Videos
|
Sports

ପେଟ୍ରୋଲ ଢାଳି ଆଥଲେଟଙ୍କୁ ନିର୍ମମ ହତ୍ୟା

Ritu Das
Browse all articles by Ritu Das
·2 years ago·2 min read
ପେଟ୍ରୋଲ ଢାଳି ଆଥଲେଟଙ୍କୁ ନିର୍ମମ ହତ୍ୟା

ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକୁ ଜଳାଞ୍ଜଳୀ ଦେବାକୁ ପଛାଉ ନାହିଁ। ଆଉ ଶେଷରେ ଜୀବନ ନେଉଛି ପୁରୁଷରୂପୀ ନରରାକ୍ଷସ। 

ନିକଟରେ କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ସହ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ସେ ଘଟଣା ମନରୁ ନ ଲିଭୁଣୁ ଉଗାଣ୍ଡା ଅଲିମ୍ପିକ୍ସ ଆଥଲେଟଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ପୁଣି ଥରେ ଏହି ଘଟଣା ସମସ୍ତଙ୍କୁ ହତବାକ କରିଛି। ମୃତ୍ୟୁ କଣ କେବେ ଏମିତି ହୋଇପାରେ। କାହିଁକି? ସମାଜ ଏବେ ଏତେ କଳୁଷିତ କାହିଁକି ହୋଇଚାଲିଛି। କାହାକୁ ପେଟ୍ରୋଲ ଢାଳିକି ହତ୍ୟା କରିବା ଏହା କିଭଳି ସମ୍ଭବ। ଭାବିଲା ବେଳକୁ ହିଁ ଡର ଲାଗୁଛି। କିନ୍ତୁ ଏଭଳି ଘଟିଛି। 

ପେଟ୍ରୋଲ ଢାଳି ଜାଳିଦେଲା ଜହ୍ଲାଦ ପ୍ରେମିକ। ଉଗାଣ୍ଡା ଅଲିମ୍ପିକ୍ ଆଥଲେଟ୍ ରେବେକା ଚେପ୍ଟେଗିଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡା ଅଧିକାରୀଙ୍କ କହିବା ଅନୁଯାୟୀ, ତାଙ୍କ ପ୍ରେମିକ ତାଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ୩୩ ବର୍ଷୀୟ ମାରାଥନ୍ ଧାବିକା ନିକଟରେ ସରିଥିବା ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ାରେ ଭାଗ ନେଇଥିଲେ। ରବିବାର ଆକ୍ରମଣରେ ସେ ଗୁରୁତର ଭାବେ ଜଳି ଯାଇଥିବା ଡାକ୍ତରମାନେ କହିଥିଲେ।

ସେପଟେ ଉତ୍ତର-ପଶ୍ଚିମ କେନିଆର ଅଧିକାରୀମାନେ କହିଛନ୍ତି ଯେ ରେବେକା ଚର୍ଚ୍ଚରୁ ଫେରୁଥିବା ବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ରେବେକା ଉତ୍ତର-ପଶ୍ଚିମ କେନିଆରେ ରହୁଥିଲେ ଏବଂ ଏଠାରେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ଆଥଲେଟ୍ ଓ ତାଙ୍କ ପାର୍ଟନରଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଘଟଣାର ତଦନ୍ତ ଚଳାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉଗାଣ୍ଡା ଆଥଲେଟ୍ ମହାସଂଘ ଏକ୍ସରେ ଲେଖିଛି, “ଅତ୍ୟନ୍ତ ଦୁଃଖର ସହ ଆମର ଜଣେ ଆଥଲେଟ୍ ରେବେକା ଚେପ୍ଟେଗିଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ସେ ଘରୋଇ ହିଂସାର ଶିକାର ହୋଇଥିଲେ। ଆମେ ଏଭଳି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ନ୍ୟାୟ ଦାବି କରୁଛୁ। ରେବେକାଙ୍କ ପରିବାର ଲୋକେ ମୃତ୍ୟୁ ସମ୍ପର୍କରେ କୌଣସି ବୟାନ ଦେଇ ନ ଥିଲେ ମଧ୍ୟ ତାଙ୍କୁ ଭର୍ତ୍ତି ହୋଇଥିବା ଡାକ୍ତରଖାନାରେ ଚିକିତ୍ସା କରିଥିବା ଡାକ୍ତର ଓଭେନ୍ ମେନେଶ କହିଛନ୍ତି ଯେ ମଲ୍ଟି ଅର୍ଗାନ ଫେଲ୍ୟୁୟର ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଘଟଣାରେ ଆଥଲେଟଙ୍କୁ ତୁରନ୍ତ ନ୍ୟାୟ ମିଳିବା ଦରକାର। ଏବଂ ତାଙ୍କ ପ୍ରେମିକଙ୍କୁ କଠୋର ଦଣ୍ଡ ମିଳିବା ଦରକାର। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Athletes are brutally | Argus News