Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket Transfer Controversy / ବାଂଲାଦେଶୀ କ୍ରିକେଟରଙ୍କୁ କିଣି ଫସିଲେ କେ‌କେଆର ମାଲିକ ଶାହରୁଖ ଖାନ୍

Ritu Das
Browse all articles by Ritu Das
·6 months ago·2 min read
ବାଂଲାଦେଶୀ କ୍ରିକେଟରଙ୍କୁ କିଣି ଫସିଲେ କେ‌କେଆର ମାଲିକ ଶାହରୁଖ ଖାନ୍
india

Key Points

ଦେଶରେ ଖବୁଶୀଘ୍ର ଆରମ୍ଭ ହେବ ୨୦୨୬ ଇଣ୍ଡିଆନ୍ ପ୍ରିମିୟର ଲିଗ୍(IPL).ଏଥିପାଇଁ ବିଭିନ୍ନ ଦଳ ନିଜ ମନ ପସନ୍ଦର ଖେଳାଳିଙ୍କୁ କିଣିଛନ୍ତି। କୋଟି କୋଟି ଟଙ୍କା ଦେଇ ଦେଶ ସହ ବିଦେଶୀ ଖେଳାଳିଙ୍କୁ ମଧ୍ୟ କିଣାଯାଇଛି।

ଦେଶରେ ଖବୁଶୀଘ୍ର ଆରମ୍ଭ ହେବ ୨୦୨୬ ଇଣ୍ଡିଆନ୍ ପ୍ରିମିୟର ଲିଗ୍(IPL).ଏଥିପାଇଁ ବିଭିନ୍ନ ଦଳ ନିଜ ମନ ପସନ୍ଦର ଖେଳାଳିଙ୍କୁ କିଣିଛନ୍ତି। କୋଟି କୋଟି ଟଙ୍କା ଦେଇ ଦେଶ ସହ ବିଦେଶୀ ଖେଳାଳିଙ୍କୁ ମଧ୍ୟ କିଣାଯାଇଛି। ଏଇ ଖେଳାଳି କିଣାକୁ ନେଇ ଏବେ ବିବାଦରେ ରହିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଥିବା ବେଳେ ୩ଜଣଙ୍କୁ ହତ୍ୟା କରାଯାଇଛି। ଏହା ସତ୍ତ୍ବେ ବି କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିବାରୁ ବିବାଦ ଆରମ୍ଭ ହୋଇଛି। ଏଥିପାଇଁ କେକେଆର ମାଲିକ ତଥା ଅଭିନେତା ଶାହରୁଖ ଖାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

"ଶାହରୁଖଙ୍କୁ ଭାରତୀୟଙ୍କ ଭାବନାକୁ ସମ୍ମାନ ଦେବା ଉଚିତ"

ଆଖଡ଼ା ପରିଷଦର ସଭାପତି ମହନ୍ତ ରବିନ୍ଦ୍ର ପୁରୀ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ଶାହାରୁଖ ଖାନଙ୍କୁ ଯାହା ସମ୍ମାନ ଏବଂ ସ୍ୱୀକୃତି ମିଳିଛି ତାହା ଭାରତ ଏବଂ ଏହାର ଲୋକଙ୍କ ଯୋଗୁଁ। ତେଣୁ, ତାଙ୍କୁ ଦେଶବାସୀଙ୍କ ଭାବନା ଏବଂ ଜାତୀୟ ସ୍ୱାର୍ଥକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ। ଦେଶ ବିରୋଧୀ ଚିନ୍ତାଧାରା କିମ୍ବା ଦେଶବାସୀଙ୍କ ଭାବନା ବିରୋଧରେ ଯାଉଥିବା ନିଷ୍ପତ୍ତିକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ। ଏହା ଆମ ବିଶ୍ୱାସକୁ ଆଘାତ ଦେଇଛି। ମୁଁ ଚାହୁଁଛି ଯେ ଶାହରୁଖ ତାଙ୍କ ନିଷ୍ପତ୍ତିକୁ ବଦଳାନ୍ତୁ।"

ଶିବସେନା କହିଲା ଆମେ ପ୍ରତିବାଦ କରିବୁ:

