Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - IPLକୁ ଫେରିଲା ପୁରୁଣା ନିୟମ, ସ୍ଵର ଉଠାଇଥିଲେ ମହମ୍ମଦ ସାମି

Sports

IPLକୁ ଫେରିଲା ପୁରୁଣା ନିୟମ, ସ୍ଵର ଉଠାଇଥିଲେ ମହମ୍ମଦ ସାମି

Sushanta Sahoo
Browse all articles by Sushanta Sahoo
·1 year ago·2 min read
IPLକୁ ଫେରିଲା ପୁରୁଣା ନିୟମ, ସ୍ଵର ଉଠାଇଥିଲେ ମହମ୍ମଦ ସାମି

ଆଉ ମାତ୍ର ୨ ଦିନର ଅପେକ୍ଷା, ଆରମ୍ଭ ହେବ ଆଇପିଏଲ୍ ମହାସମର । ଆଇପିଏଲ୍ ଆରମ୍ଭ ପୂର୍ବରୁ ପେସ୍ ବୋଲରଙ୍କ ଲାଗି ଆସିଛି ଖୁସି ଖବର । ପୁରୁଣା ପ୍ରତିବନ୍ଧକ ହଟିଛି । ଏଣିକି ବଲ୍‌ରେ ବୋଲର ଲାଳର ବ୍ୟବହାର କରି ପାରିବେ । ଏନେଇ ଆଇପିଏଲ୍‌ରେ ଭାଗ ନେଉଥିବା ଟିମ୍ ଗୁଡ଼ିକର ଅଧିନାୟକ ମାନେ ଗୁରୁବାର ସହମତି ଦେଇଛନ୍ତି ।


ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ଭାରତର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି କହିଥିଲେ, ବଲ୍‌ରେ ଲାଳ ଲଗାଇବା ଜରୁରୀ । ନଚେତ ଏହା ସମ୍ପୂର୍ଣ୍ଣ ଭାବେ ବ୍ୟାଟ୍ସମ୍ୟାନଙ୍କ ପକ୍ଷରେ ଯିବ । ଆଉ ସାମିଙ୍କ ଏହି ସ୍ଵରକୁ ସମର୍ଥନ କରିଥିଲେ ଦକ୍ଷିଣ ଆଫ୍ରିକାର ଭର୍ଣ୍ଣନ ଫିଲାନ୍ଦର ଓ ନ୍ୟୁଜିଲାଣ୍ଡର ଟିମ ସାଉଥି ।


ଗୁରୁବାର ମୁମ୍ବାଇରେ ଆଇପିଏଲ୍ ଟିମ୍ ଅଧିନାୟକମାନଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏନେଇ ପିଟିଆଇକୁ ସୂଚନା ଦେଇଛନ୍ତି । କହିଛନ୍ତି, ଲାଳ ଲଗାଇବା ପ୍ରତିବନ୍ଧକକୁ ହଟାଇ ଦିଆ ଯାଇଛି । ଅଧିକାଂଶ ଅଧିନାୟକ ଏହି ପଦକ୍ଷେପ ପକ୍ଷରେ ଥିଲେ ।


କୋଭିଡ୍ ମହାମାରୀ ସମୟରେ ଆଇସିସି ସୁରକ୍ଷା ଦୃଷ୍ଟିରୁ ବଲ୍‌ରେ ଲାଳ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଫଳରେ ଦଶନ୍ଧି ଧରି ବଲ୍‌କୁ ଚମକାଇବା ଲାଗି ଲାଳର ବ୍ୟବହାର ହୋଇ ଆସୁଥିବା ବେଳେ ବନ୍ଦ ହୋଇଥିଲା । ଏହା ପରେ ୨୦୨୨ ଏହି ପ୍ରତିବନ୍ଧକକୁ ସ୍ଥାୟୀ କରା ଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ଉପରେ ବିସିସିଆଇ ପୂର୍ବରୁ ଆଲୋଚନା କରିଥିଲା ଏବଂ ଅଧିନାୟକମାନଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲା । ଆଉ ଆଜିର ବୈଠକରେ ଆଇପିଏଲ୍‌ର ଚଳିତ ସଂସ୍କରଣରେ ଲାଳର ବ୍ୟବହାର କରିବା ଲାଗି ନିଷ୍ପତ୍ତି ନିଆ ଯାଇଛି । ଯାହାକି ପେସ୍ ବୋଲରଙ୍କ ଲାଗି ବେଶ୍ ଲାଭଦାୟୀ ହୋଇପାରେ ।


୧୦ ଦଳ, ୭୪ ମୁକାବିଲା


ଆଇପିଏଲ୍‌ର ୧୮ତମ ସଂସ୍କରଣର ପ୍ରଥମ ମୁକାବିଲା ମାର୍ଚ୍ଚ ୨୨ରେ ଖେଳାଯିବ । ମୋଟ ୧୦ଟି ଦଳ ୧୩ଟି ଭେନ୍ୟୁରେ ୭୪ଟି ମ୍ୟାଚ୍ ଖେଳିବେ । ରବିବାର ଓ ଶନିବାର ୨ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ଗୋଟିଏ ମ୍ୟାଚ୍ ଅପରାହ୍ନ ସାଢ଼େ ୩ଟା ଏବଂ ଦ୍ଵିତୀୟ ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରେ ଆରମ୍ଭ ହେବ ।


ପ୍ରଥମ କ୍ଵାଲିଫାୟର ଓ ଏଲିମିନେଟର ମୁକାବିଲା ହାଇଦ୍ରାବାଦରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ କ୍ଵାଲିଫାୟାର ଓ ଫାଇନାଲ୍ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯିବ । ୬୫ ଦିନ ଧରି ଚାଲିବାକୁ ଥିବା ଆଇପିଏଲ୍‌ରେ ୧୦ ଦଳ ମୋଟ ୭୪ଟି ମ୍ୟାଚ୍ ଖେଳିବେ ।

Sponsored
BCCI lifts saliva ban ahead of IPL 2025 | Argus News