Asia Cup / ଆରମ୍ଭରୁ ପିଟୁଥିଲା ପାକିସ୍ତାନ, ୧୪୬ ରନ୍ରେ ରୋକିଦେଲା ଭାରତ

Key Points
୯.୪ ଓଭରରେ ପାକିସ୍ତାନକୁ ଲାଗିଥିଲା ପ୍ରଥମ ଝଟ୍କା । ଆଉ ଫରହାନଙ୍କ ୱିକେଟ୍ ଖସିବା ପରେ ହିଁ ଆରମ୍ଭ ହୋଇଥିଲା ପାକିସ୍ତାନର ବିପର୍ଯ୍ୟୟ । ତା'ପରେ ଗୋଟିଏ ପରେ ଗୋଟିଏ ୱିକେଟ୍ ଖସି ଚାଲିଥିଲା । ୧୯.୧ ଓଭରରେ ୧୪୬ ରନ୍ କରି ଅଲଆଉଟ୍ ହୋଇଥିଲା ପାକିସ୍ତାନ ।
ଦୁବାଇ: ଏସିଆ କପ୍ ଫାଇନାଲ୍ରେ ଆଣ୍ଠେଇଲା ପାକିସ୍ତାନ । ପ୍ରଥମେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ । ପାକିସ୍ତାନ ଆରମ୍ଭରୁ ବିସ୍ଫୋରକ ବ୍ଯାଟିଂ କରିଥିଲା । ଓପନର ଫରହାନ ଓ ଫଖର ଜମନ ଭଲ ଆରମ୍ଭ କରିଥିଲେ । ୯ ଓଭର ଯାଏଁ ଯେମିତି ଲାଗୁଥିଲା ପାକିସ୍ତାନ ଅଟକିବ ନାହିଁ ।
କିନ୍ତୁ ୯.୪ ଓଭରରେ ପାକିସ୍ତାନକୁ ଲାଗିଥିଲା ପ୍ରଥମ ଝଟ୍କା । ଆଉ ଫରହାନଙ୍କ ୱିକେଟ୍ ଖସିବା ପରେ ହିଁ ଆରମ୍ଭ ହୋଇଥିଲା ପାକିସ୍ତାନର ବିପର୍ଯ୍ୟୟ । ତା'ପରେ ଗୋଟିଏ ପରେ ଗୋଟିଏ ୱିକେଟ୍ ଖସି ଚାଲିଥିଲା । ୧୯.୧ ଓଭରରେ ୧୪୬ ରନ୍ କରି ଅଲଆଉଟ୍ ହୋଇଥିଲା ପାକିସ୍ତାନ । ଆଜିର ମ୍ୟାଚ୍ରେ ହିରୋ ଥିଲେ କୁଳଦୀପ ଯାଦବ ।
ଏଥିସହ ପଢ଼ନ୍ତୁ: ଏସିଆ କପ୍ ବିଜେତା ଦଳକୁ ମିଳିବ କେତେ ଟଙ୍କା ? ହାରିବା ଟିମକୁ ମିଳେ କେତେ ଟଙ୍କା...
ଭାରତ ପକ୍ଷରୁ କୁଳଦୀପ ଯାଦବ ୪ ଓଭରରେ ୩୦ ଦେଇ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ଯଶପ୍ରୀତ ବୁମ୍ରା, ବଋଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏଁ ସଫଳତା ମିଳିଥିଲା ।
ପାକିସ୍ତାନ ପକ୍ଷରୁ ଓପନର୍ ଫରହାନ ସର୍ବାଧିକ ୫୭ ରନ୍ କରିଥିବା ବେଳେ ଫଖର ଜମନ ୪୬ ଓ ସାଏମ ଆୟୁବ ୧୪ ରନ୍ କରିଥିଲେ । ଅନ୍ୟ କୌଣସି ପାକିସ୍ତାନୀ ଖେଳାଳି ଦୁଇ ଅଙ୍କ ସ୍କୋର୍ ଛୁଇଁ ପାରି ନଥିଲେ । ୩ ଜଣ ପ୍ଲେୟାର ଖାତା ଖୋଲି ପାରି ନଥିଲେ ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ବର୍ଷା ପାଇଁ ଫାଇନାଲ୍ ମ୍ୟାଚ୍ ବାତିଲ୍ ହେଲେ କାହାକୁ ମିଳିବ ଟ୍ରଫି ?
୯.୪ ଓଭରରେ ପାକିସ୍ତାନର ଦଳୀୟ ସ୍କୋର୍ ୮୪ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଫରହାନ । ଏହାପରେ ୧୨, ୧୩, ୧୪, ୧୫ ପ୍ରତି ଓଭର୍ରେ ଗୋଟିଏ ଲେଖାଏଁ ୱିକେଟ୍ ଖସି ଚାଲିଥିଲା । ୧୬ତମ ଓଭରରେ କୁଳଦୀପ ୩ଟି ୱିକେଟ୍ ଅକ୍ତିଆର୍ କରି ମ୍ୟାଚ୍କୁ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବା ସହ ଭାରତୀୟ ଟିମ୍କୁ ବଳ ଦେଇଥିଲେ ।
କୁଳଦୀପଙ୍କ ବୋଲିଂରେ ଆଉଟ୍ ହୋଇଥିଲେ ସାଏମ ଆୟୁବ, ପାକିସ୍ତାନ ଅଧିନାୟକ ସଲମାନ ଆଗା, ସାହିନ ଆଫ୍ରିଦି ଓ ଫହୀମ ଅଶରଫ । ଫରହାନ ଓ ଫଖର ଜମାନଙ୍କୁ ଆଉଟ୍ କରିଥିଲେ ବଋଣ ଚକ୍ରବର୍ତ୍ତୀ । ଏଭଳି ଭାବେ ପାକିସ୍ତାନ ୧୪୬ ରନ୍ରେ ଅଲଆଉଟ୍ ହୋଇ ଭାରତକୁ ୧୪୭ ରନ୍ର ବିଜୟ ଲକ୍ଷ୍ୟ ଦେଇଛି ।
Related Topics
Explore more stories