ଶିବସେନା (UBT) ସବୁଠାରୁ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ଯଦି ବାଂଲାଦେଶୀ ଖେଳାଳିଙ୍କୁ ଖେଳିବାକୁ ଅନୁମତି ଦିଆଯାଏ ତେବେ ପ୍ରତିବାଦ କରାଯିବ। ଦଳର ମୁଖପାତ୍ର ଆନନ୍ଦ ଦୁବେ କହିଛନ୍ତି ଯେ, "ଯଦି ଶାହରୁଖ ଖାନ ତାଙ୍କୁ ତାଙ୍କ ଦଳରୁ ବାହାର କରିଦିଅନ୍ତି, ତେବେ ଆମେ ସମସ୍ତେ ତାଙ୍କୁ ସମ୍ମାନ ଦେବୁ, ସମ୍ମାନିତ କରିବୁ,ଏବଂ ତାଙ୍କୁ ଉପଯୁକ୍ତ ସ୍ୱୀକୃତି ଦେବୁ। କିନ୍ତୁ ଯଦି ଶାହରୁଖ ଖାନ ତାଙ୍କୁ ଖେଳିବାକୁ ଦେଇ ଟଙ୍କା ରୋଜଗାର କରନ୍ତି, ତେବେ ସେହି ଟଙ୍କା ବାଂଲାଦେଶରେ ଆତଙ୍କବାଦୀଙ୍କୁ ପୋଷଣ କରିବା ଏବଂ ଆମ ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବା ପାଇଁ ବ୍ୟବହୃତ ହେବ। ଆମେ କୌଣସି ପରିସ୍ଥିତିରେ ଏହା ହେବାକୁ ଦେବୁ ନାହିଁ। ବାଂଲାଦେଶ ଏବଂ ପାକିସ୍ତାନ ଉଭୟ ଆମର ଶତ୍ରୁ। ସେମାନଙ୍କୁ ସମ୍ପୂର୍ଣ୍ଣ ବୟକଟ ନକରି ଆମେ ଶାନ୍ତ ରହିବୁ ନାହିଁ।"

ସେପଟେ ଶାହାରୁଖଙ୍କୁ ନେଇ ବିଜେପି ନେତା ଓ ହିନ୍ଦୁ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି । ବିଜେପି ନେତା ସଙ୍ଗୀତ ସୋମ କ୍ଷୋଭ ପ୍ରକାଶ କରିବାର ଗୋଟିଏ ଦିନ ପରେ, ଗୁରୁବାର ଧର୍ମଗୁରୁ ଏବଂ ପ୍ରବଚକମାନେ ମଧ୍ୟ ପ୍ରତିବାଦରେ ସାମିଲ ହୋଇଥିଲେ।
ଗୁରୁବାର, ନାଗପୁରରେ, ଆଧ୍ୟାତ୍ମିକ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଶାହାରୁଖ IPL 2026ରେ ମୁସ୍ତାଫିଜୁରଙ୍କୁ କିଣିବାକୁ ଦେଶ ବିରୋଧୀ ବୋଲି କହିଛନ୍ତି । ଏଭଳି ଲୋକଙ୍କର ଦେଶରେ ରହିବାର ଅଧିକାର ନାହିଁ । ବଲିଉଡ ଓ କ୍ରିକେଟ ଜରିଆରେ ଦେଶବିରୋଧୀ ତତ୍ତ୍ବଙ୍କୁ ବଳ ମିଳୁଛି । ସଙ୍ଗୀତ ସୋମଙ୍କ ବୟାନ ପରେ ଏବେ କିଛି ସଙ୍ଗଠନ ମଧ୍ୟ ଶାହାରୁଖଙ୍କ ବିରୋଧରେ ସ୍ବର ମିଳାଇଛନ୍ତି । ସନ୍ଥ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶାହରୁଖଙ୍କ ମନୋଭାବ "ବିଶ୍ୱାସଘାତକ" ହୋଇଛି। ସେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ଭାରତ ସରକାର ଏପରି ଘଟଣାକୁ ସହ୍ୟ କରିବା ଉଚିତ୍ ନୁହେଁ ବୋଲି ଜୋର ଦେଇଥିଲେ। ଏହି ସମୟରେ, ମୁମ୍ବାଇରେ ଶ୍ରୀମଦ୍ ଭାଗବତ କଥା ବର୍ଣ୍ଣନା କରୁଥିବା ପ୍ରବଚକ ଦେବକୀନନ୍ଦନ ଠାକୁର କହିଛନ୍ତି ଯେ ପଡ଼ୋଶୀ ଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ସହିତ ହିଂସାତ୍ମକ ବ୍ୟବହାର କରାଯାଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
KKR Owner Shah Rukh Khan in Trouble After Buying Bangladeshi Cricketer | Argus News