Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଏସିଆନ ଚାମ୍ପିୟନ୍ସ ଟ୍ରଫି:ପାକିସ୍ତାନ ହକି ଟିମକୁ ଚକମା ଦେଲା ଟିମ୍ ଇଣ୍ଡିଆ

Sangram Tripathy
Browse all articles by Sangram Tripathy
·1 year ago
ଏସିଆନ ଚାମ୍ପିୟନ୍ସ ଟ୍ରଫି:ପାକିସ୍ତାନ ହକି ଟିମକୁ ଚକମା ଦେଲା ଟିମ୍ ଇଣ୍ଡିଆ

ଅର୍ଗସ ବ୍ୟୁରୋ:ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ହକି ଟିମ୍ ।ଏସିଆନ ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି। ମ୍ୟାଚରେ ହିରୋ ସାଜିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର,ମ୍ୟାଚର ୧୩ ଏବଂ ୧୯ ମିନିଟରେ ଦୁଇଟି ଦମଦାର ଗୋଲ କରି ଭାରତକୁ ବିଜୟ ଭେଟିଦେଇଥିଲେ । ତେବେ ଭାରତ ବିପକ୍ଷରେ ପାକିସ୍ତାନର ଅହମଦ ନଦୀମ ଏକମାତ୍ର ଗୋଲ କରିବାରେ ସଫଳ ହୋଇଛନ୍ତି । ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ଭାରତ ସେମି ଫାଇନାଲ ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଚାଇନା, ପରେ ଜାପାନ, ତୃତୀୟ ମ୍ୟାଚ୍‌ରେ ମାଲେସିୟା ଓ ୪ର୍ଥ ମ୍ୟାଚରେ କୋରିଆକୁ ଚିତ କରିଥିଲା। ଆଜି ଦଳ ପାକିସ୍ତାନକୁ ମାତ ଦେଇଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Asian Champions Trophy: Team India shocked Pakistan Hockey Team | Argus News