Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଉତ୍ତେଜନା ପରେ ଏସିଆ କପକୁ ନେଇ ଚର୍ଚ୍ଚା: ଭାରତ-ପାକିସ୍ତାନ ହେବେ କି ମୁହାଁମୁହିଁ?

Ritu Das
Browse all articles by Ritu Das
·1 year ago·2 min read
ଉତ୍ତେଜନା ପରେ ଏସିଆ କପକୁ ନେଇ ଚର୍ଚ୍ଚା: ଭାରତ-ପାକିସ୍ତାନ ହେବେ କି ମୁହାଁମୁହିଁ?

Key Points

ଭାରତ ଭେଟିବ ପଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଏସିଆ କପ ୨୦୨୫ ଚର୍ଚ୍ଚାରେ

ଭାରତ ଭେଟିବ ପଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଏସିଆ କପ ୨୦୨୫ ଚର୍ଚ୍ଚାରେ ଅଛି। ICC ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ଣ୍ଣାମେଣ୍ଟ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରକୁ ମୁହାଁମୁହିଁ ହୁଅନ୍ତି। କିନ୍ତୁ କିଛି ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଏସିଆ କପ ୨୦୨୫ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଏବେ ଏହି ଖବର ଉପରେ ବିସିସିଆଇ ପକ୍ଷରୁ ଏକ ବଡ଼ ଅପଡେଟ ଆସିଛି। ବିସିସିଆଇ ଏସିଆ କପ ୨୦୨୫ ସମ୍ପର୍କିତ ଖବରକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛି। ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ବର୍ତ୍ତମାନ ଏସୀୟ କ୍ରିକେଟ ପରିଷଦ ଟୁର୍ଣ୍ଣାମେଣ୍ଟ ଉପରେ କୌଣସି ଆଲୋଚନା ହୋଇନାହିଁ।


ସଚିବ ଦେବଜିତ କହିଛନ୍ତି, ’ଆଜି ସକାଳ ଠାରୁ, ବିସିସିଆଇର ଏସିସି ଇଭେଣ୍ଟ, ଏସିଆ କପ ଏବଂ ମହିଳା ଉଦୀୟମାନ ଦଳ ଏସିଆ କପ ଉଭୟରେ ଅଂଶଗ୍ରହଣ ନ କରିବା ନିଷ୍ପତ୍ତି ସମ୍ପର୍କରେ କିଛି ଖବର ଆମ ନଜରକୁ ଆସିଛି। ଏପରି ଖବରରେ କୌଣସି ସତ୍ୟତା ନାହିଁ। କାରଣ ଏପର୍ଯ୍ୟନ୍ତ BCCI ACCର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିନାହିଁ କିମ୍ବା ଏପରି କୌଣସି ପଦକ୍ଷେପ ନେଇନାହିଁ, ACCକୁ କିଛି ଲେଖିବା ତ ଦୂରର କଥା। ସଚିବ ଦେବଜିତ ଆହୁରି କହିଛନ୍ତି, ବର୍ତ୍ତମାନ ଆମର ମୁଖ୍ୟ ଧ୍ୟାନ ଚଳିତ ଆଇପିଏଲ ଏବଂ ତା’ପରେ ଇଂଲଣ୍ଡ ସିରିଜ ଉପରେ, ଯେଉଁଥିରେ ପୁରୁଷ ଏବଂ ମହିଳା ଉଭୟ ସାମିଲ ଅଛନ୍ତି। ଏସିଆ କପ ବିଷୟ କିମ୍ବା ଅନ୍ୟ କୌଣସି ACC ଇଭେଣ୍ଟ ପ୍ରସଙ୍ଗ କୌଣସି ସ୍ତରରେ ଆଲୋଚନା ପାଇଁ ଆସିନାହିଁ, ତେଣୁ ଏ ସମ୍ପର୍କରେ ଯେକୌଣସି ଖବର କିମ୍ବା ରିପୋର୍ଟ ସମ୍ପୂର୍ଣ୍ଣ କାଳ୍ପନିକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ,ଏସିଆ କପ 2025 ସେପ୍ଟେମ୍ବରରେ ଖେଳାଯିବ। ଏଥର ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାରତ ପାଖରେ ରହିଛି। ଗତଥର, ଏହି ଟୁର୍ନାମେଣ୍ଟ ପାକିସ୍ତାନ ଆୟୋଜକ ଭାବରେ ଖେଳାଯାଇଥିଲା। କିନ୍ତୁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରି ନ ଥିଲା ଏବଂ ତାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା। ଏପରିକି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିମ ଇଣ୍ଡିଆ ଜିତିଥିଲା।

Sponsored
asia-cup-debate-after-tension-will-india-pakistan-face-off | Argus News