ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବାଂଲାଦେଶର ଦଳ ଘୋଷଣା,ସାଣ୍ଟୋଙ୍କୁ ଅଧିନାୟକ ଦାୟିତ୍ବ
·1 year ago

ଅର୍ଗସ ବ୍ୟୁରୋ:ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି ବାଂଲାଦେଶ। ଷ୍ଟାର କ୍ରିକେଟର ନାଜମୁଲ ସାଣ୍ଟୋଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଆସନ୍ତା ୧୯ ତାରିଖରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ । ପାକିସ୍ତାନ ବିପକ୍ଷ ସ୍କ୍ୱାଡରେ ଥିବା ବାମହାତୀ ଦ୍ରୁତ ବୋଲର ଶୋରିଫୁଲ ଇସଲାମ ଭାରତ ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଅଭିଜ୍ଞ ଦ୍ରୁତ ବୋଲର ଖାଲେଦ ଅହମଦ ସ୍କ୍ୱାଡକୁ ଫେରିଛନ୍ତି। ବାଂଲାଦେଶ ପାଇଁ ପ୍ରଥମଥର ପାଇଁ ସୁଯୋଗ ପାଇଛନ୍ତି ଜାକେର ଅଲୀ ଅନିକ। ସେ ଦ୍ୱିତୀୟ ୱିକେଟ କିପର ଭାବେ ସ୍କ୍ୱାଡରେ ରହିଛନ୍ତି। ଅନ୍ୟପଟେ ପାକିସ୍ତାନକୁ ଚକମା ଦେବା ପରେ ଭାରତକୁ ପରାସ୍ତ କରିବା ଲକ୍ଷ୍ୟରେ ରହିଛି ବାଂଲାଦେଶ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: