|
logo
Live

Argus News - ICC ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ପାଇଁ ବିସିସିଆଇ ଘୋଷଣା କଲା  ୧୫ ଜଣିଆ ସ୍କ୍ୱାଡ 

Sports

ICC ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ପାଇଁ ବିସିସିଆଇ ଘୋଷଣା କଲା  ୧୫ ଜଣିଆ ସ୍କ୍ୱାଡ 

Sangram Tripathy
Browse all articles by Sangram Tripathy
·1 year ago·1 min read
ICC ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ପାଇଁ ବିସିସିଆଇ ଘୋଷଣା କଲା  ୧୫ ଜଣିଆ ସ୍କ୍ୱାଡ 

ଅର୍ଗସ ବ୍ୟୁରୋ:ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି ବିସିସିଆଇ। ହରମନପ୍ରୀତ କୌର ଅଧିନାୟକ,ସ୍ମୃତି ମନ୍ଧାନାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆ ଯାଇଥିବା ବେଳେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି ବୋର୍ଡ  ।  ଏହି ବିଶ୍ୱକପ୍ ଆସନ୍ତା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ଆଇସିସି ନୂଆ ଖେଳସୂଚୀ ଜାରି କରିଛି । ଅକ୍ଟୋବର ୩ରୁ ୟୁଏଇରେ ମହିଳା ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଦୁବାଇ ଏବଂ ଶାରଜା ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ। ୧୦ଟି ଟିମ୍ ବିଶ୍ୱକପ୍ ଖେଳୁଥିବା ବେଳେ ମୋଟ୍ ୨୩ଟି ମ୍ୟାଚ୍ ଅନୁଷ୍ଠିତ ହେବ।
ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଗ୍ରୁପ୍-ଏରେ ରହିଥିବାବେଳେ ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ସ୍କଟଲ୍ୟାଣ୍ଡ ଗ୍ରୁପ୍-ବିରେ ଅଛନ୍ତି। ୪ ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ। ଅକ୍ଟୋବରରେ ୬ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ ଭାରତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ICC ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ପାଇଁ ବିସିସିଆଇ ଘୋଷଣା କଲା  ୧୫ ଜଣିଆ ସ୍କ୍ୱାଡ  | Argus News