Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Ishan / ଇଶାନଙ୍କୁ ଦଳରୁ ବାହାର କରିଦେଇଥିଲା ବିସିସିଆଇ କିନ୍ତୁ ଏବେ ନତମସ୍ତକ

Rashmita Mishra
Browse all articles by Rashmita Mishra
·4 months ago·2 min read
ଇଶାନଙ୍କୁ ଦଳରୁ ବାହାର କରିଦେଇଥିଲା ବିସିସିଆଇ କିନ୍ତୁ ଏବେ ନତମସ୍ତକ
Ishan

Key Points

ଦଳରୁ ବାହାର କରିଦେଇଥିଲା ବିସିସିଆଇ । 
ବହୁତ ନିନ୍ଦା ଅବପାଦ ସହିବାକୁ ପଡ଼ିଥିଲା ଇଶାନଙ୍କୁ ।
କିନ୍ତୁ ଏବେ ବିସିସିଆଇ ନତମସ୍ତକ ଇଶାନଙ୍କ ଖେଳ ଆଗରେ ।

ଦଳରୁ ବାହାର କରିଦେଇଥିଲା ବିସିସିଆଇ । ବିସିସିଆଇ ତାର କଣ୍ଟ୍ରାକ୍ଟରେ ମଧ୍ୟ ଇଶାନଙ୍କୁ ରଖି ନ୍‌ଥିଲା । ବହୁତ ନିନ୍ଦା ଅବପାଦ ସହିବାକୁ ପଡ଼ିଥିଲା ଇଶାନଙ୍କୁ । କିନ୍ତୁ ଏବେ ବିସିସିଆଇ ନତମସ୍ତକ ଇଶାନଙ୍କ ଖେଳ ଆଗରେ । ବହୁତ ଭଲ ଖେଳୁଥିଲେ । ସବୁ ମ୍ୟାଚରେ ବୋଲର ମାନଙ୍କୁ ପିଟୁଥିଲେ । ତାଙ୍କର ଫର୍ମ ସବୁ ଦେଶ ଆଗରେ ଉନ୍ନତ ଥିଲା । କିନ୍ତୁ ବିସିସିଆଇ ତାଙ୍କ ଆଗରେ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଥିଲା ।

ବିସିସିଆର ମନ ଜିତିପାରି ନଥିଲେ ବିହାରୀ ଟୋକା ଇଶାନ କିଶନ । ତାଙ୍କୁ ଭାରତୀୟରୁ ବାହାର କରିଦିଆଗଲା । ସବୁ କଣ୍ଟ୍ରାକ୍ଟ ବିସିସିଆଇ ତାଙ୍କ ଠାରୁ ଛଡ଼େଇ ନେଲା । ହେଲେ ସେ ପରା ବିହାରୀ ଟୋକ। ଏକ ବିହାରୀ ଶୌ ପେ ଭାରି । ହାର କେମିତି ମାନିଥାନ୍ତେ। ସେଥିପାଇଁ ଘରୋଇ ମ୍ୟାଚ୍‌ରେ ସଂଘର୍ଷ କଲେ । ତାଙ୍କ ଫର୍ମକୁ ସେମିତି ବଜାୟ ରଖିଲେ । ମାନସିକ ଚାପ ଭିତରେ ବି ତାଙ୍କ ଖେଳ ଉପରେ ପ୍ରଭାବ ପଡ଼ିବାକୁ ଦେଲେ ନାହିଁ । ଆଉ ଆଜି ବିସିସିଆଇ ତାଙ୍କୁ ମୁଣ୍ଡରେ ବଶାଇ ବୁଲାଇଛି ।

ବିସିସିଆଇ ଏବେ ଗର୍ବିତ । ଏମିତି ଖେଳାଳିକୁ ପାଇ ବିସିସିଆଇ ଏବେ ଧନ୍ୟ । ଯେଉଁ ଖେଳାଳିକୁ ବାହାର କରିଥିଲା ସେହି ଖେଳାଳି ଏବେ ଇଜତ ରଖିଦେଲା । ପାକିସ୍ତାନକୁ ହରାଇଲା ଦିନେ ରିଜେକ୍ଟ ହୋଇଥିବା ଖେଳାଳି । ବିସିସିଆଇର ଟେକ ରଖିଲେ ସେହି ଇଶାନ ଯାହାଙ୍କୁ ଦିନେ ବିସିସିଆଇ ଦଳରୁ ବାହାର କରିଦେଇଥିଲା । A ଗ୍ରେଡ଼ରୁ ନେଇ C ଗ୍ରେଡରେ ସ୍ଥାନ ଦେଇଥିଲା।

ସୂଚନା ମୁତାବକ, ଇଶାନ କିଶନଙ୍କୁ ବିସିସିଆଇ ୨୦୨୪ରେ ଦଳରୁ ବାହାର କରିଥିଲା । କାରଣ ସେ ବିସିସିଆର କଥା ମାନି ନଥିଲେ। ବିସିସିଆଇ ତାଙ୍କୁ ଘରୋଇ ମ୍ୟାଚ୍‌ ଖେଳିବାକୁ କହିଥିଲା । ହେଲେ ବିସିସିଆଇର କଥାକୁ ନମାନି ଇଶାନ କିଶନ ଘରୋଇ ମ୍ୟାଚ୍‌ ଖେଳି ନଥିଲେ । ଯାହା ପରେ ବିସିସିଆଇ ତାଙ୍କୁ ଭାରତୀୟ ଦଳରୁ ବାହାର କରିଥିଲା । ଇଶାନଙ୍କୁ ବିସିସିଆଇ ଦେଇଥିଲା ଦଣ୍ଡ। ଭଲ ଫର୍ମ ଥିବା ବେଳେ ତାଙ୍କୁ ଦଳରୁ ବାହାରି କରିଦଇ ରୋକ ଲଗାଇଥିଲା। ହେଲେ ଇଶାନ ହାର ମାନି ନଥିଲେ। ବିସିସିଆଇର କଠୋରୋ ନିଷ୍ପତ୍ତି ପରେ ସେ ମାନସିକ ଚାପରେ ରହିଥିଲେ ସୁଧା ଖେଳକୁ ଭୁଲି ନଥିଲେ। ବିସିସିଆଇର ନିଷ୍ପତ୍ତିକୁ ସମ୍ମାନ ଦେଇ ଘରୋଇ ମ୍ୟାଚ୍‌ ଖେଳିଥିଲେ ଇଶାନ।

୨୦୨୪ରୁ ୨୦୨୬ ଭିତରେ ସେ ଅନେକ ଘରୋଇ ମ୍ୟାଚ୍‌ ଖେଳିଥିଲେ। ଯେଉଥିଁରେ ସେ ତାଙ୍କର ଦମଦାର ପ୍ରଦର୍ଶନ କରିଥିଲେ। ବିସିସିଆଇକୁ ବାଧ୍ୟ କରିଥିଲେ କି ତାଙ୍କୁ ଚୟନ କରିବା ପାଇଁ। ଆଉ ବିସିସିଆଇ ସେଇଆହିଁ କଲା। ଇଶାନଙ୍କୁ ୨୦୨୬ରେ ଟି ୨୦ ବିଶ୍ବକପ୍‌ ପାଇଁ ଚୟନ କରିଥିଲା ବିସିସିଆଇ। ଏବେ ଇଶାନ କମାଲ କରିଛନ୍ତି। ପାକିସ୍ତାନ ବିପକ୍ଷରେ ଖେଳିଛନ୍ତି ଦମଦାର ଖେଳ। ୭୭ ରନ୍‌ର ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟ ଦେଇଛନ୍ତି। ଯାହାପରେ ବିସିସିଆଇ ଏବେ ନତମସ୍ତକ ଇଶାନଙ୍କ ଆଗରେ।







Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ishan | BCCI Once Dropped Ishan, Now Forced to Reconsider? | Argus News