Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

୨୭ ବର୍ଷରେ ପାଦ ଦେଲେ ପନ୍ତ,ଅଷ୍ଟ୍ରେଲିଆ ଟିମକୁ କରିଥିଲେ ନାକେଦମ୍ 

Sangram Tripathy
Browse all articles by Sangram Tripathy
·1 year ago·2 min read
୨୭ ବର୍ଷରେ ପାଦ ଦେଲେ ପନ୍ତ,ଅଷ୍ଟ୍ରେଲିଆ ଟିମକୁ କରିଥିଲେ ନାକେଦମ୍ 

ଅର୍ଗସ ବ୍ୟୁରୋ:ଭାରତୀୟ ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍  ଋଷଭ ପନ୍ତ,ସେ ଟେଷ୍ଟ ହେଉ ଅବା ୱାନଡେ ଅବା ଟି-୨୦,ସବୁଠି ଦେଖିବାକୁ ମିଳିଛି  ତାଙ୍କ ଝଲକ୍ । ଅଷ୍ଟ୍ରେଲିଆ,ଇଂଲଣ୍ଡ ଭଳି ବଡ଼ ବଡ଼ ଦେଶର ବୋଲରଙ୍କ ପାଇଁ ସେ ପାଲଟିଛନ୍ତି ମୁଣ୍ଡବିନ୍ଧାର କାରଣ। ପନ୍ତ ୪ ଅକ୍ଟୋବର ୧୯୯୭ରେ ଉତ୍ତରାଖଣ୍ଡର ହରିଦ୍ୱାରରେ ଜନ୍ମଗ୍ରହଣ କରିଥିଲେ ଟିମ୍ ଇଣ୍ଡିଆର ମ୍ୟାଚ୍ ୱିନର। ନିକଟରେ ବାଂଲାଦେଶ ବିପକ୍ଷ ଚିପକ ଟେଷ୍ଟରେ ଷଷ୍ଠ ତମ ଶତକ ହାସଲ କରିଥିଲେ ପନ୍ତ। । ଖେଳିଥିଲେ ୧୦୯ ରନର ଜବରଦସ୍ତ ପାରି ସେଥିରେ ୧୩ଟି ଚୌକା,୪ଟି ଛକା ସାମିଲ ରହିହୋଇଥିଲା। ଦୁର୍ଘଟଣା ପରେ ପଦାର୍ପଣ ଟେଷ୍ଟରେ ପନ୍ତଙ୍କ ଶତକୀୟ ଧମାକା ଦେଖିବାକୁ ମିଳିଥିଲା,ଏଥିସହ ବ୍ୟାଟ୍ସମ୍ୟାନ୍ ୱିକେଟ୍ କିପର ଭାବେ ଟେଷ୍ଟରେ ଧୋନିଙ୍କ ଷଷ୍ଠ ତମ ଶତକ ସହ ରେକର୍ଡ ବରାବର ମଧ୍ୟ କରିଛନ୍ତି ପନ୍ତ। ଋଷଭ ପନ୍ତ ୧ ଫେବୃଆରୀ ୨୦୧୭ରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।  

୧୮ ଅଗଷ୍ଟ ୨୦୧୮ରେ ଇଂଲଣ୍ଡର ନଟିଂହାମରେ ଟେଷ୍ଟ ପଦାର୍ପଣ କରିଥିଲେ ପନ୍ତ। ଅକ୍ଟୋବର ୨୧, ୨୦୧୮ରେ ଗୌହାଟୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ ଋଷଭ ପନ୍ତ । ଏଥିସହ ୧୯ ଜାନୁଆରୀ ୨୦୨୧ରେ ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ଗାବା ଗ୍ରାଉଣ୍ଡରେ ଭାରତକୁ ଐତିହାସିକ ଟେଷ୍ଟ୍ ବିଜୟୀ କରାଇ ଚର୍ଚ୍ଚାକୁ ଆସିଥିଲେ ଭାରତୀୟ ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍  ଋଷଭ ପନ୍ତ। ଖେଳିଥିଲେ ଅପରାଜିତ ୮୯ ରନର ଇନିଂସ। ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତୀୟ କ୍ରିକେଟ୍ ଦଳ ୨-୧ରେ ଟେଷ୍ଟ ସିରିଜ୍ ଜିତି ଅଷ୍ଟ୍ରେଲିଆକୁ ୩ ଓ୍ଵିକେଟରେ ପରାସ୍ତ କରିଥିଲା। ଏହାପରେ ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ନିଜ ଘରେ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜ୍ ରେ ପରାସ୍ତ କରିଛି। ୩୩ ବର୍ଷ ଧରି ଅଷ୍ଟ୍ରେଲିଆ ବ୍ରିସବେନରେ ହାରିନଥିଲେ ମଧ୍ୟ ଟିମ୍ ଇଣ୍ଡିଆ ପରାସ୍ତ କରିଥିଲା। ପନ୍ତଙ୍କ ଜଲଓେବା ଦେଖିବାକୁ ମିଳିଥିଲା । ଦୁର୍ଘଟଣାରୁ ସୁସ୍ଥ ହୋଇ ନୂଆ ଜୀବନ ପାଇଛନ୍ତି ପନ୍ତ,ତାଙ୍କ ଜନ୍ମ ଦିନରେ ଚାରିଆଡୁ ଛୁଟିଛି ଶୁଭେଛାର ସୁଅ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
At the age of 27, Pant made his debut in the Australian team | Argus News