Cricket / ଦିନିକିଆ ବିଶ୍ଵକପ୍ ରୋହିତ-କୋହଲି ଖେଳିବେ ନା ନାହିଁ ? BCCI କହିଲା...
·2 hours ago·2 min read

Key Points
ବିଶ୍ଵକପ୍ ପୂର୍ବରୁ ଭାରତୀୟ ଦଳର ଦୁଇ ସୁପରଷ୍ଟାର ବିରାଟ ଓ ରୋହିତଙ୍କ ଫର୍ମ ଓ ଫିଟନେସ୍ ଉପରେ ରହିଛି ସମସ୍ତଙ୍କ ନଜର । ନୂଆ ଖେଳାଳିଙ୍କ ପ୍ରଦର୍ଶନ ଯୋଗୁଁ ବରିଷ୍ଠ ଖେଳାଳି ସେମାନଙ୍କ ସ୍ଥାନରେ ରହିବା ଉପରେ ଚାପ ବଢ଼ିଛି ।
ମୁମ୍ବାଇ: ଦିନିକିଆ ବିଶ୍ଵକପ୍କୁ ପ୍ରାୟ ବର୍ଷେ ବାକି ଅଛି । ଏଭଳି ସମୟରେ ଭାରତୀୟ ଦଳର ଦୁଇ ସୁପରଷ୍ଟାର ବିରାଟ ଓ ରୋହିତଙ୍କ ଫର୍ମ ଓ ଫିଟନେସ୍ ଉପରେ ରହିଛି ସମସ୍ତଙ୍କ ନଜର । ନୂଆ ଖେଳାଳିଙ୍କ ପ୍ରଦର୍ଶନ ଯୋଗୁଁ ବରିଷ୍ଠ ଖେଳାଳି ସେମାନଙ୍କ ସ୍ଥାନରେ ରହିବା ଉପରେ ଚାପ ବଢ଼ିଛି । ଯେତେବେଳେ କି ପୂର୍ବରୁ ସେମାନଙ୍କ ସ୍ଥାନ ପ୍ରାୟ ନିଶ୍ଚିତ ଓ ସୁରକ୍ଷିତ ଲାଗୁଥିଲା ।
୨୦୨୭ ଦିନିକିଆ ବିଶ୍ଵକପ୍ ପାଇଁ ବିସିସିଆଇ ପ୍ରସ୍ତୁତି ଜାରି ରଖିଛି । ତେବେ ପ୍ରସ୍ତୁତିକୁ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ବିସିସିଆଇ ସଚିବ ଦେବଜିତ୍ ସୈକିୟା । ଖବର ସରବରାହ ସଂସ୍ଥା ପିଟିଆଇକୁ ସାକ୍ଷାତକାର ବେଳେ ସୈକିୟା ନିର୍ଦ୍ଦିଷ୍ଟ ଖେଳାଳି ଓ ଦଳରେ ସେମାନଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ରୋହିତ ଶର୍ମାଙ୍କ ଆଜି ଶେଷ ମ୍ୟାଚ୍...ODIରୁ ନେବେ ଅବସର; BCCIର ଯୋଜନା ତାଙ୍କ ଅବସରର କାରଣ ପାଲଟିଲା
ଆଗାମୀ ବର୍ଷ ଖେଳାଯିବାକୁ ଥିବା ଦିନିକିଆ ବିଶ୍ଵକପ୍ ନେଇ ଯେବେ ବି ଆଲୋଚନା ହୁଏ ସେବେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ନାଁ ପ୍ରଥମେ ଚର୍ଚ୍ଚାକୁ ଆସେ । ଯାହାକୁ ନେଇ ସୈକିୟା କହିଛନ୍ତି, "ବୋର୍ଡ ରୁମ୍ରେ ହେଉଥିବା ରଣନୈତିକ ଚର୍ଚ୍ଚା ଆଭ୍ୟନ୍ତରୀଣ ରହିବା ଉଚିତ୍ ।"
ଉଭୟ ବିରାଟ କୋହଲି ଓ ରୋହିତ ଶର୍ମା ଦିନିକିଆ ବିଶ୍ଵକପ୍ ଖେଳିବାକୁ ଆଶାବାଦୀ ଅଛନ୍ତି । କିନ୍ତୁ ଉଭୟଙ୍କ ଚୟନ ନେଇ କମିଟିର ମୁଖ୍ୟ ଅଜିତ ଅଗରକର ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇ ନାହାନ୍ତି ।
ବିସିସିଆଇ ସଚିବ ଦେବଜିତ୍ ସୈକିୟା କହିଛନ୍ତି, "ଆମ ପାଖେ ବହୁତ ସୁବ୍ୟବସ୍ଥିତ ଟିମ୍ ଓ ଅନକ ବିଶେଷଜ୍ଞ ଅନ୍ତି । ସମସ୍ତଙ୍କୁ ନେଇ ଆଲୋଚନା ହେଉଛି । ନିୟମିତ ଚର୍ଚ୍ଚା ଚାଲିଛି, ତେଣୁ କୌଣସି ପ୍ରକାର ବିଶେଷ ଆଲୋଚନାର ଆବଶ୍ୟକତା ନାହିଁ ।"
ଏଥିସହ ପଢ଼ନ୍ତୁ: ୩୨ ବର୍ଷ ବୟସରେ ଅବସର ନେଉଥିବା ଏହି ଭାରତୀୟ ଖେଳାଳି ଏବେ ଏହି ଦେଶ ପାଇଁ ଖେଳିବେ…
ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବର୍ତ୍ତମାନ ବିସିସିଆଇ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭବିଷ୍ୟତକୁ ନେଇ କୌଣସି ସାର୍ବଜନୀନ ସଂକେତ ଦେବାକୁ ଚାହୁଁ ନାହିଁ ।
ଏବେ ଆହତ କାରଣରୁ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ଖେଳୁ ନାହାନ୍ତି । ସେହିଭଳି ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦଳକୁ ଫେରିଥିବା ବେଳେ ଲକ୍ଷ୍ନୌ ଦିନିକିଆରେ ୪୮ ରନ୍ର ବିସ୍ଫୋରକ ପାଳି ଖେଳିଛନ୍ତି । ଏବେ ସମସ୍ତଙ୍କ ନଜର ବିସିସିଆଇର ନିଷ୍ପତ୍ତି ଉପରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories