Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ରଥମ ଭାରତୀୟ ଭାବେ ୩୦୦୦ ମିଟର ଷ୍ଟିପଲଚେଜ୍ ଫାଇନାଲରେ ଅବିନାଶ 

Sangram Tripathy
Browse all articles by Sangram Tripathy
·1 year ago
ପ୍ରଥମ ଭାରତୀୟ ଭାବେ ୩୦୦୦ ମିଟର ଷ୍ଟିପଲଚେଜ୍ ଫାଇନାଲରେ ଅବିନାଶ 

ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇ ପ୍ରଥମ ଭାରତୀୟ ଭାବେ ୩୦୦୦ ମିଟର ଷ୍ଟିପଲଚେଜ୍ ଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି ଅବିନାଶ ସାବଲେ। ଅବିନାଶ ପଞ୍ଚମ ସ୍ଥାନରେ ରହି ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି । ଅବିନାଶ ନିଜର ହିଟ ୮:୧୫:୧୩ ମିନିଟରେ ଶେଷକରିଥିଲେ ।ସେ ଏହି ଇଭେଣ୍ଟରେ ପହଞ୍ଚିବାରେ ପ୍ରଥମ ଭାରତୀୟ ପୁରୁଷ ଓ ଦ୍ୱିତୀୟ ଆଥଲେଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଏହି ସଫଳତା ପରେ ଜାତୀୟ ରେକର୍ଡଧାରୀ ଅବିନାଶ ଚଳିତ ଅଲିମ୍ପିକ୍ସରେ ପଦକ ଜିତିବା ଆଶା ବଢ଼ିଯାଇଛି । ଆସନ୍ତା ୮ ତାରିଖ ଦିନ ରାତି ୧.୧୫ ସମୟରେ ଫାଇନାଲ ରେସ୍ ଅନୁଷ୍ଠିତ ହେବ । ଷ୍ଟିପଲଚେଜରେ ଭାରତକୁ ପଦକ ମିଳିବ ବୋଲି ଆଶାବାଦୀ ରହିଛନ୍ତି କ୍ରୀଡ଼ାପ୍ରେମୀ। କାରଣ ଭାରତ ଏଯାଏ ପ୍ୟାରିସ ଅଲିମ୍ପିକ୍ସରେ ମୋଟ ୩ଟି ପଦକ ଜିତିବାକୁ ସକ୍ଷମ ହୋଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Avinash is the first Indian in the 3000m steeplechase final | Argus News