BCCI ପକ୍ଷରୁ ଚିଠି, ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ
·1 year ago

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଜଟିଳ ହେବାକୁ ଲାଗିଛି। ଆଇସିସି ଇଭେଣ୍ଟରେ ଗୋଟିଏ ଗ୍ରୁପରେ ଉଭୟ ଭାରତ ଓ ପାକିସ୍ତାନକୁ ନ ରଖିବା ନେଇ ବିସିସିଆଇ ପକ୍ଷରୁ ଆଇସିସିକୁ ଚିଠି ମାଧ୍ୟମରେ ଅବଗତ କରାଇଛି। ଭାରତରେ ଆସନ୍ତା ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ହେବାକୁ ଯାଉଛି ଆଇସିସି ମହିଳା ଦିନିକିଆ ବିଶ୍ବକପ ।
ଭାରତରେ ମ୍ୟାଚ ନ ଖେଳିବାକୁ ଯୋଜନା କରୁଥିବା ପିସିବି ଅଧ୍ୟକ୍ଷ ମୋହସିନ ନକ୍ଭି କହିଛନ୍ତି । ହାଇବ୍ରିଡ ମଡେଲରେ ବିଶ୍ବକପ ଆୟୋଜନ ନେଇ ଆମେ ଆଇସିସିକୁ ପ୍ରସ୍ତାବ ଦେବୁ ବୋଲି ସେ କହିଛନ୍ତି । ଏଥିରେ ମୋଟ୍ ୮ଟି ଦଳ ଅଂଶଗ୍ରହଣ କରିବେ। ପାକିସ୍ତାନ ମଧ୍ୟ ଉକ୍ତ ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିଥିଲେ ବି ଭାରତ ଆସିବା ସମ୍ଭାବନା କମ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: