Big BCCI Plan / BCCIର ବଡ଼ ପ୍ଲାନ; ଦୁଇଟି ଟି-ଟ୍ଵେଣ୍ଟି ଟିମ୍ ପାଇଁ ବଛାଯିବେ ୩୫ ଖେଳାଳି
·2 hours ago·2 min read

Key Points
ବଡ଼ ଯୋଜନା କରିଛି ବିସିସିଆଇ । ୨ଟି ଟି-ଟ୍ଵେଣ୍ଟି ଟିମ୍ ପାଇଁ ୩୦ରୁ ୩୫ ଜଣ ଖେଳାଳିଙ୍କୁ ନେଇ ଏକ ସମ୍ଭାବ୍ୟ ତାଲିକା ମଧ୍ୟ ପ୍ରସ୍ତୁତ ହେଉଛି । ଫଳରେ ଭାରତ ଗୋଟିଏ ସମୟରେ ୨ଟି ଟି-ଟ୍ଵେଣ୍ଟି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବ ।
ମୁମ୍ବାଇ: ଟି-ଟ୍ଵେଣ୍ଟି ପାଇଁ ଗୋଟିଏ ନୁହେଁ, ଏଣିକି ପ୍ରସ୍ତୁତ ରହିବ ୨ଟି ଟିମ୍ । ଏନେଇ ବଡ଼ ଯୋଜନା କରିଛି ବିସିସିଆଇ । ୩୦ରୁ ୩୫ ଜଣ ଖେଳାଳିଙ୍କୁ ନେଇ ଏକ ସମ୍ଭାବ୍ୟ ତାଲିକା ମଧ୍ୟ ପ୍ରସ୍ତୁତ ହେଉଛି । ଫଳରେ ଭାରତ ଗୋଟିଏ ସମୟରେ ୨ଟି ଟି-ଟ୍ଵେଣ୍ଟି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବ ।
ଚଳିତବର୍ଷ ଶେଷ ଆଡ଼କୁ ଭାରତୀୟ ଦଳ ୨ଟି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଏକ ସମୟରେ ଖେଳିବ । ଏସିଆନ୍ ଗେମ୍ସ ସହ ୱେଷ୍ଟଇଣ୍ଡିଜ୍ ସହ ରହିଛି ଭାରତର ଟି-ଟ୍ଵେଣ୍ଟି ମୁକାବିଲା । ଯାହାକୁ ନେଇ ବିସିସିଆଇ ବଡ଼ ପ୍ଲାନ୍ କରିଛି ।
ଏଥିସହ ପଢ଼ନ୍ତୁ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: ଧୋନିଙ୍କ ନାମର ଗର୍ଜନ ପୁଣି ଥରେ ୱାଙ୍ଖେଡେରେ ପ୍ରତିଧ୍ୱନିତ ହେବ !
