World Cup / ଟି ୨୦ ବିଶ୍ଵକପ୍ ଫାଇନାଲରେ ଭାରତ ପାଇଁ ଅଶୁଭ ସଂଙ୍କେତ

Key Points
ସମାନ ଷ୍ଟାଡିୟମ ସମାନ ଅମ୍ପାୟାର
ଟି ୨୦ ବିଶ୍ବକପ୍ ଫାଇନାଲରେ ଭାରତ ପାଇଁ ଅଶୁଭ ସଂଙ୍କେତ
ମନେପଡ଼ିଗଲା ୨୦୨୩ ବିଶ୍ବକପ୍ ଫାଇନାଲ ପରାଜୟର କଥା
ଅଷ୍ଟ୍ରେଲିୟା ଠାରୁ ହାରିଥିଲା ଭାରତ
ଯେଉଁ ଷ୍ଟାଡିୟମ ଭାରତ ପାଇଁ କାଳ ହୋଇଥିଲା । ଯେଉଁ ଅମ୍ପାୟର ଭାରତ ପରାଜୟର ସାକ୍ଷୀ ଥିଲେ । ସେହି ସବୁ ଏବେ ପୁଣି ଥରେ ଦୋହରାଇବାକୁ ଯାଉଛି । କାରଣ ସମାନ ଷ୍ଟାଡିୟମ ରହିଛି ଏବଂ ସମାନ ଅମ୍ପାୟାର ରହିଛନ୍ତି ଟି ୨୦ ବିଶ୍ବକପ୍ରେ ।
ଅହମଦାବାଦ ଷ୍ଟାଡିୟମରେ ଭାରତ ବିଶ୍ବକପ୍ ଫାଇନାଲରେ ପରାଜୟ ହୋଇଥିଲା । ଆଉ ସେହି ବର୍ଷ ଅମ୍ପାୟାର ଥିଲେ ରିଚାର୍ଡ ଇଲିଂଓର୍ଥ। ଆଉ ଏବେ ସେହି ଷ୍ଟାଡିୟମରେ ଭାରତ ଖେଳିବାକୁ ଯାଉଛି ଟି ୨୦ ବିଶ୍ବକପ୍ ଫାଇନାଲ ମ୍ୟାଚ୍। ଏହି ମ୍ୟାଚ୍ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାହେବାକୁ ଯାଉଛି ।
ଭାରତ ପାଇଁ କାଳ ହେବକି ଏହି ସଂଯୋଗ। ସମାନ ଅମ୍ପାୟାର ସମାନ ଭେନ୍ୟୁ । ୨୦୨୩ରେ ଭାରତ ଏବଂ ଅଷ୍ଟ୍ରେଲିୟା ବିଶ୍ବକପ୍ ଫାଇନାଲ ମ୍ୟାଚ୍ ଖେଳୁଥିଲେ । ଯେଉଁଥିରେ ଭାରତ ପରାଜୟ ହାସଲ କରିଥିଲା । କାନ୍ଦିଥିଲେ ସବୁ ଖେଳାଳି କାନ୍ଦିଥିଲେ ସବୁ ଭାରତୀୟ । ଆଉ ଏବେ ପୁଣିଥରେ ସେହି ଅହମଦାବାଦ ଷ୍ଟାଡିୟମରେ ଖେଳା ହେବାକୁ ଯାଉଛି ଟି ୨୦ ବିଶ୍ବକପ୍ ଫାଇନାଲ ।
ଏହି ମ୍ୟାଚ୍ରେ ସମାନ ଅମ୍ପାୟାର ମଧ୍ୟ ରହିଛନ୍ତି। ରିଚାର୍ଡ ଇଲିଂଓର୍ଥ ଯିଏ ଭାରତ ପରାଜୟର ସାକ୍ଷି ରହିଥିଲେ । ଏହି ଦୁଇ ସଂଯୋଗ ଭାରତ ପାଇଁ କାଳ ହୋଇ ପାରେ । ଅହମଦା ବାଦ ଷ୍ଟାଡିୟମରେ ଭାରତର ରେକର୍ଡ ଭଲ ଥିଲେ ବି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତ ପରାଜୟ ଗ୍ରହଣ କରିଛି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅହମଦାବାଦ ଷ୍ଟାଡିୟମରେ ଯିଏ ପ୍ରଥମେ ବ୍ୟାଟିଂ କରୁଛି ସେ ହିଁ ଜିତୁଛି । ପ୍ରଥମ ବ୍ୟାଟିଂ ଜିତିବାର ସମ୍ଭାବନା ସବୁ ବେଳେ ୫୭ ପ୍ରତିଶତ ରହିଛି । କାରଣ ଦ୍ବିତୀୟ ବ୍ୟାଟିଂ ବେଳକୁ ପିଚ୍ ବହୁତ ଧୀର ହୋଇ ଯାଇଥାଏ । ଯେଉଁଥିପାଇଁ ବ୍ୟାଟର ମାନଙ୍କୁ ଖେଳିବାକୁ ସହଜ ହୋଇ ନଥାଏ । ଯଦି ଦେଖିବା ଟି ୨୦ ବିଶ୍ବକପ୍ ଫାଇନାଲ ମ୍ୟାଚ୍ରେ ଫିଲ୍ଡ ଅମ୍ପାୟାର ରହିଛନ୍ତି ରିଚାର୍ଡ ଇଲିଂଓର୍ଥ ଏବଂ ଆଲେକ୍ସ ଓ୍ବାର୍ଫ ।
📱 Get Argus News App
✨Related Topics
Explore more stories