Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ରବିବାର ସନ୍ଧ୍ୟାରୁ ଅନ୍‌ଲାଇନ୍‌ ଟିକେଟ୍, ଜାଣନ୍ତୁ କେଉଁ ଓ୍ୱେବ୍‌ସାଇଟ୍‌ରୁ କିଣିବେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ରବିବାର ସନ୍ଧ୍ୟାରୁ ଅନ୍‌ଲାଇନ୍‌ ଟିକେଟ୍, ଜାଣନ୍ତୁ କେଉଁ ଓ୍ୱେବ୍‌ସାଇଟ୍‌ରୁ କିଣିବେ...

ଅର୍ଗସ ବ୍ୟୁରୋ: ରବିବାର ସନ୍ଧ୍ୟାରୁ ମିଳିବ ବାରବାଟୀ ଟିକେଟ । ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ଏହା ଦିନିକିଆ ସିରିଜ୍‌ର ଦ୍ବିତୀୟ ମୁକାବିଲା । ଏହି ଦିବାରାତ୍ର ମ୍ୟାଚ୍‌ ପାଇଁ ରବିବାର ଅପରାହ୍‌ଣରୁ ଆରମ୍ଭ ହେବ ଟିକେଟ୍‌ ବିକ୍ରି । ଅପରାହ୍‌ଣ ୪ଟା ପରେ ଅନ୍‌ଲାଇନ୍‌ ମାଧ୍ୟମରେ ଟିକେଟ୍‌ ବିକ୍ରି ହେବ ବୋଲି ଓସିଏ ପକ୍ଷରୁ ଶନିବାର ସୂଚନା ମିଳିଛି। ତେବେ ଟିକେଟ କିଣିବାକୁ ନେଇ ଖେଳ ପ୍ରେମିଙ୍କ ମନରେ ରହିଛି ପ୍ରବଳ ଉତ୍ସାହ ।

ଅନ୍ୟପଟେ ଦେଖିବାକୁ ଗଲେ ବାରବାଟୀ ମୁକାବିଲା ଯେତିକି ପାଖେଇ ଆସୁଛି, ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସେତିକି ସକ୍ରିୟ ହେଉଛି। ସରକାର, ପ୍ରଶାସନ ମଧ୍ୟ ନିଜନିଜ ସ୍ତରରେ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ‌ ଦେବାରେ ବ୍ୟସ୍ତ । ଏହାରି ମଧ୍ୟରେ କ୍ରିକେଟ୍‌ପ୍ରେମୀଙ୍କ ମନରେ ଉତ୍ସାହ ବଢ଼ିଯାଇଛି। ଦୀର୍ଘ ୬ ବର୍ଷ ପରେ ପୁଣି ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଯେଉଁଥିପାଇଁ ଚାତକ ଭଳି ଚାହିଁ ରହିଛନ୍ତି ଖେଳ ପ୍ରେମୀ ।

ଏଥର ୪ ହଜାର ଟିକେଟ୍ ଅନଲାଇନରେ ବିକ୍ରି ପାଇଁ ସ୍ଥିର ହୋଇଛି। ସେହିପରି ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ପାଖାପାଖି ୨୦ ହଜାର ଅଫଲାଇନ୍ ଟିକେଟ୍ ମିଳିବ। ଅବଶିଷ୍ଟ ଅନୁବନ୍ଧିତ ୟୁନିଟକୁ ଟିକେଟ ପ୍ରଦାନ କରିବ ଓସିଏ। ଅଫଲାଇନ୍ ଟିକେଟ ବିକ୍ରି ବେଳେ ମହିଳାଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର ରହିବ ବୋଲି ମଧ୍ୟ କୁହାଯାଇଛି । ୪ଟି ବ୍ୟାରିକେଡ ମଧ୍ୟରେ ୬ଟି କାଉଣ୍ଟରରୁ ଟିକେଟ୍ କିଣିବେ ଦର୍ଶକ।


ଗ୍ୟାଲେରୀ ୨-ଟିକେଟ ଦର ୯୦୦ ଟଙ୍କା
ଗ୍ୟାଲେରୀ ୪-ଟିକେଟ ଦର ୯୦୦ ଟଙ୍କା
ଗ୍ୟାଲେରୀ ୭-ଟିକେଟ ଦର ୭୦୦ ଟଙ୍କା
ସ୍ପେସିଆଲ ଏନକ୍ଲୋଜର ୬,୦୦୦ ଟଙ୍କା
ଏସି ଗ୍ୟାଲେରୀ ବକ୍ସ ୮,୦୦୦ ଟଙ୍କା
ନ୍ୟୁ-ପ୍ୟାଭିଲିଅନ ୧୦,୦୦୦ ଟଙ୍କା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍‌ଲାଇନ୍‌ ଟିକେଟ ପାଇବାକୁ ହେଲେ ଗୁଗୁଲରେ ଡିଷ୍ଟ୍ରିକ୍ଟ ମୁଭି ଇଭେଣ୍ଟ ଡାଇନିଂ ସର୍ଚ୍ଚ କରି ଆପଣ ଏହାର ଓ୍ବେବ୍‌ସାଇଟ୍‌କୁ ଯିବେ । ତାପରେ ଟିକେଟ କିଣି ପାରିବେ । ଉଭୟ ଓ୍ୱେବ୍‌ସାଇଟ୍‌ ଏବଂ ମୋବାଇଲ ଆପ୍‌ରେ ମଧ୍ୟ ଟିକେଟ କିଣି ହେବ । ଓ୍ୱେବ୍‌ସାଇଟକୁ ଯିବା ପରେ ଗୁରୁତ୍ୱର ସହ ଏହାର ଅପସନ୍‌ଗୁଡ଼ିକୁ ପଢ଼ିବେ ଆଉ କ୍ଲିକ କରିବେ ।


ଅନ୍ୟପଟେ ଆଉ ଏକ ବଡ଼ କଥା ହେଲା, ଏଥର କଳାହାଣ୍ଡିର କଳା ମାଟିରେ ତିଆରି ହୋଇଛି ପିଚ୍ । ଆଶା କରାଯାଉଛି ଏହି ବ୍ଲାକ୍ ସଏଲ ପିଚରେ ଦେଖିବାକୁ ମିଳିବ ହାଇସ୍କୋରିଂ ମ୍ୟାଚ୍‌ । ସେହିପରି ଅଷ୍ଟ୍ରେଲିଆରୁ ଆସିଥିବା ସ୍ୱତନ୍ତ୍ର ଖତକୁ ୩୦ ୟାର୍ଡରେ ପକାଯାଇଛି । ଦିବାରାତ୍ର ମ୍ୟାଚ ହୋଇଥିବାରୁ କାକର ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

Sponsored
Barabati Stadium Online Ticket Sale From Tomorrow | Argus News