Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆ ଫ୍ୟାନ୍ସଙ୍କୁ ଝଟ୍‌କା, ଅବସର ନେଲେ ଷ୍ଟାର ଅଲରାଉଣ୍ଡର

Sports

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆ ଫ୍ୟାନ୍ସଙ୍କୁ ଝଟ୍‌କା, ଅବସର ନେଲେ ଷ୍ଟାର ଅଲରାଉଣ୍ଡର

Ritu Das
Browse all articles by Ritu Das
·1 year ago·1 min read
ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆ ଫ୍ୟାନ୍ସଙ୍କୁ ଝଟ୍‌କା, ଅବସର ନେଲେ ଷ୍ଟାର ଅଲରାଉଣ୍ଡର

ଚାମ୍ପିୟନ୍ସ ଟ୍ରଫି ପାଇଁ ଦଳରେ ଚୟନ କରାଯାଇଥିଲା। ୧୯ ଫେବୃଆରୀରୁ ଆରମ୍ଭ ହେଉଥିବା ଆଇସିସି ଟୁର୍ନାମେଣ୍ଟରେ ସେ ଖେଳିବାକୁ ଯାଉଥିଲେ। ହେଲେ ତା’ ପୂର୍ବରୁ ଅବସର ଘୋଷଣା କ କରି ଚମକାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ। ସେ ODI କ୍ରିକେଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଷ୍ଟୋଇନିସ ତୁରନ୍ତ ପ୍ରଭାବ ସହ ODIରୁ ଅବସର ନେଇଛନ୍ତି। ଏମିତିରେ ଅଷ୍ଟ୍ରେଲିୟ ଅଲରାଉଣ୍ଡରଙ୍କ ଏହି ବଡ଼ ନିଷ୍ପତ୍ତି ପଛରେ କ’ଣ କାରଣ ଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ODI କ୍ରିକେଟରୁ ଅବସର ଘୋଷଣା କରିବା ସମୟରେ, ଷ୍ଟୋଇନିସ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଖେଳିବା ନେଇ ତାଙ୍କର ସ୍ଥିତି ସ୍ପଷ୍ଟ କରିଛନ୍ତି।


ସେ କହିଛନ୍ତି ଯେ ସେ ଟି-୨୦ ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବେ। ଏହାର ଅର୍ଥ ହେଉଛି ସେ କେବଳ ODI କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ODIରୁ ଅବସର ଘୋଷଣା କରି ମାର୍କସ ଷ୍ଟୋଇନିସ କହିଛନ୍ତି, ‘ଏହା ଏକ ସହଜ ନିଷ୍ପତ୍ତି ନ ଥିଲା। କିନ୍ତୁ ମୁଁ ଅନୁଭବ କଲି ଯେ ଏହା ମୋ ପାଇଁ ODI କ୍ରିକେଟରୁ ଦୂରେଇ ଯିବା ଏବଂ ମୋ କ୍ୟାରିୟରରେ କିଛି ନୂଆ କରିବା ପାଇଁ ସଠିକ ସମୟ। ଏବେ ତାଙ୍କର ଧ୍ୟାନ କେବଳ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ ଉପରେ ରହିବ।’ ମାର୍କସ ଷ୍ଟୋଇନିସଙ୍କ ଅବସର ନିଷ୍ପତ୍ତି ଅଷ୍ଟ୍ରେଲିଆର ଚାମ୍ପିଅନ୍ସ ଟ୍ରଫି ଆଶାକୁ ପ୍ରଭାବିତ କରିଛି। ଅଷ୍ଟ୍ରେଲିଆ ଦଳ ପୂର୍ବରୁ ମିଚେଲ ମାର୍ଶ ଏବଂ ପ୍ୟାଟ କମିନ୍ସଙ୍କ ଭଳି ଦୁଇ ବଡ଼ ଖେଳାଳିଙ୍କ ବାହାର ହେବାର ଅସୁବିଧାର ସମ୍ମୁଖୀନ ହେଉଥିଲା। ଏପରି ପରିସ୍ଥିତିରେ, ଷ୍ଟୋଇନିସ୍‌ଙ୍କ ଅବସର ତାଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Australia fans shocked before Champions Trophy, star all-rounder retires | Argus News