Womens World Cup Final / ବିଶ୍ୱକପ୍ ବିଜୟୀ ମହିଳା ଦଳ ପାଇଁ BCCIର ବଡ଼ ଘୋଷଣା

Key Points
ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ଇତିହାସ ରଚିଛି ଟିମ୍ ଇଣ୍ଡିଆ ।
୫୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି BCCI
ବିଶ୍ଵକପ୍ ଜିତିଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ରୋମାଞ୍ଚକର ମୁକାବିଲାରେ ଦମଦାର ବିଜୟ ହାସଲ କରିଛି ଦଳ । ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଏହାସହ ପ୍ରଥମ ଥର ପାଇଁ ହାତେଇଛି ଟ୍ରଫି ।
ବିଶ୍ଵକପ୍ ଫାଇନାଲ୍ରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଭାରତ, ଦକ୍ଷିଣ ଆଫ୍ରିକାକୁ ଦେଇଥିଲା ୨୯୯ ରନ୍ର ବିଜୟ ଲକ୍ଷ୍ୟ । ଏହି ଟାର୍ଗେଟ୍କୁ ଚେଜ୍ କରି ୪୫.୩ ଓଭରରେ ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ୍ ହରାଇ ୨୪୬ ରନ୍ କରିବାରେ ସମର୍ଥ ହୋଇଥିଲା ।
ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୯୮ ରନ୍ ସ୍କୋର୍ କରିଥିଲା । ଭଲ ଆରମ୍ଭ କରିଥିବା ଭାରତୀୟ ଦଳକୁ ୧୭.୪ ଓଭରରେ ପ୍ରଥମ ଝଟ୍କା ଲାଗିଥିଲା । ଦଳୀୟ ସ୍କୋର୍ ୧୦୪ ରନ୍ ହୋଇଥିବା ବେଳେ ଟ୍ରାୟନଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ଓପନର ସ୍ମୃତି ମନ୍ଧାନା । ୫୮ ବଲ୍ରେ ୪୫ ରନ୍ କରି ଆଉଟ୍ ହୋଇଥିଲେ ସ୍ମୃତି ।
ଭାରତର ବିଜୟ ପରେ ମହିଳା ବିଶ୍ୱକପ୍ ବିଜେତା ଟିମ୍ ପାଇଁ ୫୧ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ସଚିବ ଦେବଜିତ ସାଇକିଆ ।
ଦେବଜିତ ସାଇକିଆ କହିଛନ୍ତି ଯେ, ଗତ ମାସରେ ICC ଅଧ୍ୟକ୍ଷ ଜୟ ଶାହ ମହିଳା ଦଳ ଲାଗି ପୁରସ୍କାର ରାଶି ୩୦୦ ପ୍ରତିଶତ ବୃଦ୍ଧି କରିଛନ୍ତି । ପୁରସ୍କାର ରାଶି ପୂର୍ବରୁ $୩.୮୮ ମିଲିୟନ ଥିଲା, ବର୍ତ୍ତମାନ ଏହାକୁ $୧୪ ମିଲିୟନକୁ ବୃଦ୍ଧି କରାଯାଇଛି । ମହିଳା ଦଳରେ ଥିବା ସମସ୍ତ ଖେଳାଳି, ପ୍ରଶିକ୍ଷକ, ଚୟନକର୍ତ୍ତା ଏବଂ ସହାୟକ କର୍ମଚାରୀଙ୍କ ପାଇଁ ୫୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି BCCI ।
ICC ଅଧ୍ୟକ୍ଷ ଜୟ ଶାହ ଏକ X-ପୋଷ୍ଟରେ କହିଛନ୍ତି, "ଭାରତୀୟ ମହିଳା କ୍ରିକେଟ ଦଳର ପ୍ରଥମ କ୍ରିକେଟ ବିଶ୍ୱକପ୍ ଜିତି ଏକ ଇତିହାସ ରଚିଛନ୍ତି,ଏହି ସଫଳତା ଉଲ୍ଲେଖନୀୟ । ଭାରତୀୟ ମହିଳା ଦଳର ଏହି ବିଜୟ ସମଗ୍ର ଦେଶକୁ ପ୍ରେରଣା ଦେଇଛି। କିନ୍ତୁ ଆମକୁ BCCI ଦ୍ୱାରା ନିଆଯାଇଥିବା ପ୍ରମୁଖ ନୀତିଗତ ନିଷ୍ପତ୍ତିର ଭୂମିକାକୁ ମଧ୍ୟ ସ୍ୱୀକାର କରିବାକୁ ପଡିବ - ଯେପରିକି ନିବେଶ ବଢ଼ାଇବା, ପୁରୁଷ କ୍ରିକେଟରଙ୍କ ସହ ସମାନ ଦରମା, ପ୍ରଶିକ୍ଷକ କର୍ମଚାରୀଙ୍କ ପରିବର୍ତ୍ତନ ଏବଂ ବଡ଼ ମ୍ୟାଚ୍ ପାଇଁ ଖେଳାଳିଙ୍କ ଉତ୍ସାହ ବଢ଼ାଇବା ପାଇଁ ମହିଳା ପ୍ରିମିୟର ଲିଗ୍। ଏହି ଐତିହାସିକ ସଫଳତା ପାଇଁ ହରମନପ୍ରୀତ କୌର ଏବଂ ସମଗ୍ର ଭାରତୀୟ ଦଳକୁ ଅଭିନନ୍ଦନ!"BCCI Secretary Devajit Saikia announces ₹51 Crore cash reward for the Indian Women's cricket team after it won the ICC Women's World Cup https://t.co/NkU9VOC3jB
— ANI (@ANI) November 2, 2025
The @BCCIWomen's march towards its first @cricketworldcup has been nothing short of spectacular. While the grit, resolve and skills of the Indian team have inspired the whole nation, we must acknowledge the role of key policy decisions taken by the @BCCI - increased investment,… pic.twitter.com/rcHm5BYZZX
— Jay Shah (@JayShah) November 2, 2025
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ୍ ଇଣ୍ଡିଆକୁ ଏହି ଐତିହାସିକ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଜୟକୁ ଭବିଷ୍ୟତର ଚାମ୍ପିଅନ ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି । ତା' ସହ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଛନ୍ତି ପ୍ରଥମ ଥର ପାଇଁ ମହିଳା କ୍ରିକେଟ ବିଶ୍ୱକପର ଏହି ଜବରଦସ୍ତ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ। ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ ।
📱 Get Argus News App
✨Related Topics
Explore more stories