Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୧୦ ମିଟର ଏୟାର ରାଇଫଲ ସୁଟିଂରେ ଅବନୀ ଲେଖରାଙ୍କୁ ସ୍ୱର୍ଣ୍ଣ

Sports

୧୦ ମିଟର ଏୟାର ରାଇଫଲ ସୁଟିଂରେ ଅବନୀ ଲେଖରାଙ୍କୁ ସ୍ୱର୍ଣ୍ଣ

Sangram Tripathy
Browse all articles by Sangram Tripathy
·1 year ago
୧୦ ମିଟର ଏୟାର ରାଇଫଲ ସୁଟିଂରେ ଅବନୀ ଲେଖରାଙ୍କୁ ସ୍ୱର୍ଣ୍ଣ

ଅର୍ଗସ ବ୍ୟୁରୋ:ପ୍ୟାରିସ ପାରାଅଲମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲ ସୁଟିଂରେ ଭାରତୀୟ ଶୁଟର ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।ଫାଇନାଲ ଷ୍ଟାଣ୍ଡିଂରେ ଅବନୀ ୨୪୯.୭ ପଏଣ୍ଟ ହାସଲ କରି ଏହି ରେକର୍ଡ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ଅବନୀ ପାରାଅଲମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ ଅବନୀ।  ମୋନା ଅଗ୍ରୱାଲ ଏସଏଚ୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ପାରାଅଲମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତକୁ ମିଳିଛି ଦୁଇଟି ପଦକ। ମହିଳା ସୁଟିଂ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଛି ଭାରତ। ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପ୍ୟାରାଅଲିମ୍ପିକ୍ସର ୧୭ତମ ସଂସ୍କରଣ ଅଗଷ୍ଟ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ରେ ଶେଷ ହେବ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Avni Ishkira won gold in 10m air rifle shooting | Argus News