Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup / ଚେକ୍ ଫୋପାଡ଼ିଦେଲେ ପାକ୍ କ୍ୟାପଟେନ୍‍

Priyanka Panda
Browse all articles by Priyanka Panda
·9 months ago·2 min read
ଚେକ୍ ଫୋପାଡ଼ିଦେଲେ ପାକ୍ କ୍ୟାପଟେନ୍‍

Key Points

ଭାରତର ଏସିଆ ଦଖଲ
ଫଟୋ ଉଠାଇ ରନର୍ସଅପ୍ ଚେକ୍ ଫୋପାଡ଼ିଦେଲା ପାକ୍
ସଲମାନ ଅଲ୍ଲି ଆଗାଙ୍କୁ ଗାଳି କଲେ ଦର୍ଶକ

ଏସିଆ କପରେ ଭାରତର ଦମଦାର ବିଜୟ ପରେ ପାକିସ୍ତାନ ହତାଶ। ରାଗିକି ରନର୍ସ ଅପ୍ ଚେକ୍ ଫୋପାଡ଼ି ଦେଲେ ପାକ୍ କ୍ୟାପଟେନ୍। କହିଲେ ହଜମ ହଉନି ପରାଜୟ। ୨୦୨୫ ଏସିଆ କପ୍ ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଛି ହାଇଡ୍ରାମା। ଗୋଟେ ପଟେ ଭାରତୀୟ ଦଳ ବିଜେତା ହୋଇ ମଧ୍ୟ ଟ୍ରଫି ଗ୍ରହଣ କରିବାକୁ ମନା କରିଥିଲେ। ଅନ୍ୟପଟେ ପାକିସ୍ତାନ ରନର୍ସଅପ୍ ହୋଇ ଚେକ୍ ନେବାର ଫଟୋରେ ପୋଜ୍ ଦେବା ପରେ ଏହାକୁ ଫୋପାଡ଼ି ଦେଇଛନ୍ତି।


ଯାହାକୁ ନେଇ ଏବେ ଅଧିକ ଅପମାନିତ ହେବାକୁ ପଡ଼ିଛି ପାକ୍ କ୍ୟାପଟେନ୍ ସଲମାନ ଅଲି ଆଗାଙ୍କୁ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠରେ ରବିବାର ଖେଳାଯାଇଥିବା ଏସିଆ କପ ଫାଇନାଲରେ ଭାରତ ଟାଇଟେଲ ହାତେଇଛି । ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍‌ ମୁକୁଟ ଜିତିଛି। ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି ଭାରତ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ବିଜେତା ହୋଇ ପାକ୍ ମନ୍ତ୍ରୀଙ୍କ ହାତରୁ ଟ୍ରଫି ନେବାକୁ ସିଧା ସିଧା ମନାକରିଦେଇଥିଲା ଭାରତ। ନା ଟ୍ରଫି ନେଇଥିଲା ନା ଟ୍ରଫି ଧରି ଫଟୋ ପାଇଁ ପୋଜ୍ ଦେଇଥିଲା। କିନ୍ତୁ ପାକିସ୍ତାନ କ୍ୟାପଟେନ ଚେକ୍ ନେଲେ, ଏହାକୁ ଦରି ଫଟେ ବି ଉଠାଇଲେ। ଆଉ ଏହାକୁ ଅସମ୍ମାନ ଦେଖାଇ ସେହି ମଞ୍ଚ ଉପରେ ଚେକ୍ ଫୋପାଡ଼ି ଦେଇ ଆସିଲେ। ନିଜର ପରାଜୟରେ କେତେ ବିଚଳିତ ଓ ହତାଶ ତାହା ସମସ୍ତଙ୍କୁ ଦେଖାଇଥିଲେ। ତେବେ ପାକ୍ କ୍ୟାପଟେନଙ୍କ ଏ ବ୍ୟବହାର ପରେ ଦର୍ଶକ ତାଙ୍କୁ ମନଇଚ୍ଛା ଗାଳି ଦେଇଥିଲେ।


କଥା ଏଇଠି ସରି ନଥିଲା। ମ୍ୟାଚରେ ପରାଜୟ ପରେ ଯେବେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ଏ ପରାଜୟ ହଜମ କରିବା କଷ୍ଟକର। ନିଜର ପ୍ରଦର୍ଶନ କଥା କହିବାକୁ ଯାଇ ସେ ସ୍ବିକାର କରିଥିଲେ ଯେ, ଆମେ ବ୍ୟାଟିଂ ସଠିକ ଭାବରେ କରିପାରିନଥିଲୁ। ତେବେ ବୋଲିଂରେ ଉତ୍କୃଷ୍ଟ ଥିବା କଥା କହିଥିଲେ ଆଗା। ଏହାଛଡ଼ା ଭାରତୀୟ ଖେଳାଳିଙ୍କର ବି ପ୍ରଶଂସା କରିଥିଲେ। ସେ କହିଥିଲେ ଭାରତ ବହୁତ ଭଲ ବୋଲିଂ କରିଥିଲା। ତେବେ ପାକିସ୍ତାନ ଖୁବଶୀଘ୍ର ନିଜ ବ୍ୟାଟିଂ ସଜାଡ଼ି ଶକ୍ତିଶାଳୀ ହୋଇ ଫେରିବ ବୋଲି ମଧ୍ୟ ଆଗା କହିଥିଲେ..


ତେବେ ଏହି ମ୍ୟାଚ୍ ଉଭୟ ଭାରତ-ପାକ୍ ପାଇଁ ଖୁବ ମହତ୍ତ୍ବ ରଖୁଥିଲା। ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ଜାରି ଥିବା ବିବାଦ ପଡ଼ିଆରେ ବି ଦେଖିବାକୁ ମିଳିଥିଲା। ଆଉ ଏସବୁ ଭିତରେ ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଛି ଭାରତ।

Sponsored
Asia Cup | Argus News | India Triumphs, Pakistan Captain Rips Runner-up Cheque | Argus News