମ ହୋଇଥିଲା ।
ଭାରତ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୫୬ ରନ୍ ସ୍କୋର୍ କରିଥିବା ବେଳେ ଓପନର୍ ଅଭିଷେକ ଶର୍ମା ୩୮ ରନ୍ କରିଥିଲେ । ୨୦ ଓଭର୍ରେ ଭାରତ ୮ଟି ୱିକେଟ୍ ହରାଇ ୧୮୮ ରନ୍ କରିଥିଲା । ଜବାବରେ ବ୍ୟାଟିଂ କରୁଥିବା ଓମାନ ୪ ୱିକେଟ୍ ହରାଇ ୨୦ ଓଭର୍ ଯାଏଁ କ୍ରିଜ୍ରେ ତିଷ୍ଠି ରହି ୧୬୭ ରନ୍ କରିଥିଲା । ଯଦିଓ ଓମାନ ହାରିଛି, ତଥାପି ଜିତିଲା ଭଳି ।
ଓମାନ ବିପକ୍ଷ ମ୍ୟାଚ୍ରେ ଚୂଡ଼ାନ୍ତ ଏକାଦଶରେ ଭାରତ ୨ଟି ପରିବର୍ତ୍ତନ କରିଥିଲା । ଯଶପ୍ରୀତ ବୁମରା ଓ ବଋଣ ଚକ୍ରବର୍ତ୍ତୀଙ୍କୁ ବିଶ୍ରାମ ଦେଇଥିଲା ଦଳ । ତାଙ୍କ ସ୍ଥାନରେ ଅର୍ଶଦୀପ ଓ ହର୍ଷିତ ରାଣା ଖେଳିଥିଲେ । ଆଉ ଏହି ମ୍ୟାଚ୍ରେ ଅର୍ଶଦୀପ ତାଙ୍କ ଟି-ଟ୍ଵେଣ୍ଟି କ୍ୟାରିୟରର ୧୦୦ତମ ୱିକେଟ୍ ହାସଲ କରିଛନ୍ତି ।
📱 Get Argus News App
✨
ସୂଚନା ଯୋଗ୍ୟ, ଓମାନ ବିପକ୍ଷ ମୁକାବିଲା ପୂର୍ବରୁ ହିଁ ଭାରତୀୟ ଦଳ ସୁପର୍-୪ରେ ସ୍ଥାନ ପକ୍କା କରି ସାରିଛି । ରବିବାର ସୁପର୍-୪ ମୁକାବିଲାରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଭେଟିବ । ସୁପର୍-୪ର ଦ୍ଵିତୀୟ ମୁକାବିଲାରେ ଭାରତ ୨୪ ତାରିଖରେ ବାଂଲାଦେଶ ଓ ତୃତୀୟ ମୁକାବିଲା ୨୬ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ।
Related Topics
Explore more stories