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, "ଏସିଆନ୍ ଗେମ୍ସ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ଵେଣ୍ଟି ସିରିଜ୍ ଏକ ସମୟରେ ଖେଳାଯିବ । ଫଳରେ ଆମେ ଦୁଇଟି ଟି-ଟ୍ଵେଣ୍ଟି ଦଳକୁ ଖେଳାଇବାକୁ ଧ୍ୟାନ ଦେଉଛୁ । ଏଥିପାଇଁ ୩୦ରୁ ୩୫ ଖେଳାଳିଙ୍କ ଏକ ପୁଲ୍ ଅନ୍ତର୍ଜାତୀୟ ମ୍ୟାଚ୍ ଲାଗି କରାଯାଉଛି ।"
ଭାରତୀୟ ଦଳ ଆୟର୍ଲାଣ୍ଡ ଗସ୍ତରେ ଯିବାର ଅଛି । ଯାହା ଦଳ ପାଇଁ ଟେଷ୍ଟିଂ ଗ୍ରାଉଣ୍ଡ ସାଜିବ । ଏଭଳି ପାରମ୍ପାରିକ ଗସ୍ତ ନୂଆ ଖେଳାଳିଙ୍କୁ ସୁଯୋଗ ଦେବ । ଯେଉଁଥିରେ ଏସିଆନ୍ ଗେମ୍ସ ପାଇଁ ବଡ଼ ଟ୍ୟାଲେଣ୍ଟ ପୁଲ୍ରୁ ବାହାରିବେ । ସେହିଭଳି ଭାରତ ସେପ୍ଟେମ୍ବରରେ ଆଫଗାନିସ୍ତାନ ସହ ୩ଟି ଟି-ଟ୍ଵେଣ୍ଟି ମ୍ୟାଚ୍ ଖେଳିବାର ଥିବାବେଳେ ସୂଚୀ ଚୂଡ଼ାନ୍ତି ହୋଇ ନାହି ।
ଏହି ଖେଳାଳିଙ୍କ ଉପରେ ନଜର
ଏବେ ଆଇପିଏଲ୍ ଚାଲିଥିବା ବେଲେ ଚମତ୍କାର ପ୍ରଦର୍ଶନ କରୁଥିବା ବୈଭବ ସୂର୍ଯ୍ୟବଂଶୀ, ଜଶ୍ଵସୀ ଜୟସ୍ଵାଲ, ପ୍ରିୟାଂଶ ଆର୍ଯ୍ୟ ଓ ଅଙ୍ଗକୃଷ୍ଣ ରଘୁବଂଶୀ ଭଳି ଖେଳାଳି ପ୍ରଭାବିତ କରୁଛନ୍ତି । ରଜତ ପାଟିଦାର ଓ ଆୟୁଷ ବଡୋନୀଙ୍କ ଭଳି ଖେଳାଳି ମଧ୍ୟ ଚୟନକର୍ତ୍ତାଙ୍କ ନଜରରେ ଅଛନ୍ତି ।
ଟି-ଟ୍ଵେଣ୍ଟି ଟିମ୍ର ସନ୍ତୁଳନ ପାଇଁ ଅଲରାଉଣ୍ଡରକୁ ଗୁରୁତ୍ଵ ଦିଆଯାଇଥାଏ । ସେହି ଦୃଷ୍ଟିର ଶଶାଙ୍କ ସିଂହ ଓ ଅନୁକୂଳ ରାୟଙ୍କ ଭଳି ଖେଳାଳିଙ୍କୁ ସୁଯୋଗ ମିଳିପାରେ ।
ଏଥିସହ ପଢ଼ନ୍ତୁ: BCCI ନେଇପାରେ ବଡ଼ ନିଷ୍ପତ୍ତି, ୨୦୨୭ ବିଶ୍ବକପ୍ ପର୍ଯ୍ୟନ୍ତ ବଢ଼ିବ ଅଗରକରଙ୍କ ଚୁକ୍ତି
ସେହିଭଳି ବୋଲିଂ କ୍ଷେତ୍ରରେ ରବି ବିଷ୍ଣୋଇ ଲଗାତାର ହ୍ଵାଇଟ୍ ବଲ୍ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଖଲିଲ ଅହମଦ, ପ୍ରସିଦ୍ଧ କ୍ରିଷ୍ଣା, ଅଶୋକ ଶର୍ମା ଓ କାର୍ତ୍ତିକ ତ୍ୟାଗୀ ଭଳି ଦ୍ରୁତ ବୋଲରଙ୍କ ବିକଳ୍ପ ରହିଛି ।
ୱିକେଟ୍ ରକ୍ଷକ ଭାବେ ଧ୍ରୁବ ଜୁରେଲ ପ୍ରମୁଖ ଦାବିଦାର ରହିଥିବା ବେଳେ ଅଧିନାୟକ ଭାବେ ପଞ୍ଜାବ କିଙ୍ଗ୍ସର କ୍ୟାପଟେନ୍ ଶ୍ରେୟସ୍ ଆୟରଙ୍କ ନାଁ ଚର୍ଚ୍ଚାରେ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories