Videos
|
Sports

IPL 2027 Trade Updates / CSKକୁ ଯିବେନି ଅକ୍ଷର ପଟେଲ…ଟ୍ରେଡ୍ ଚର୍ଚ୍ଚା ଉପରେ ଲାଗିଲା ପୂର୍ଣ୍ଣଚ୍ଛେଦ

Ritu Das
Browse all articles by Ritu Das
·1 hour ago·2 min read
CSKକୁ ଯିବେନି ଅକ୍ଷର ପଟେଲ…ଟ୍ରେଡ୍ ଚର୍ଚ୍ଚା ଉପରେ ଲାଗିଲା ପୂର୍ଣ୍ଣଚ୍ଛେଦ
India

Key Points

ଆଇପିଏଲ ୨୦୨୭ ପୂର୍ବରୁ ଜୋର୍ ଧରିଛି ଖେଳାଳି ଅଦଳବଦଳ ଚର୍ଚ୍ଚା
ଆଇପିଏଲ ୨୦୨୭ ପୂର୍ବରୁ ଜୋର୍ ଧରିଛି ଖେଳାଳି ଅଦଳବଦଳ ଚର୍ଚ୍ଚା । ଟ୍ରେଡ୍ ଓ୍ୱିଣ୍ଡୋକୁ ନେଇ ଅନେକ ଆକଳନ କରାଯାଉଛି । ଯାହା ଫ୍ୟାନ୍ସଙ୍କୁ ମଧ୍ୟ ଚକିତ କରିଦେଇଛି । ଏପରିକି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହେବେ ବୋଲି ମଧ୍ୟ ଅନେକ କହୁଛନ୍ତି ।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବୋଲର ଆର ଅଶ୍ୱୀନ କହିଛନ୍ତି ଯେ, ଦିଲ୍ଲୀ କ୍ୟାପିଟାଲ୍ସ ଅକ୍ଷର ପଟେଲଙ୍କୁ ଚେନ୍ନାଇ ପଠାଇପାରେ । କିନ୍ତୁ ଏହା ଠିକ୍ ନିଷ୍ପତ୍ତି ହେବ ନାହିଁ । ଚିପକ୍ ପିଚ୍ ସଦାବେଳେ ସ୍ପିନରଙ୍କୁ ସୁହାଇଥାଏ। ଅକ୍ଷର ପଟେଲ ଚେନ୍ନାଇକୁ ଗଲେ ଦଳର ସବୁଠୁ ବଡ ଦୁର୍ବଳତା ଦୂର ହୋଇଯିବ । ଅକ୍ଷର ଜଣେ ଭଲ ଅଲରାଉଣ୍ଡର । ସେ ଚେନ୍ନାଇକୁ ମଜବୁତ କରିଦେବେ ।

କହି ରଖୁଛୁ କି, ଗତ କିଛି ଦିନ ହେବ ସୋସିଆଲ ମିଡିଆ ଏବଂ ବିଭିନ୍ନ ଗଣମାଧ୍ୟମରେ ଏଭଳି କଳ୍ପନାଜଳ୍ପନା ଚାଲିଥିଲା ଯେ ଅକ୍ଷର ପଟେଲଙ୍କୁ ଅନ୍ୟ କୌଣସି ଫ୍ରାଞ୍ଚାଇଜ୍ (ଯେପରିକି ଚେନ୍ନାଇ ସୁପର କିଙ୍ଗ୍ସ)କୁ ଟ୍ରେଡ୍ କରାଯାଇପାରେ ଏବଂ ଅଶୁତୋଷ ଶର୍ମାଙ୍କୁ ନେଇ ମଧ୍ୟ ଅନ୍ୟ ଦଳଗୁଡ଼ିକ ଆଗ୍ରହୀ ଅଛନ୍ତି। କିନ୍ତୁ ଏହି ସମସ୍ତ ଚର୍ଚ୍ଚା ଉପରୁ ପରଦା ହଟାଇଛି ଦିଲ୍ଲୀ । ଫ୍ରାଞ୍ଚାଇଜ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଗାମୀ ସିଜନରେ ଏହି ଦୁଇ ଜଣ ଖେଳାଳି ଦଳର ମେରୁଦଣ୍ଡ । ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଇଛି।

ଅକ୍ଷର ଏବଂ ଆଶୁତୋଷଙ୍କୁ ନେଇ ଥିବା ଦ୍ୱନ୍ଦ୍ୱର ଅନ୍ତ ଘଟିଛି
ସାମ୍ପ୍ରତିକ ସମୟରେ ଆଇପିଏଲ୍ (IPL) ଟ୍ରେଡ୍ ବଜାରରେ ଅକ୍ଷର ପଟେଲ ଏବଂ ଆଶୁତୋଷ ଶର୍ମାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଥିଲା। ଖବର ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗସ୍ ଅକ୍ଷରଙ୍କୁ ନିଜ ଦଳରେ ସାମିଲ କରିବାକୁ ଆଗ୍ରହୀ ଥିବାବେଳେ, ଅନ୍ୟ କିଛି ଫ୍ରାଞ୍ଚାଇଜ୍ ମଧ୍ୟ ଆଶୁତୋଷ ଶର୍ମାଙ୍କ ଉପରେ ନଜର ରଖିଥିଲେ। ଏହି ଚର୍ଚ୍ଚା ମଧ୍ୟରେ, ଦିଲ୍ଲୀ କ୍ୟାପିଟାଲ୍ସ ଉଭୟ ଖେଳାଳିଙ୍କୁ ନିଜ ଦଳରେ ବଜାୟ ରଖିବାକୁ (ରିଟେନ୍ କରିବାକୁ) ନିଷ୍ପତ୍ତି ନେଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିନାୟକତ୍ୱକୁ ନେଇ ବଡ଼ ପ୍ରଶ୍ନ
ଅକ୍ଷର ଏବଂ ଅଶୁତୋଷଙ୍କ ଟ୍ରେଡ୍ ନେଇ ଚର୍ଚ୍ଚା ବନ୍ଦ ହୋଇଯାଇଥିଲେ ମଧ୍ୟ, ଦିଲ୍ଲୀ କ୍ୟାପିଟ୍ସର ଆଗାମୀ ସିଜନର ଅଧିନାୟକତ୍ୱ କିଏ ସମ୍ଭାଳିବ ? ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ରିଷଭ ପନ୍ତ, କେଏଲ ରାହୁଲ ଏବଂ ଅକ୍ଷର ପଟେଲଙ୍କୁ ନେଇ ଅଧିନାୟକ ଦାୟିତ୍ୱକୁ ନେଇ ଆଗକୁ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଦିଲ୍ଲୀ କ୍ୟାପିଟ୍ସର ଏହି ପଦକ୍ଷେପ ଦ୍ୱାରା ଏହା ସ୍ପଷ୍ଟ ହୋଇଯାଇଛି ଯେ ଫ୍ରାଞ୍ଚାଇଜ୍ ନିଜର କୋର୍ ଟିମ୍ କୁ ମଜବୁତ ରଖିବାକୁ ଚାହେଁ ଏବଂ ଆଗାମୀ ଆଇପିଏଲ୍ ସିଜନ ପାଇଁ ଏକ ଦୃଢ଼ ରଣନୀତି ସହ ଓହ୍ଲାଇବ।