Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୨ବର୍ଷ ବୟସରେ ଯଶସ୍ବୀ ଜୈସ୍ବାଲ କଲେ ରେକର୍ଡ

Sports

୨୨ବର୍ଷ ବୟସରେ ଯଶସ୍ବୀ ଜୈସ୍ବାଲ କଲେ ରେକର୍ଡ

Ritu Das
Browse all articles by Ritu Das
·1 year ago·1 min read
୨୨ବର୍ଷ ବୟସରେ ଯଶସ୍ବୀ ଜୈସ୍ବାଲ କଲେ ରେକର୍ଡ

ଅର୍ଗସ ବ୍ୟୁରୋ: ୨୦୨୪ରେ ଭାରତୀୟ ଷ୍ଟାର ଓପନର ଟପ ସ୍କୋରର। ଯଶସ୍ବୀ ଜୈସ୍ବାଲ ବିଶ୍ବର ପ୍ରଥମ ଖେଳାଳି ଭାବେ ଦ୍ରୁତ ୧୦୦୦ ରନ ସଂଗ୍ରହ କରିଛନ୍ତି। ଶ୍ରୀଲଙ୍କା ବିରୋଧରେ ଦ୍ବିତୀୟ ଟି-୨୦ରେ ଯଶସ୍ବୀ ଜୈସ୍ବାଲ ମାତ୍ର ୧୫ଟି ବଲରୁ ୩୦ ରନ କରିଥିଲେ। ଏଥିରେ ୩ଟି ଚୌକା ଏବଂ ୨ଟି ଛକା ରହିଥିଲା। ଏହି ଦ୍ରୁତ ୩୦ ରନ ବଳରେ ଯଶସ୍ବୀ ଜୈସ୍ବାଲ ୨୦୨୪ କ୍ୟାଲେଣ୍ଡର ବର୍ଷରେ ପ୍ରଥମ ଖେଳାଳି ଭାବେ ୧ ହଜାର ରନ ସଂଗ୍ରହ କରିଛନ୍ତି। ମାତ୍ର ୨୨ବର୍ଷ ବୟସରେ ଏଭଳି ରେକର୍ଡ କରିଛନ୍ତି। ଏହାସହିତ ବିରାଟ କୋହଲିଙ୍କ ରେକର୍ଡ ସହ ବରାବର ହୋଇଛନ୍ତି। 

 

ଯଶସ୍ବୀ ଜୈସ୍ବାଲ ୨୦୨୪ କ୍ୟାଲେଣ୍ଡର ବର୍ଷରେ ବର୍ତ୍ତମାନ ସୁଦ୍ଧା ୧୩ଟି ମ୍ୟାଚ ଖେଳିଛନ୍ତି। ଏଥିରୁ ସେ ୯୪.୫୪ ଷ୍ଟ୍ରାଇକ ରେଟରେ ୧୦୨୩ ରନ ସଂଗ୍ରହ କରିଛନ୍ତି। ଏଥିରେ ୫ ହାଫସେଞ୍ଚୁରୀ ଏବଂ ୫ଟି ସେଞ୍ଚୁରୀ ରହିଛି। ଯଶସ୍ବୀଙ୍କ ୧୦୨୩ ରନରୁ ଟେଷ୍ଟରେ ୭୪୦ ରନ ଏବଂ ଟି-୨୦ରେ ୨୮୩ ରନ ସଂଗ୍ରହ କରିଛନ୍ତି। 
ଟିମ ଇଣ୍ଡିଆ ପାଇଁ କମ ବୟସରେ ଏକ କ୍ୟାଲେଣ୍ଡର ଇୟରରେ ହଜାରେ ରନ ସଂଗ୍ରହ କରିଥିବା ଭାରତୀୟ ଖେଳାଳିଙ୍କ ରେକର୍ଡ ବିଷୟରେ ଚାଲନ୍ତୁ ଜାଣିବା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାଷ୍ଟର ବ୍ଲାଷ୍ଟର ସଚିନ ତନ୍ଦୁଲକର ୧୯ ବର୍ଷ ବୟସରେ ଏହି ରେକର୍ଡ କରିଥିଲେ। ସେ ୧୯୯୨ରେ ଏହି ରେକର୍ଡ କରିଥିଲେ ଏବଂ ୧୯୯୪ ମସିହାରେ ପୁଣି ଥରେ ହଜାରେ ରନ କରିଥିଲେ। ସେତେବେଳେ ତାଙ୍କୁ ୨୧ବର୍ଷ ହୋଇଥିଲା। ସେହିପରି ୨୦୦୭ ମସିହାରେ ଦୀନେଶ କାର୍ତ୍ତିକ ଏକ ହଜାର ରନ ସଂଗ୍ରହ କରିଥିଲେ। ୨୦୧୦ ମସିହାରେ ବିରାଟ କୋହଲି ୨୨ବର୍ଷ ବୟସରେ ୧ହଜାର ରନ କରିଥିଲେ। ଏବେ ସେହି ଲିଷ୍ଟରେ ସାମିଲ ହୋଇଛନ୍ତି ଯଶସ୍ବୀ ଜୈସ୍ବାଲ। ଜୈସ୍ବାଲ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ୨୧ଟି ଇନିଂସରୁ ୧୦ ଥର ୩୦ରୁ ଅଧିକ ରନ କରିଛନ୍ତି।  

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
At the age of 22 | Argus News