Barabati Stadium / ବାରବାଟୀ ଲଢ଼େଇ, ଆଜିଠୁ ଟିକେଟ ବିକ୍ରି: ସବୁଠୁ କେଉଁ ସିଟ୍ର ମୂଲ୍ୟ ଅଧିକ ଜାଣନ୍ତୁ...
·7 months ago·2 min read

Key Points
ବାରବାଟୀ T20 ମ୍ୟାଚ ଆଜି ଅନଲାଇନରେ ଟିକେଟ ବିକ୍ରି ।
ଦୁଇ ହଜାର ଟିକେଟ ଅନଲାଇନ ରେ ଆଜି ବିକ୍ରି ହେବ ।
ଅଫଲାଇନ ରେ 10 ହଜାର ଟିକେଟ ବିକ୍ରି କରାଯିବ ।
5 ତାରିଖ ଦିନ ସାଧାରଣ ଦର୍ଶକ ପାଇଁ ଟିକେଟ କାଉଣ୍ଟରେ ବିକ୍ରି

ବାରବାଟୀରେ ଖେଳାଯିବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା T20 ମ୍ୟାଚ ପାଇଁ ଆଜିଠୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଆଜି ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ଦୁଇ ହଜାର ଟିକେଟ ଅନଲାଇନରେ ଆଜି ବିକ୍ରି ହେବ । ତା'ସହ ଅଫଲାଇନରେ ୧୦ ହଜାର ମଧ୍ୟ ଟିକେଟ ବିକ୍ରି କରାଯିବ । ୩ ତାରିଖ ଓ ୪ ତାରିଖ ଦିନ ଓସିଏ ଅନୁବନ୍ଧିତ ସଂସ୍ଥା ବା କ୍ଳବ ମାନଙ୍କ ପାଇଁ ବିକ୍ରି ହେବ ଟିକେଟ । ୫ ତାରିଖ ଦିନ ସାଧାରଣ ଦର୍ଶକ ପାଇଁ ଟିକେଟ କାଉଣ୍ଟରେ ବିକ୍ରି ହେବ ଟିକେଟ୍ । ସାମ୍ବାଦିକ ସମ୍ମିଳନୀରେ ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି ।
ଡିସେମ୍ବର ୯ରେ ବାରବାଟିରେ ଖେଳାଯିବ T20 ମ୍ୟାଚ । ବାରବାଟିରେ ପୂର୍ବରୁ ମୋଟ ୪୪ ହଜାର ୫୫୦ ସିଟ ସଂଖ୍ୟା ଥିଲା । ଏବେ ସେଥିରୁ ୨୫୦୦ ସିଟ ସଂଖ୍ୟା ଚଳିତ ମ୍ୟାଚରେ କମିବ । ମ୍ୟାଚ ଦିନ Dmx ଲାଇଟ ଆଣ୍ଡ ସାଉଣ୍ଡ ସୋ ହେବ । ମ୍ୟାଚ ପାଇଁ ୫୦ କୋଟିର ବୀମା ହୋଇଛି । ତେବେ ଡିସେମ୍ବର ୮ ତାରିଖରେ ଉଭୟ ଦଳ ଅଭ୍ୟାସ କରିବାକୁ ଷ୍ଟାଡିୟମ ଯିବେ । ୮ ତାରିଖ ଦିନ ୧:୩୦ରୁ ୪:୩୦ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାରବାଟୀରେ ଅଭ୍ୟାସ କରିବ । ସେହିପରି ସନ୍ଧ୍ୟା ୫:୩୦ରୁ ୮:୩୦ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଅଭ୍ୟାସ କରିବ । ମ୍ୟାଚର ତିନି ଘଣ୍ଟା ପୂର୍ବରୁ ଦର୍ଶକଙ୍କ ପାଇଁ ଷ୍ଟାଡିଅମ ଗେଟ୍ ଖୋଲାଯିବ ବୋଲି ଓସିଏ ସଂପାଦକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
କେଉଁ ସିଟ୍ କେତେ ମୂଲ୍ୟ ?
ଗ୍ୟାଲେରୀ ନମ୍ବର ୧ ଓ ୩: ୧୧୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୨ ଓ ୪: ୯୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୫: ୧୨୦୦ ଟଙ୍କା
ଗ୍ୟାଲେରୀ ନମ୍ବର ୭: ୭୦୦ ଟଙ୍କା
କର୍ପୋରେଟର ବକ୍ସ: ୨୦ ହଜାର ଟଙ୍କା
AC ବକ୍ସ: ୮ ହଜାର ଟଙ୍କା
ସ୍ପେଶାଲ ଏନକ୍ଲୋଜର: ୬ ହଜାର ଟଙ୍କା
ସେପଟେ ବାରବାଟୀ ମ୍ୟାଚ୍ ପୂର୍ବରୁ ରବିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ନିମନ୍ତ୍ରିତ କରିବା ସହ ପ୍ରଥମ ଟିକେଟ ସମର୍ପଣ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ମହାପ୍ରଭୁଙ୍କ ଦର୍ଶନ କରିବା ସହ ବାରବାଟୀରେ ଅନୁଷ୍ଠିତ ଟି-୨୦ ମ୍ୟାଚ୍ କିଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେନେଇ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତେବେ ଟି-୨୦ ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବା ବେଳେ ଆଉ ଯାହା କିଛି କାମ ରହିଛି, ତାହା ୨-୩ ଦିନ ମଧ୍ୟରେ ଶେଷ ହେବ ବୋଲି ଓସିଏ ସମ୍ପାଦକ କହିଛନ୍ତି ।
ଅଧିକ ପଢ଼ନ୍ତୁ କ୍ରିଡ଼ା ଖବର...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories