Asian Games / ଏସିଆନ ଗେମ୍ସରେ ଭାରତର ପଦକ ବର୍ଷା, ଗୋଟିଏ ଦିନରେ ମିଳିଲା ୫ ସ୍ୱର୍ଣ୍ଣ
·1 hour ago·2 min read

Key Points
ଏସିଆନ ଗେମ୍ସରେ ଭାରତୀୟ ବକ୍ସିଂର ଅଭିଯାନ ସୁବର୍ଣ୍ଣ ଅନ୍ଦାଜରେ ଶେଷ ହେଲା
ଏସିଆନ ଗେମ୍ସରେ ଭାରତୀୟ ବକ୍ସିଂର ଅଭିଯାନ ସୁବର୍ଣ୍ଣ ଅନ୍ଦାଜରେ ଶେଷ ହେଲା। ଜାପାନରେ ଚାଲିଥିବା ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ପାଇଁ ପଦକ ବର୍ଷା ହୋଇଛି। ଆଜି କେବଳ ୪ଟି ସ୍ୱର୍ଣ୍ଣ ପଦକ ଜିଜିଛି ଇଣ୍ଡିଆ। ୩୦ ମିନିଟରେ ୩ ସ୍ୱର୍ଣ୍ଣ ଆସିଛି ବକ୍ସିଂରୁ ଓ କୁସ୍ତିରୁ। ଅଙ୍କୁଶ ପଂଘାଲ ଓ ପରବୀନ ବକ୍ସିଂରୁ ସ୍ୱର୍ଣ୍ଣ ଜିତିଥିବା ବେଳେ କୁସ୍ତିରେ ସ୍ୱର୍ଣ୍ଣ ଜିତିଛନ୍ତି ସୁଜିତ କାଲକାଲ। ଏହାକୁ ମିଶାଇ ଏସିଆନ ଗେମ୍ସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି। ଆଜି ପୁଣି ମହିଳା ହକି ଦଳ ଚୀନ ସହ ସ୍ୱର୍ଣ୍ଣ ପଦକ ପାଇଁ ମୁକାବିଲା କରିପାରେ। ଯଦି ହକିରେ ବି ଭାରତ ସ୍ୱର୍ଣ୍ଣ ହାତେଇଲା ତେବେ ଶୁକ୍ରବାର ୬ଟି ସ୍ୱର୍ଣ୍ଣ ହାସଲ କରିବ ଭାରତ।
ଏସିଆନ ଗେମ୍ସରେ ଭାରତର ମୋଟ ପଦକ ସଂଖ୍ୟା ୭୫ରେ ପହଞ୍ଚିଛି। ଯେଉଁଥିରେ ୧୫ ସ୍ୱର୍ଣ୍ଣ, ୨୫ ରୌପ୍ୟ ଏବଂ ୩୫ କାଂସ୍ୟ ପଦକ ରହିଛି। ଭାରତ ଆଜି ପାଞ୍ଚ ସ୍ୱର୍ଣ୍ଣ ସମେତ ୯ ପଦକ ଜିତିଛି।
କୁସ୍ତିରେ ଗୋଲ୍ଡ
ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଆଜିର ମ୍ୟାଚ୍ରେ ଭାରତୀୟ ରେସଲର ସୁଜିତ କାଲକାଲ ଏକ ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତୀୟ ମଲ୍ଲଯୋଦ୍ଧା ତାଜିକିସ୍ତାନ ମଲ୍ଲଯୋଦ୍ଧାଙ୍କ ବିପକ୍ଷରେ ୬-୯ ପଛରେ ଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ, ସୁଜିତ ଏକ ଚମତ୍କାର ପଦକ୍ଷେପ ନେଇଥିଲେ, ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଉଠାଇ ଦୁଇଥର ମ୍ୟାଟରେ କଚାଡ଼ି ଦେଇଥିଲେ। ଏହି ଜବରଦସ୍ତ ପ୍ରତ୍ୟାବର୍ତ୍ତନ ସହିତ, ସୁଜିତ ସ୍କୋରକୁ ୬-୯ ରୁ ୧୦-୯ ରେ ପରିବର୍ତ୍ତନ କରିଥିଲେ, ମ୍ୟାଚ୍ ଜିତି ନେଇଥିଲେ।। ଏହା ଖୁବ୍ ଆଶ୍ଚର୍ଯ୍ୟୟଜନକ ପ୍ରତ୍ୟାବର୍ତ୍ତନ ଥିଲା।
ବକ୍ସିଂରେ ଅଙ୍କୁଶଙ୍କୁ ସ୍ୱର୍ଣ୍ଣ
ଭାରତ ଲଗାତାର ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛି। ଅଙ୍କୁଶ ପଂଘାଲ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏବଂ ସୁଜିତ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ୮୦ କିଲୋଗ୍ରାମ ବର୍ଗରେ, ଅଙ୍କୁଶ ଦକ୍ଷିଣ କୋରିଆର ମିନସେଓଙ୍ଗ କିମଙ୍କୁ ୪-୦ରେ ପରାସ୍ତ କରିଛନ୍ତି। ଏହାପୂର୍ବରୁ ଆଜି ଲଭଲିନା ବୋରଗୋହାଇନ ଏବଂ ପରବୀନ ହୁଡା ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଆଜି ବକ୍ସିଂରେ ତୃତୀୟ ସ୍ୱର୍ଣ୍ଣ ପଦକ। <ଏବେ, ଅଙ୍କୁଶ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
ଅଙ୍କୁଶ ୨୦୨୬ କମନଓ୍ବେଲଥ ଗେମରେ ୮୦ କିଗ୍ରା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପୂର୍ବରୁ ସେ ୨୦୨୬ ବକ୍ସମ କପରେ ରୌପ୍ୟ ଏବଂ ୨୦୨୫ରେ ବିଶ୍ବ ବକ୍ସିଂ କପ ଫାଇନାଲରେ ରୌପ୍ୟ ପଦକ ଜିତିଥିଲେ। ୨୦୨୫ ଅଣ୍ଡର ୨୨ ଏସିଆନ ବକ୍ସିଂ ଚାମ୍ପିୟନସିପରେ ସେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ।
Heartiest congratulations to Ankush Panghal on winning the Gold Medal in the Men’s 80kg Boxing event at the #AsianGames2026.
— S. Phangnon Konyak (@SPhangnon) October 2, 2026
A promising and rising boxer with immense potential. May you soar higher, Champ!#Cheer4Bharat@narendramodi @AmitShah @NitinNabin @blsanthosh… pic.twitter.com/tfa09fB3l6
ଏସିଆନ ଗେମ୍ସରେ ଭାରତର ମୋଟ ପଦକ ସଂଖ୍ୟା ୭୫ରେ ପହଞ୍ଚିଛି। ଯେଉଁଥିରେ ୧୫ ସ୍ୱର୍ଣ୍ଣ, ୨୫ ରୌପ୍ୟ ଏବଂ ୩୫ କାଂସ୍ୟ ପଦକ ରହିଛି। ଭାରତ ଆଜି ପାଞ୍ଚ ସ୍ୱର୍ଣ୍ଣ ସମେତ ୯ ପଦକ ଜିତିଛି।
କୁସ୍ତିରେ ଗୋଲ୍ଡ
ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଆଜିର ମ୍ୟାଚ୍ରେ ଭାରତୀୟ ରେସଲର ସୁଜିତ କାଲକାଲ ଏକ ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତୀୟ ମଲ୍ଲଯୋଦ୍ଧା ତାଜିକିସ୍ତାନ ମଲ୍ଲଯୋଦ୍ଧାଙ୍କ ବିପକ୍ଷରେ ୬-୯ ପଛରେ ଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ, ସୁଜିତ ଏକ ଚମତ୍କାର ପଦକ୍ଷେପ ନେଇଥିଲେ, ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଉଠାଇ ଦୁଇଥର ମ୍ୟାଟରେ କଚାଡ଼ି ଦେଇଥିଲେ। ଏହି ଜବରଦସ୍ତ ପ୍ରତ୍ୟାବର୍ତ୍ତନ ସହିତ, ସୁଜିତ ସ୍କୋରକୁ ୬-୯ ରୁ ୧୦-୯ ରେ ପରିବର୍ତ୍ତନ କରିଥିଲେ, ମ୍ୟାଚ୍ ଜିତି ନେଇଥିଲେ।। ଏହା ଖୁବ୍ ଆଶ୍ଚର୍ଯ୍ୟୟଜନକ ପ୍ରତ୍ୟାବର୍ତ୍ତନ ଥିଲା।
ବକ୍ସିଂରେ ଅଙ୍କୁଶଙ୍କୁ ସ୍ୱର୍ଣ୍ଣ
ଭାରତ ଲଗାତାର ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛି। ଅଙ୍କୁଶ ପଂଘାଲ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏବଂ ସୁଜିତ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ୮୦ କିଲୋଗ୍ରାମ ବର୍ଗରେ, ଅଙ୍କୁଶ ଦକ୍ଷିଣ କୋରିଆର ମିନସେଓଙ୍ଗ କିମଙ୍କୁ ୪-୦ରେ ପରାସ୍ତ କରିଛନ୍ତି। ଏହାପୂର୍ବରୁ ଆଜି ଲଭଲିନା ବୋରଗୋହାଇନ ଏବଂ ପରବୀନ ହୁଡା ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଆଜି ବକ୍ସିଂରେ ତୃତୀୟ ସ୍ୱର୍ଣ୍ଣ ପଦକ। <ଏବେ, ଅଙ୍କୁଶ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
ଅଙ୍କୁଶ ୨୦୨୬ କମନଓ୍ବେଲଥ ଗେମରେ ୮୦ କିଗ୍ରା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାପୂର୍ବରୁ ସେ ୨୦୨୬ ବକ୍ସମ କପରେ ରୌପ୍ୟ ଏବଂ ୨୦୨୫ରେ ବିଶ୍ବ ବକ୍ସିଂ କପ ଫାଇନାଲରେ ରୌପ୍ୟ ପଦକ ଜିତିଥିଲେ। ୨୦୨୫ ଅଣ୍ଡର ୨୨ ଏସିଆନ ବକ୍ସିଂ ଚାମ୍ପିୟନସିପରେ ସେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories