ଏସିଆ କପ : ଆଜି ଭାରତ-ପାକିସ୍ତାନ ଲଢେଇ

ଅର୍ଗସ ବ୍ୟୁରୋ: ଶ୍ରୀଲଙ୍କାରେ ଆଜି ଠୁ ଆରମ୍ଭ ହେଉଛି ମହିଳା ଏସିଆ କପ ଟି-୨୦। କ୍ରିକେଟ ମୈଦାନରେ ସନ୍ଧ୍ୟାରେ ମୁହାଁମୁହିଁ ହେବେ ଦୁଇ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ, ଅପେକ୍ଷାରେ କ୍ରୀଡ଼ାପ୍ରେମୀ । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟା ସମୟରେ ଖେଳାଯିବ ଏହି ମ୍ୟାଚ୍। ଷ୍ଟାରସ୍ପୋର୍ଟ୍ସ ନେଟୱାର୍କରେ କରାଯିବ ପ୍ରସାରଣ । ଭାରତୀୟ ଦର୍ଶକମାନେ ମ୍ୟାଚର ମଜା ଉଠାଇ ପାରିବେ ।
ଗୋଟିଏ ବର୍ଷର ରେକର୍ଡ ଦେଖିଲେ ୧୭ଟି ମ୍ୟାଚରୁ ଟିମ୍ ଇଣ୍ଡିଆ ୧୦ଟି ବିଜୟ-୫ଟି ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଭାରତ ଅପେକ୍ଷା ପାକିସ୍ତାନ ଏହି ସମୟସୀମା ମଧ୍ୟରେ ଅଧିକ ଟି-୨୦ ମ୍ୟାଚ ଖେଳିଛି । ପାକିସ୍ତାନ ୧୯ଟି ମ୍ୟାଚରୁ ୭ଟି ଜିତିବା ସହ ୧୨ଟି ହାରିଛି । ଟି-୨୦ରେ ଭାରତ-ପାକିସ୍ତାନ ଉଭୟଙ୍କୁ ୧୪ଥର ଭେଟିଛନ୍ତି ଭାରତ ୧୧ଟି ଜିତିଥିବାବେଳେ ୩ଟିରେ ପରାଜିତ ହୋଇଛି।
📱 Get Argus News App
✨ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଭାରତ ଏହି ସିରିଜ୍ ଖେଳିବ, ଏସୀୟ କପରେ ମଧ୍ୟ ଭାରତର ପଲା ଭାରି ରହିଛି । ପାକିସ୍ତାନ ବିପକ୍ଷରେ ଭାରତ ୬ଟିରୁ ୫ଟି ମ୍ୟାଚ୍ ଜିତିଛି । ପ୍ରଥମ ଦିନରେ ଗ୍ରୁପ୍ -ଏ ରେ ୨ଟି ମ୍ୟାଚ୍ ରହିଛି,ନେପାଳ ଏବଂ ୟୁଏଇ,ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ।