Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିରିୟାନି ଚକ୍କରରେ ଓ୍ବାର୍ଲ୍ଡକପ ହାତଛଡ଼ା କଲା ବାବରଙ୍କ ଦଳ

Ritu Das
Browse all articles by Ritu Das
·2 years ago·2 min read
ବିରିୟାନି ଚକ୍କରରେ ଓ୍ବାର୍ଲ୍ଡକପ ହାତଛଡ଼ା କଲା ବାବରଙ୍କ ଦଳ

ଅର୍ଗସ ବ୍ୟୁରୋ: ଲଗାତାର ବିଶ୍ବକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ଚାଲିଛି। ଦଳରେ ପ୍ରଦର୍ଶନ ଭଲ ନାହିଁ ଟିମର। ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଖରାପ ଫିଲ୍ଡିଂ। ଯାହା ଜଣାପଡ଼ୁଛି ସେମାନଙ୍କ ଖେଳାଳିମାନେ ସମ୍ପୂର୍ଣ୍ଣ ଫିଟ ନାହାନ୍ତି। ତେବେ ପାକିସ୍ତାନୀ ଖେଳାଳି ଫିଟ ନ ହେବା ମୁଖ୍ୟ କାରଣ ହେଉଛି ସେମାନଙ୍କର ଖାଇବା ଏବଂ ପିଇବା ସହ ଅଭ୍ୟାସ ଉପରେ ନିୟନ୍ତ୍ରଣ ନାହିଁ। ଯେଉଁଠି ଭାରତୀୟ ଟିମର କୋହଲି, ରାହୁଲ, ପାଣ୍ଡ୍ୟା, ବୁମରା, ସିରାଜ ଗିଲ ହୁଅନ୍ତୁ କି ଅଷ୍ଟ୍ରେଲିଆ କିମ୍ବା ସାଉଥଆଫ୍ରିକା ପ୍ଲେୟର କଥା କୁହନ୍ତୁ ସମସ୍ତେ ଫିଟନେସ ପ୍ରତି କନସସ। ଯେଉଁଠି ପାକିସ୍ତାନ ଟିମର ଖେଳାଳି ଏକଦମ ଫେଲ ହୋଇଛନ୍ତି। 
ଏହି କାରଣରୁ ସେମାନଙ୍କ ଦଳ ଗୋଟିଏ ପରେ ଗୋଟିଏ ମ୍ୟାଚ ହାରୁଛି। ତଥାପି ପାକିସ୍ତାନୀ ଦଳର ଖେଳାଳି ମାନେ ନିଜର କୌଣସି ଅଭ୍ୟାସରେ ପରିବର୍ତ୍ତନ କରୁନାହାନ୍ତି। ପାକିସ୍ତାନର ପରବର୍ତ୍ତୀ ମ୍ୟାଚ ବାଂଲାଦେଶ ସହିତ କୋଲକାତାର ଇଡେନ ଗାର୍ଡେନର ଖେଳାଯିବ। ଏହି ମ୍ୟାଚ ଆରମ୍ଭ ପୂର୍ବରୁ ପାକିସ୍ତାନୀ ଖେଳାଳିମାନେ ହୋଟେଲରେ ଦିଆଯାଇଥିବା ଡିନର ଫୁଡକୁ ଖାଇ ନଥିଲେ। 

ଅଧିକ ପଢ଼ନ୍ତୂୁ: ବିରାଟଙ୍କ ମାସିକ ଆୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ

ଏହି କାରଣରୁ ସେମାନଙ୍କ ଦଳ ଗୋଟିଏ ପରେ ଗୋଟିଏ ମ୍ୟାଚ ହାରୁଛି। ତଥାପି ପାକିସ୍ତାନୀ ଦଳର ଖେଳାଳି ମାନେ ନିଜର କୌଣସି ଅଭ୍ୟାସରେ ପରିବର୍ତ୍ତନ କରୁନାହାନ୍ତି। ପାକିସ୍ତାନର ପରବର୍ତ୍ତୀ ମ୍ୟାଚ ବାଂଲାଦେଶ ସହିତ କୋଲକାତାର ଇଡେନ ଗାର୍ଡେନର ଖେଳାଯିବ। ଏହି ମ୍ୟାଚ ଆରମ୍ଭ ପୂର୍ବରୁ ପାକିସ୍ତାନୀ ଖେଳାଳିମାନେ ହୋଟେଲରେ ଦିଆଯାଇଥିବା ଡିନର ଫୁଡକୁ ଖାଇ ନଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାରଣ ସେମାନଙ୍କ ମେନ୍ୟୁରେ ବିରିୟାନି ନ ଥିଲା। ଆଉ ସେଥିପାଇଁ ପାକିସ୍ତାନୀ ଟିମ ଏକ ଆପ ସାହାଯ୍ୟରେ ବାହାରୁ ଖାଦ୍ୟ ଅର୍ଡର କରି ଖାଇଥିଲେ। ମିଡିଆରେ ଏହ ଦାବି କରାଯାଇଛି ଯେ, ପାକିସ୍ତାନୀ କ୍ରିକେଟ ଦଳର ଖେଳାଳି ମାନେ କୋଲକାତାର ଚାପ, ଫିରନୀ, କବାବ, ଶାହି ଟୁକଡ଼ା ଏବଂ ବିରିୟାନି ଅର୍ଡର କରି ଖାଇଥିଲେ। ଯାହାକି ଜଣେ ଖେଳାଳି ଶରୀରକୁ ଅନଫିଟ କରିଥାଏ। ଏଥିପାଇଁ ପାକିସ୍ତାନୀ ଟିମ ବୋଧହୁଏ ଫିଟନେସ ପ୍ରତି ଧ୍ୟାନ ଦେଉ ନାହାନ୍ତି। ତେବେ ପାକିସ୍ତାନୀ ଖେଳାଳିଙ୍କ ଏହି ଖବର ଆନୁଷ୍ଠାନିକ ଭାବେ ଜଣାପଡ଼ିନି। ତେବେ ଏହା ମିଛ ବି ହୋଇଥାଇପାରେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର

Sponsored