Videos
|
Sports

ଶ୍ରୀଲଙ୍କା ସିରିଜ ପୂର୍ବରୁ ବିରାଟ କୋହଲିଙ୍କୁ ଆକ୍ରମଣ

Ritu Das
Browse all articles by Ritu Das
·2 years ago·2 min read
ଶ୍ରୀଲଙ୍କା ସିରିଜ ପୂର୍ବରୁ ବିରାଟ କୋହଲିଙ୍କୁ ଆକ୍ରମଣ

ଅର୍ଗସ ବ୍ୟୁରୋ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ହେଉଛନ୍ତି ବିରାଟ କୋହଲି। ଆଉ ଟିମର ସଙ୍କଟମୋଚକ ବୋଲି ତାଙ୍କୁ କୁହାଯାଏ। ବଡ଼ ବଡ଼ ମ୍ୟାଚ କେବଳ ବିରାଟଙ୍କ ପାଇଁ ଇଣ୍ଡିଆ ଟିମ ଜିତିଥାଏ। କିନ୍ତୁ କିଛି ଲୋକ ଏବେ ବିରାଟ କୋହଲିଙ୍କର ମଜାକ ଉଡ଼ାଇଛନ୍ତି। ବୋଧହୁଏ ସେମାନଙ୍କର expectation ବିରାଟଙ୍କୁ ନେଇ ଖୁବ ଅଧିକ। 

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ୩-୦ରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ବର୍ତ୍ତମାନ ଦିନିକିଆ ସିରିଜ ଉପରେ କବଜା କରିବାକୁ ନଜର ରଖିଛି ରୋହିତ ସେନା । ଅଗଷ୍ଟ ୨ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ମ୍ୟାଚ। ଏଥିପାଇଁ ଭାରତୀୟ ଟିମ୍ କଲମ୍ବୋରେ ପହଞ୍ଚି ସାରିଛନ୍ତି । ତେବେ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଉପରେ ବଡ଼ ଆକ୍ରମ ହୋଇଛି । ତେବେ ଏହି ଆକ୍ରମଣ ଶାରୀରିକ ଭାବରେ ହୋଇନାହିଁ, ବରଂ ବିରାଟ କୋହଲିଙ୍କୁ କଲମ୍ବୋରେ ଖୁବ ଟ୍ରୋଲ କରାଯାଉଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କୋହଲି ଅଭ୍ୟାସ କରୁଥିବା ବେଳେ ତାଙ୍କୁ କେହି ଟ୍ରୋଲ କରୁଥିବାର ଦେଖାଯାଇଛି ।

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିବା ପାଇଁ କଲମ୍ବୋରେ ପହଞ୍ଚିଛନ୍ତି । କିନ୍ତୁ ଏଠାରେ ତାଙ୍କୁ ଖୁବ ଟ୍ରୋଲ କରାଯାଇଛି । ବିରାଟଙ୍କ ସମାଲୋଚକମାନେ ତାଙ୍କୁ ଚିଡ଼ାଇବା ପାଇଁ କୋହଲି ବଦଳରେ ଚୋକଲି କହିଛନ୍ତି। ଏହାର ଅର୍ଥ ହେଉଛି, ବଡ଼ ମଞ୍ଚରେ ବିଫଳ ହେବା । ତେବେ ଶ୍ରୀଲଙ୍କାରେ ତାଙ୍କର ଅଦ୍ଭୁତ ପ୍ରଦର୍ଶନ ରହିଥିବା ବେଳେ ସେଠାରେ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଉଛି । ୭ ବର୍ଷ ପରେ ବିରାଟ କୋହଲି ଶ୍ରୀଲଙ୍କାରେ ଦିନିକିଆ ସିରିଜ ଖେଳିବା ପାଇଁ କଲମ୍ବୋରେ ପହଞ୍ଚିଛନ୍ତି । ଏହାସହିତ ପୁଣିଥରେ ଦିନିକିଆ ସିରିଜରେ ବିରାଟଙ୍କ ବ୍ୟାଟରୁ ରନ୍ ବର୍ଷା ହେବ ବୋଲି ଆଶା କରାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଶ୍ରୀଲଙ୍କାରେ ବିରାଟ କୋହଲିଙ୍କର ଦମଦାର ପ୍ରଦର୍ଶନ ରହିଛି । ଏଠାରେ ୨୬ଟି ଇନିଂସରୁ ୧୦୨୮ ରନ୍ ସଂଗ୍ରହ କରିଛନ୍ତି । ଶ୍ରୀଲଙ୍କାରେ ବିରାଟଙ୍କ ବ୍ୟାଟରୁ ୫ଟି ଶତକ ରହିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ୬୩.୨୬ ହାରରେ ୨୫୯୪ ରନ୍ କରିବାରେ ସେ ସଫଳ ହୋଇଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ୧୦ଟି ଶତକ ହାସଲ କରିଛନ୍ତି ବିରାଟ। ଶ୍ରୀଲଙ୍କାର ଦିନିକିଆ ସିରିଜରେ ସମସ୍ତଙ୍କ ନଜର ନିଶ୍ଚିତ ରୋହିତ ଏବଂ ବିରାଟଙ୍କ ଉପରେ ରହିବ। ଦଳ ଟ୍ରଫି ଜିତୁ ବୋଲି ସମସ୍ତେ ବେଶ ଆଶାବାଦୀ ଅଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Attack on | Argus News