Videos
|
Sports

Babar Azam / ବାହାର ଦେଶରେ ବେଜିତ୍ ହେଲେ ପାକିସ୍ତାନୀ ଖେଳାଳି ବାବର୍‌, କାନ୍ଦି କାନ୍ଦି ଫେରିଲେ...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ବାହାର ଦେଶରେ ବେଜିତ୍ ହେଲେ ପାକିସ୍ତାନୀ ଖେଳାଳି ବାବର୍‌, କାନ୍ଦି କାନ୍ଦି ଫେରିଲେ...
Babar Azam

Key Points

ବାବରଙ୍କୁ ଖାତିର କଲାନି ଟିମ୍
ପ୍ରବଳ କାନ୍ଦିଲେ ବାବର୍‌
ଭାଇରାଲ ହେଉଛି ଭିଡିଓ
ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନର ଖେଳାଳୀ । ସ୍ମିଥ କଲେ ଅସମ୍ମାନ। ହେଲେ କାହିଁକି ଏମିତି ହେଲା, କିଏ ବାବରଙ୍କୁ କଣ କହିଲା, ଯେଉଁ ଖବର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ବାହାର ଦେଶରେ ବେଜିତ୍ ହେଲେ ପାକିସ୍ତାନୀ କ୍ରିକେଟ୍ ଷ୍ଟାର୍ ବାବର ଆଜମ୍ । ନିଜକୁ ବିରାଟ କୋହଲିଙ୍କ ସହ ସଦାବେଳେ ତୁଳନା କରୁଥିବା ବାବର ବିଗ୍ ବାସ୍ ଲିଗରେ ଅପଦସ୍ଥ ହୋଇଛନ୍ତି । ବାବର ଏବଂ ଅଷ୍ଟ୍ରେଲିଆନ ବ୍ୟାଟର ଷ୍ଟିଭ୍ ସ୍ମିଥଙ୍କ ମଧ୍ୟରେ ପଡିଆରେ ଦେଖାଦେଇଥିବା ଉତ୍ତେଜନା ଏବେ ଡ୍ରେସିଂ ରୁମରେ ପହଁଚିଛି । କୁହାଯାଉଛି ଯେ, ଏହି ଘଟଣା କେବଳ ଷ୍ଟାଡିୟମରେ ସୀମିତ ରହିନାହିଁ ।

ଡ୍ରେସିଂ ରୁମରେ ମଧ୍ୟ ଏହାର ପ୍ରଭାବ ପଡିଛି । ସ୍ମିଥ୍ ତାଙ୍କୁ ଅସମ୍ମାନ କରିଥିବା ସେ ନିଜ ଟିମ୍ ସିଡନୀ ସିକ୍ସରକୁ କହିଛନ୍ତି । ତେବେ ଦଳ ବାବରଙ୍କ ଅଭିଯୋଗକୁ ସେତେଟା ଗୁରୁତ୍ୱ ଦେଇନାହିଁ ।ଘଟଣାକୁ ନେଇ ପାକିସ୍ତାନର ପୂର୍ବତନ ବ୍ୟାଟର କମରାନ୍ ଆକମଲ୍ କହିଛନ୍ତି ଯେ, ଘଟଣାକୁ ନେଇ ଡ୍ରେସିଂ ରୁମରେ ଆଲୋଚନା ହୋଇଛି । ପ୍ରକୃତରେ ସ୍ମିଥ୍ ଯାହା କରିଥିଲେ ତାଙା ଠିକ୍ ନୁହେଁ । ବାବରଙ୍କୁ ଅସମ୍ମାନ କରିବା ଅନୁଚିତ । ସ୍ମିଥ୍ ଦ୍ରୁତ ରନ୍ ହାସଲ କରନ୍ତି । କିନ୍ତୁ ବାବର ସିଙ୍ଗିଲ୍ ନେବାକୁ ଚାହିଁଥିଲେ । ଯଦି ସିଡନୀ ସିକ୍ସର ବାବରଙ୍କୁ ନେଇ ଖୁସି ନାହିଁ ତେବେ ଦଳରୁ ଆଉଟ୍ କରିଦେଉ ବୋଲି ସେ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଆଉ ଲଣ୍ଡନ ଯିବେନି ବିରୁଷ୍କା, ରହିବା ପାଇଁ ଆଲିବାଗ୍‌ରେ କିଣିଲେ ପ୍ଲଟ୍‌...

ରିପୋର୍ଟ ଅନୁସାରେ, ବିଗ୍ ବାସ ଲିଗରେ ସିଡନୀ ସିକ୍ସର ପାଇଁ ବାବର ଖେଳୁଛନ୍ତି । ଏକ ମୁକାବିଲାରେ ସେ କ୍ରିଜରେ ଥିଲେ । ନନ୍ ଷ୍ଟ୍ରାଇକର୍ ଏଣ୍ଡରେ ଥିଲେ ଅଷ୍ଟ୍ରେଲିଆ ବ୍ୟାଟର ସ୍ମିଥ୍ । ବାବରଙ୍କ ବ୍ୟାଟରୁ ରନ୍ ବାହାରୁ ନଥିଲା । ସେ ସିଙ୍ଗିଲ୍ ରନ୍ ପାଇଁ ମଧ୍ୟ ସଙ୍ଘର୍ଷ କରୁଥିଲେ । ତେବେଦ୍ୱାଦଶଓଭରରେ ଶେଷ ବଲରେ ସର୍ଟ୍ ରନ୍ ପାଇଁ ବାବର ଚାହିଁଥିଲେ । ଏହାଦ୍ୱାରା ସେ ନିଜ ପାଖରେ ଷ୍ଟ୍ରାଇକ୍ ରଖିପାରିଥାନ୍ତେ । କିନ୍ତୁ ସ୍ମିଥ୍ ରନ୍ ନେଇନଥିଲେ ।ଓଳଟାନିଜ ପାଖରେ ଷ୍ଟ୍ରାଇକ୍ ରଖିଥିଲେ । ଏପରିକି ପରବର୍ତ୍ତୀ ଦୁଇ ଓଭରରେ ସ୍ମିଥଙ୍କ ବ୍ୟାଟରୁ୩୨ରନ୍ ବାହାରିଥିଲା । ହେଲେ ବାବର ଆଉଟ୍ ହୋଇଯାଇଥିଲେ । ଆଉଟ୍ ହୋଇ ଯିବା ବେଳେ ସେ ଉତ୍ତେଜିତ ହୋଇ ବ୍ୟାଟରୁ ରାଗରେ ଷ୍ଟାଡିୟମରେ ପିଟିଥିବା ଦେଖିବାକୁ ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଖେଳ ଖବର: 

Related Topics

Explore more stories

Babar Azam | Babar Azam felt 'disrespected' by Steve Smith | Argus News | Argus News