Videos
|
Sports

ଦ୍ୱିତୀୟ ଇନିଂସରେ ୫୩୪ ରନର ଟାର୍ଗେଟର ପିଚ୍ଛା କରୁଛି ଅଷ୍ଟ୍ରେଲିଆ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦ୍ୱିତୀୟ ଇନିଂସରେ ୫୩୪ ରନର ଟାର୍ଗେଟର ପିଚ୍ଛା କରୁଛି ଅଷ୍ଟ୍ରେଲିଆ

ଅର୍ଗସ ବ୍ୟୁରୋ:  ପର୍ଥ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ। ଦ୍ବିତୀୟ ଇନିଂସରେ ୫୩୪ ରନର ଟାର୍ଗେଟର ପିଚ୍ଛା କରୁଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ପର୍ଥରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତର ଦବଦବା ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଭାରତୀୟ ଟିମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ବୋଲିଂରେ ନିଜେ ଅଧିନାୟକ ଯଶପ୍ରୀତ ବୁମ୍ରା କମାଲ କରିବା ସହ ଅଷ୍ଟ୍ରେଲିଆକୁ ମାତ୍ର ୧୦୪ରେ ଅଲଆଉଟ କରିଦେଇଥିଲେ। ଭାରତ ୪୬ ରନର ଲିଡ୍‌ ହାସଲ କରିବା ପରେ ପର୍ଥରେ ଦେଖାଇଥିଲା ଜଳୱା। ଦ୍ବିତୀୟ ଇନିଂସରେ ଭାରତ ପ୍ରାୟ ଦେଢ଼ ଦିନ ବ୍ୟାଟିଂ କରି ୬ ୱିକେଟ ବଳରେ ୪୮୭ ରନ କରିବା ପରେ ପାଳି ଘୋଷଣା କରିଥିଲା ।

ଯଶସ୍ବୀ ଜୈସୱାଲ ୧୬୧, ବିରାଟ କୋହଲି ଅପରାଜିତ ୧୦୦ ଓ କେଏଲ ରାହୁଲ ୭୭ ରନର ଦମଦାର ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ୫୩୪ ରନର ଟାର୍ଗେଟ ପାଇଥିବା ବେଳେ ଦ୍ବିତୀୟ ଇନିଂସ ଆରମ୍ଭରୁ ମାତ୍ର ୧୨ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ବୁମ୍ରା ନିଜର ପ୍ରଥମ ଓଭରରେ ନାଥନ ମ୍ୟାକସ୍ବିନୀଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ରଥମେ ଆଉଟ କରିଥିଲେ। ସେହିପରି ମହମ୍ମଦ ସିରାଜ ନିଜର ଦ୍ବିତୀୟ ଓଭରରେ ନାଇଟ ୱାଚମ୍ୟାନ ଭାବେ ଆସିଥିବା କଙ୍ଗାରୁ ଟିମର କ୍ୟାପ୍ଟେନ ପାଟ କମିନ୍ସଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ସେହିପରି ୫ମ ଓଭରରେ ବୁମ୍ରା ୩ ରନ କରିଥିବା ମାର୍ନସ ଲାବୁଶେନଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ତୃତୀୟ ଝଟକା ଦେଇଥିଲେ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: