Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ଖୁସି ଖବର: ମହିଳା କ୍ରିକେଟରଙ୍କ ଉପରେ ଏବେ ଟଙ୍କା ବର୍ଷା, ଦରମା ଦୁଇଗୁଣା ବଢାଇଲା BCCI

Ritu Das
Browse all articles by Ritu Das
·6 months ago·2 min read
ଖୁସି ଖବର: ମହିଳା କ୍ରିକେଟରଙ୍କ ଉପରେ ଏବେ ଟଙ୍କା ବର୍ଷା, ଦରମା ଦୁଇଗୁଣା ବଢାଇଲା BCCI
india

Key Points

ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ଘରୋଇ ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି’ରେ ୨.୫ ଗୁଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
ଭାରତରେ ମହିଳା କ୍ରିକେଟର ପ୍ରାଧାନ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ନିକଟରେ ଭାରତୀୟ ମହିଳା କ୍ରିକେଟ ଦଳ 2025 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଟାଇଟଲ ଜିତିଥିଲା। ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା। ଏବେ, ନୂତନ ବର୍ଷ ପୂର୍ବରୁ, ବିସିସିଆଇ ମହିଳା ଖେଳାଳିମାନଙ୍କ ପାଇଁ ତାର ଭଣ୍ଡାର ଖୋଲି ଦେଇଛି। ସେମାନେ ସେମାନଙ୍କର ଦୁଇଗୁଣ ଦରମା ପାଇବେ। ଆଉ ମହିଳାମାନଙ୍କ ନୂଆବର୍ଷ ପୂର୍ବରୁ ଏହା ବଡ଼ ଉପହାର କହିଲେ ଆଦୌ ଭୁଲ ହେବନାହିଁ। 

ଏହାସହ ପଢ଼ନ୍ତୁ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର : ରୋହିତ ଏବଂ ବିରାଟ କେବେ ବିଜୟ ହଜାରେ ଟ୍ରଫିରେ ଖେଳିବେ?...ଜାଣିନିଅନ୍ତୁ ପୁରା ସ୍କେଡ୍ୟୁଲ

ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ଆପେକ୍ସ କାଉନସିଲ୍ ବୈଠକରେ ଘରୋଇ ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି’ରେ ୨.୫ ଗୁଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ମହିଳା କ୍ରିକେଟରମାନେ ଆର୍ଥିକ ସ୍ତରରେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ।

ନୂତନ ନିୟମ ଅନୁଯାୟୀ, ବରିଷ୍ଠ ମହିଳା କ୍ରିକେଟରଙ୍କ ଦୈନିକ ଫି’ରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ଲେଇଂ-୧୧ରେ ଥିବା ଖେଳାଳିଙ୍କୁ ଦିନକୁ ୨୦,୦୦୦ ଟଙ୍କା ମିଳୁଥିବା ବେଳେ ଏବେ ତାହା ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ରିଜର୍ଭ ଖେଳାଳିଙ୍କ ଫି’ ୧୦,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

ଦୁଇଗୁଣା ବଢ଼ିଲା ଦରମା


ଜୁନିୟର ଖେଳାଳିଙ୍କ ପାଇଁ ଦୈନିକ ଫି’ ୧୦,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ରିଜର୍ଭ ଖେଳାଳିମାନେ ଏବେ ୫,୦୦୦ ବଦଳରେ ୧୨,୫୦୦ ଟଙ୍କା ପାଇବେ। ଟି-୨୦ ମ୍ୟାଚ୍ ପାଇଁ ସିନିୟର ପ୍ଲେଇଂ-୧୧ ଖେଳାଳିଙ୍କୁ ୨୫,୦୦୦ ଟଙ୍କା ଏବଂ ରିଜର୍ଭ ଖେଳାଳିଙ୍କୁ ୧୨,୫୦୦ ଟଙ୍କା ମିଳିବ।

ଏହାସହ ପଢ଼ନ୍ତୁ: ବିଜୟ ସହ ଆରମ୍ଭ ମିଶନ ଟି-୨୦ ବିଶ୍ୱକପ୍, ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇଲା ଭାରତ

ବିସିସିଆଇର ନୂତନ ସଭାପତି ମିଥୁନ ମନହାସଙ୍କ ନେତୃତ୍ୱରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜୟ ଶାହାଙ୍କ କାର୍ଯ୍ୟକାଳ ସମୟରେ ମହିଳା କ୍ରିକେଟରଙ୍କ ପାଇଁ ସମାନ ଦରମା ଭଳି ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିଲା। ଶେଷଥର ପାଇଁ ୨୦୨୧ରେ ମହିଳାଙ୍କ ମ୍ୟାଚ୍ ଫି’ରେ ସଂଶୋଧନ କରାଯାଇଥିଲା।
ବୋର୍ଡର ଏହି ପଦକ୍ଷେପ ଦ୍ୱାରା ଦେଶର ହଜାର ହଜାର ମହିଳା କ୍ରିକେଟର ଉପକୃତ ହେବେ ଏବଂ କ୍ରିକେଟକୁ ଏକ ବୃତ୍ତି ଭାବେ ଗ୍ରହଣ କରିବା ପାଇଁ ଅଧିକ ଉତ୍ସାହିତ ହେବେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Good News: BCCI Doubles Salary of Women Cricketers | Big Pay Hike Announced | Argus News