Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବାରବାଟୀ ଲଢେଇ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

Rashmita Mishra
Browse all articles by Rashmita Mishra
·1 year ago·1 min read
ବାରବାଟୀ ଲଢେଇ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

ବାରବାଟୀରେ ବିରାଟ ଲଢେଇ । ଟସ୍ ଜିତି ବ୍ୟାଟିଂ କରିବ ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ତେବେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।


ବାରବାଟୀରେ ଖେଳାଯାଉଛି ଦ୍ବିତୀୟ ଦିନିକିଆ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତିଛି ଇଂଲଣ୍ଡ । ତେବେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଇଂଲଣ୍ଡ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ବିରାଟଙ୍କ ବ୍ୟାଟିଂ ଦେଖିବାକୁ ଓଡ଼ିଶା କ୍ରିକେଟପ୍ରେମୀ ଚାହିଁ ବସିଥିଲେ । ଆଉ ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ପ୍ରଥମ ଦିନିକିଆରେ ଖେଳି ନଥିବା କୋହଲି କିନ୍ତୁ ଆଜି ଖେଳୁଛନ୍ତି । ତାଙ୍କୁ ବାରବାଟୀରେ ସୁଯୋଗ ମିଳିଥିବାବେଳେ ଜୟସ୍ବାଲ ବସିଛନ୍ତି ।


ସେପଟେ ରୋହିତଙ୍କ ସହ ଗିଲ ଓପନିଂ କରିବେ । କୋହଲି ତୃତୀୟ ସ୍ଥାନରେ ଖେଳିବେ ବୋଲି କୁହାଯାଉଛି । ସେପଟେ ବାରବାଟୀରେ ଡେବ୍ୟୁ କରିବେ ବରୁଣ ଚକ୍ରବର୍ତ୍ତୀ । କୁଲଦୀପ ଯାଦବଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ସ୍ଥାନ ପାଇଛନ୍ତି । ଭାରତୀୟ ଦଳରେ ଏହି ୨ଟି ପରିବର୍ତ୍ତନ ହୋଇଥିବାବେଳେ ଇଂଲଣ୍ଡ ଆଜି ୩ଟି ପରିବର୍ତ୍ତନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଉ ମାତ୍ର କେଇ ମିନିଟର ଅପେକ୍ଷା । ଠିକ୍ ଦିନ ସାଢେ ଗୋଟାଏରେ ମୈଦାନକୁ ଓହ୍ଲାଇବେ ଦୁଇ ଦଳର ଖେଳାଳି । ତାପରେ ବାରବାଟୀ ମୈଦାନରେ ଚାଲିବ ବଡ ମୁକାବିଲା । ଦୁଇ ଦଳ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିବ ୨ୟ ଦିନିକିଆ ଟକ୍କର ।


ମ୍ୟାଚ ଦେଖିବାକୁ ଦର୍ଶକ ଉତ୍ସାହିତ ଥିବା ବେଳେ ଗ୍ୟାଲେରୀରେ ଖେଳ ଆରମ୍ଭକୁ ଅପେକ୍ଷା କରିଛନ୍ତି । କେତେବେଳେ ଖେଳ ଆରମ୍ଭ ହେବ ଆଉ ପଡିଆରେ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବେ ଦର୍ଶକ ।

Sponsored
Barabati battle: England win the toss and elect to bat, India will bowl first | Argus News