Videos
|
Sports

ଚାମ୍ପିଅନ୍ସ ଟ୍ରଫି: ପ୍ରଥମ ସେମିଫାଇନାଲରେ କଙ୍ଗାରୁ ଟିମକୁ ଭେଟିବ ରୋହିତ ବାହିନୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଚାମ୍ପିଅନ୍ସ ଟ୍ରଫି: ପ୍ରଥମ ସେମିଫାଇନାଲରେ କଙ୍ଗାରୁ ଟିମକୁ ଭେଟିବ ରୋହିତ ବାହିନୀ

ଆଜି ଅଷ୍ଟ୍ରେଲିଆ ସହ ସେମି ଟକ୍କର । ଦିନିକିଆ ବିଶ୍ବକପ୍ ବଦ୍‌ଲା ଅପେକ୍ଷାରେ ରୋହିତ ସେନା । ୨୩ ବିଶ୍ବକପ ଫାଇନାଲର ବଦଲା ନେବାକୁ ତୟାର୍ ମେନ୍ ଇନ ବ୍ଲୁ । କଙ୍ଗାରୁକୁ ଚିତ୍ କରିବାକୁ ପୁରା ରେଡ୍ଡି ଟିମ୍ ଇଣ୍ଡିଆ । ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ଲିଗର ଅନ୍ତିମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଚେକ୍ ଦେଇ ଅପରାଜେୟ ରହିଛି ଟିମ୍ ଇଣ୍ଡିଆ । ଦୁବାଇର ମନ୍ଥର ପିଚରେ ନ୍ୟୁଜିଲାଣ୍ଡ ଭଳି କଙ୍ଗାରୁ ଦଳରୁ ଫସାଇବାକୁ ରଣନୀତି ପ୍ରସ୍ତୁତ କରିଛି ରୋହିତ୍ ସେନା । କିଏ ମାରିବ ବାଜି ? ମ୍ୟାଚରେ କାହାର ପଲା ଭାରି ରହିବ ?


ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଙ୍ଗାରୁ ଦଳ ପାଇଁ ହନୁମାନ ସାଜିଥିବା ଅଷ୍ଟ୍ରେଲିଆ ଓପନର୍ ମାଥ୍ୟୁ ସର୍ଟ ଏହି ସେମି ଫାଇନାଲ ଖେଳୁ ନାହାନ୍ତି। ପୂର୍ବ ମ୍ୟାଚରେ ଲାଗିଥିବା ଆଘାତ ଯୋଗୁ ଏହି ମ୍ୟାଚରୁ ବିଦା ହୋଇଛନ୍ତି ସର୍ଟ। ତାଙ୍କ ବଦଳରେ ଅଲରାଉଣ୍ଡର୍ କନୋର କନୋଲିଙ୍କୁ ଟିମରେ ସ୍ଥାନ ଦେଇଛି ଦଳ । ଅନ୍ୟପଟେ ଦ୍ବିତୀୟ ସେମିରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଟିମ୍ । ମାର୍ଚ୍ଚ ୯ ତାରିଖରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚାମ୍ପିୟନ୍ସ ଟ୍ରଫିର ଗ୍ରୁପ ପର୍ୟ୍ୟାୟର ଶେଷ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇ ଭାରତ ନିଜ ଗ୍ରୁପ ପଏଣ୍ଟ୍‌ ଟେବୁଲ ଟପ୍ପର ହୋଇଛି । ଏହାପରେ ଭାରତକୁ ପୁଣି ଥରେ ଅଗ୍ନି ପରୀକ୍ଷା ଦେବାଭଳି ମ୍ୟାଚ୍ ଖେଳିବାକୁ ହେବ । କାରଣ ସେମିରେ ଭାରତ ଅଷ୍ଟ୍ରେଲିଆକୁ ଆଜି ଭେଟିବ । ଏଥର ୨୦୨୩ ଦିନିକିଆ ବିଶ୍ୱକପ୍ ବଦଲା ନେବାକୁ ଚେଷ୍ଟା କରିବ । କିନ୍ତୁ ଏହାପୂର୍ବରୁ ଭାରତର ଚୂଡ଼ାନ୍ତ ଏକାଦଶ କିଭଳି ରହିବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।


ଅଧିକ ପଢ଼ନ୍ତୁ ଖେଳ ଖବର:

Australia vs India head to head news | Argus News