Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ବିସିସିଆଇ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଲାଗି ୧୬ ଜଣିଆ ଦଳ ଘୋଷଣା

Sangram Tripathy
Browse all articles by Sangram Tripathy
·1 year ago·1 min read
ବିସିସିଆଇ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଲାଗି ୧୬ ଜଣିଆ ଦଳ ଘୋଷଣା

ଅର୍ଗସ ବ୍ୟୁରୋ:ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ବାଂଲାଦେଶ ବିପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ବରେ୨ଟି ଟେଷ୍ଟ ସିରିଜ ଖେଳିବ ଭାରତ। ପ୍ରଥମ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଟିମକୁ ଫେରିଛନ୍ତି ଷ୍ଟାର ୱିକେଟ କିପର ଋଷଭ ପନ୍ତ,ପ୍ରାୟ ୨ ବର୍ଷ ପରେ ଟେଷ୍ଟକୁ ଫେରିଛନ୍ତି ଋଷଭ। ଶେଷଥର ପାଇଁ ୨୦୨୨ ଡିସେମ୍ବରରେ ସେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ।

 କେଏଲ ରାହୁଲ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଳରେ ସ୍ଥାନ ପାଇଛନ୍ତି ସର୍ଫରାଜ ଖାନ। ଇଂଲଣ୍ଡ ବିପକ୍ଷ ଡେବ୍ୟୁ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ସର୍ଫରାଜ ତାଙ୍କ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଧ୍ରୁବ ଜୁରେଲ ଓ ଆକାଶ ଦୀପ ମଧ୍ୟ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଦଳରେ ସାମିଲ ହୋଇଛନ୍ତି ୟଶ ଦୟାଲ। ଭାରତ-ବାଂଲାଦେଶ ମଧ୍ୟସ୍ଥ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରେ ଚେନ୍ନାଇରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୨୭ରେ କାନପୁରରେ ଖେଳାଯିବ

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
BCCI announced the 16-man squad for the first Test against Bangladesh | Argus News