Videos
|
Sports

Asian Games / ଆଜିଠୁ ଏସିଆନ ଗେମ୍ସ….ଜାପାନରେ ଆରମ୍ଭ ହେବ ୨୦ତମ ଏସୀୟ କ୍ରୀଡ଼ା, ଭାରତର ନଜର ପଦକ ଉପରେ

Ritu Das
Browse all articles by Ritu Das
·1 hour ago·3 min read
ଆଜିଠୁ ଏସିଆନ ଗେମ୍ସ….ଜାପାନରେ ଆରମ୍ଭ ହେବ ୨୦ତମ ଏସୀୟ କ୍ରୀଡ଼ା, ଭାରତର ନଜର ପଦକ ଉପରେ
India

Key Points

ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏସିଆଡର ୨୦ତମ ସଂସ୍କରଣ
ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏସିଆଡର ୨୦ତମ ସଂସ୍କରଣ । ଜାପାନର ଆଇଚି ଓ ନାଗୋୟା ସହରରେ ଏଥର ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଆଜି ପାଲୋମା ମିଜୁହୋ ଷ୍ଟାଡ଼ିୟମ୍‌ରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଏସୀୟ କ୍ରୀଡ଼ାର ବିଗୁଲ ବାଜିବ । ଜାପାନର ପ୍ରସିଦ୍ଧ ସିନେ ନିର୍ମାତା ୟୁକିହିକୋ ସୁସୁମି ଉଦଘାଟନୀ ଉତ୍ସବର ନିର୍ଦ୍ଦେଶନା ଦେଇଛନ୍ତି । ୪୫ଟି ଦେଶର ୧୫,୦୦୦ରୁ ଊଦ୍ଧ୍ୱ ର୍ ପ୍ରତିଯୋଗୀ ଓ ଟିମ ଅଫିସିଆଲ ଏଥର ଏସିଆଡ୍‌ରେ ଭାଗ ନେଉଛନ୍ତି । ୨୦ତମ ସଂସ୍କରଣରେ ୪୩ଟି କ୍ରୀଡ଼ାର ୭୧ଟି ଶୃଙ୍ଖଳାରେ ମୋଟ୍ ୪୬୯ଟି ଇଭେଣ୍ଟ ଆୟୋଜିତ ହେବ ।

୧୯୫୮ ଓ ୧୯୯୪ ପରେ ଜାପାନ ତୃତୀୟ ଥର ପାଇଁ ଏସିଆଡ୍ ଆୟୋଜନ କରୁଛି । ଏଥର ୬ଟି ନୂଆ କ୍ରୀଡ଼ା (ଫ୍ରୀ-ଷ୍ଟାଇଲ ବିଏମଏକ୍ସ, ଏମଏମଏ, ପାଡେଲ, ଟେକବଲ୍, ସର୍ଫିଙ୍ଗ୍ ଓ ଭର୍ଚୁଆଲ ତାଏକୋଣ୍ଡୋ) ପଦାର୍ପଣ କରିବାକୁ ଯାଉଛନ୍ତି । ଆଇଚି ଓ ନାଗୋୟା ବ୍ୟତୀତ ଅନ୍ୟ କିଛି ସହରରେ ଏସିଆଡ୍ର ଅନେକ ଇଭେଣ୍ଟ ଅନୁଷ୍ଠିତ ହେବ । ସନ୍ତରଣ, ଡାଇଭିଂ, ଇକ୍ୱେଷ୍ଟ୍ରିଆନ ଇଭେଣ୍ଟ ସବୁ ଟୋକିଓ ସହରରେ ଆୟୋଜନ କରାଯିବ । ସେହିପରି ସାଇକେଲ୍ ଚାଳନାର ଟ୍ରାକ୍ ଇଭେଣ୍ଟ ଓସାକା ସହରରେ ଅନୁଷ୍ଠିତ ହେବ । ପ୍ରତିଯୋଗିତାର ସମସ୍ତ ଇଭେଣ୍ଟ ପାଇଁ ମୋଟ୍ ୫୪ଟି ଭେନ୍ୟୁ ପ୍ରସ୍ତୁତ କରାଯାଇଛି ।

ଗତ ଟୋକିଓ ଅଲିମ୍ପିକ୍ସ ଅବସରରେ ଏହି ସବୁ ଭେନ୍ୟୁରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଚୀନ, ଜାପାନ, କୋରିଆ ପାୱାର ହାଉସ ଏସିଆଡ୍ରେ ପାରମ୍ପରିକ ଭାବେ ଚୀନ, ଜାପାନ ଓ ଦକ୍ଷିଣ କୋରିଆର ଆଧିପତ୍ୟ ଜାରି ରହିଛି । ଗତ ୧୯ଟି ସଂସ୍କରଣରେ ୩ଟି ଯାକ ଦେଶ ମିଳିତ ଭାବେ ପାଖାପାଖି ୧୦,୦୦୦ ପଦକ ଜିତି ସାରିଛନ୍ତି । ଚୀନ୍ ସର୍ବାଧିକ ୩୯୫୩ (୧୮୭୫ସ୍ୱର୍ଣ୍ଣ, ୧୨୧୬ରୌପ୍ୟ, ୮୬୨ବ୍ରୋଞ୍ଜ) ପଦକ ଜିତିଥିବା ବେଳେ ଜାପାନ ୩୪୩୦ (୧୧୩୬ସ୍ୱର୍ଣ୍ଣ, ୧୧୭୧ରୌପ୍ୟ, ୧୧୨୩ ବ୍ରୋଞ୍ଜ) ଓ ଦକ୍ଷିଣ କୋରିଆ ୨୬୧୫ (୮୨୯ ସ୍ୱର୍ଣ୍ଣ, ୭୮୧ରୌପ୍ୟ, ୧୦୦୫ ବ୍ରୋଞ୍ଜ)ଟି ପଦକ ଅର୍ଜନ କରି ସାରିଛନ୍ତି । ୧୯୫୧ରୁ ୨୦୨୨ ଏସିଆଡ୍ ମଧ୍ୟରେ ଭାରତ ମୋଟ୍ ୭୭୯ଟି ପଦକ ଜିତିଛି । ଏଥିରେ ୧୮୩ଟି ସ୍ୱର୍ଣ୍ଣ, ୨୩୮ଟି ରୌପ୍ୟ ଓ ୩୫୭ଟି ବ୍ରୋଞ୍ଜ ପଦକ ରହିଛି । ଗତ ହାଙ୍ଗଝୌ କ୍ରୀଡ଼ାରେ ଭାରତ ୧୦୭ଟି ପଦକ ଜିତିଥିଲା । ଏଥିରେ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ରହିଥିଲା । ପ୍ରଥମ ଥର ପାଇଁ ଭାରତ କୌଣସି ସଂସ୍କରଣରେ ୧୦୦ରୁ ଅଧିକ ପଦକ ଜିତିବାରେ ସଫଳ ହୋଇଥିଲା ।

୫୦୦ଜଣିଆ ଭାରତୀୟ ଦଳ- ଭାରତରୁ ୫୦୦ଜଣିଆ ପ୍ରତିଯୋଗୀ ଦଳ ପର୍ଯ୍ୟାୟ କ୍ରମେ ଜାପାନରେ ପହଞ୍ଚୁଛନ୍ତି । ଭାରତୀୟ ପ୍ରତିଯୋଗୀମାନେ ମୋଟ୍ ୩୫ଟି କ୍ରୀଡ଼ାରେ ଭାଗ ନେଉଛନ୍ତି । ଏଥର ଭାରତର ୭୩ଜଣ ଆଥଲେଟିକ୍ ଦଳ ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ବ୍ୟତୀତ ହକି, କ୍ରିକେଟ୍, ତୀରନ୍ଦାଜୀ, କବାଡ଼ି, ବ୍ୟାଡମିଣ୍ଟନ ଭଳି ଅନ୍ୟ କ୍ରୀଡ଼ାରେ ମଧ୍ୟ ଭାରତ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ । ଆଥ୍ଲେଟିକ୍ସ, ସୁଟିଂ, କୁସ୍ତି ଭଳି ବ୍ୟକ୍ତିଗତ ଇଭେଣ୍ଟ ବ୍ୟତୀତ, ହକି, କ୍ରିକେଟ୍, କବାଡ଼ି ଆଜି କ୍ରୀଡ଼ାରେ ଭାରତ ସ୍ୱର୍ଣ୍ଣ ପଦକ ଦାବିଦାର ରହିଛି । ହକିରେ ଭାରତ ୫ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ଜିତି ସାରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପତାକା ଧରିବେ ମନୁ, ତଜିନ୍ଦର - ଉଦଘାଟନୀ ଉତ୍ସବରେ ଭାରତ ପକ୍ଷରୁ ସୁଟର ମନୁ ଭାକର ଓ ସଟ୍ ପୁଟ ପ୍ରତିଯୋଗୀ ତଜିନ୍ଦର ପାଲ ସିଂହ ତୁର୍ ଜାତୀୟ ପତାକା ଧରି ଦଳର ନେତୃତ୍ୱ ନେବେ । ୨୪ବର୍ଷୀୟ ମନୁ ଅଲିମ୍ପିକ୍ସରେ ୨ଟି ପଦକ ଜିତିଛନ୍ତି । ଏଥର ସେ ୧୦ମିଟର ଓ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାଗ ନେଉଛନ୍ତି । ସେହିପରି ଏସିଆଡରେ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିସାରିଥିବା ତଜିନ୍ଦର ଏଥର ହ୍ୟାଟ୍ରିକ୍ ଲକ୍ଷ୍ୟରେ ରହିଛନ୍ତି । ଭାରତୀୟ ସମୟ ଅପରାହ୍ଣ ୨.୩୦ ମିନିଟ୍‌ରେ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ।