Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବାଂଲାଦେଶ  ବିପକ୍ଷ ଟେଷ୍ଟ ୩୭୬ ରନରେ ଅଟକିଲା ରୋହିତ ସେନା,ଅଶ୍ବିନଙ୍କ ଶତକ 

Sangram Tripathy
Browse all articles by Sangram Tripathy
·1 year ago·1 min read
ବାଂଲାଦେଶ  ବିପକ୍ଷ ଟେଷ୍ଟ ୩୭୬ ରନରେ ଅଟକିଲା ରୋହିତ ସେନା,ଅଶ୍ବିନଙ୍କ ଶତକ 

ଅର୍ଗସ ବ୍ୟୁରୋ:ଚେନ୍ନାଇରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ଟେଷ୍ଟରେ ପ୍ରଥମ ଦିନରେ ଜୟସ୍ୱାଲଙ୍କୁ ଛାଡି ଦେଲେ ଅନ୍ୟ ଟପ୍ ଅର୍ଡର ଫେଲ୍ ମାରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ୬,ଗିଲ୍ ଖାତା ଖୋଲିନପାରି ପ୍ୟାଭିଲିୟନକୁ ଫେରିଥିଲେ,ପନ୍ତ ୩୯ଏବଂ ଜୟସ୍ୱାଲ ୫୬ ରନ୍ କରି ବାଂଲାଦେଶ ବୋଲଂରଙ୍କ ସହ ଲଢେଇ କରିଥିଲେ,ପରେ ଜାଡେଜା ଅଶ୍ବିନ ଭାରତର ସମ୍ମାନ ରଖିଥିଲେ ଦ୍ବିତୀୟ ଦିନ ୨ୟ ଦିନରେ ଅଶ୍ବିନଙ୍କ ୧୩୩ ବଲରୁ ୧୧୩ ରନ୍ ,୧୧ ଚୌକା,୨ ଛକା ଜବରଦସ୍ତ ପାରି,ଆଉ ତା ସାଙ୍ଗକୁ ଜାଡେଜାଙ୍କ ୧୨୪ ବଲରୁ ୮୬ ରନ୍ ,୧୦ ଚୌକା,୨ ଛକା ମାରିଥିଲେ,ପରେ ପରେ  ପ୍ୟାଭିଲିୟନକୁ ଫେରିଥିଲେ ।ସପ୍ତମ ୱିକେଟ୍ ପାଇଁ ୧୯୫ ରନର ଭାଗିଦାରୀ କରିଥିଲେ ଅଶ୍ବିନ-ଜାଡେଜା ଯୋଡ।ଯାହା ବାଂଲାଦେଶ ବିପକ୍ଷରେ ଶ୍ରେଷ୍ଠ ଭାଗିଦାରି। ଭାରତର ୯୧.୨ ଓଭରରେ ସମସ୍ତ ୱିକେଟ ହରାଇ ୩୭୬ ରନ୍ କରିଥିଲା। ଅଶ୍ବିନଙ୍କ ୧୧୩, ଜାଡେଜାଙ୍କ ୮୬, ଜୟସ୍ୱାଲ ୫୬, ପନ୍ତ ୩୯ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ସୂଚନା ଅନୁସାରେ ଖବର ଲେଖା ହେବା ସୁଦ୍ଧା ବାଂଲାଦେଶ ୯ ଓଭରରେ ୩ ୱିକେଟ୍ ହରାଇ ୨୬ ରନ୍ ସଂଗ୍ରହ କରିଥିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored